ହାଇଦ୍ରାବାଦ:ଗ୍ରାମୀ ଆୱାର୍ଡ ଶୋ' ସଂଗୀତ ଜଗତର ସବୁଠାରୁ ଶ୍ରେଷ୍ଠ ପୁରସ୍କାର ସମାରୋହ ମଧ୍ୟରୁ ଗୋଟିଏ । ପ୍ରତିବର୍ଷ ପରି, ଏହି ବର୍ଷ ମଧ୍ୟ ଗ୍ରାମୀ ପୁରସ୍କାର ଲସ୍ ଆଞ୍ଜେଲସରେ ଆୟୋଜିତ ହୋଇଥିଲା । ଏହି ବିଶେଷ ଅବସରରେ ହଲିଉଡ୍ ସେଲିବ୍ରିଟିମାନେ ରେଡ୍ କାର୍ପେଟରେ ସେମାନଙ୍କର ଗ୍ଲାମର ଦେଖାଇଥିଲେ, କିନ୍ତୁ ଆମେରିକୀୟ ରାପର୍ କାନ୍ୟେ ୱେଷ୍ଟ ଏବଂ ତାଙ୍କ ଅଷ୍ଟ୍ରେଲୀୟ ମଡେଲ୍ ବିଅଙ୍କା ସେନ୍ସୋରି ଏହି ସମାରୋହରେ ପହଞ୍ଚି ବିବାଦରେ ଘେରି ହୋଇଛନ୍ତି । ଏହି ଦମ୍ପତି ରେଡ୍ କାର୍ପେଟରେ ପହଞ୍ଚି ସମସ୍ତ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଅଙ୍କା ନ୍ୟୁଡ୍ ଲୁକରେ ନଜର ଆସିଥିବା ବେଳେ ତାଙ୍କର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ରେଡ୍ କାର୍ପେଟରେ ବିଅଙ୍କାଙ୍କ ନ୍ୟୁଡ୍ ଲୁକ୍
ଗ୍ରାମୀ ପୁରସ୍କାରର ରେଡ କାର୍ପେଟରେ ସେଲିବ୍ରିଟିମାନେ ନିଜ ଲୁକ୍ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସମୟରେ, କାନ୍ୟେ ୱେଷ୍ଟଙ୍କୁ ତାଙ୍କ ପତ୍ନୀ ବିଅଙ୍କା ସେନ୍ସୋରିନ୍ୟୁଡ୍ ସିଅର ବଡିକନ୍ ଡ୍ରେସ୍ ପିନ୍ଧିଥିଲେ । ବିଅଙ୍କା ପ୍ରଥମେ ତାଙ୍କ ସ୍ୱାମୀଙ୍କ ସହ ଏକ ବ୍ଲାକ୍ ଜ୍ୟାକେଟରେ ନଜର ଆସିଥିଲେ । ଏହା ପରେ ବିଅଙ୍କା ତାଙ୍କର ଜ୍ୟାକେଟ ଖୋଲିଖିଲେ । ବିଅଙ୍କା ଏହି ନ୍ୟୁଡ୍ ଲୁକର ଫଟୋ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଅନେକ ଲୋକ ଏହି ହାଇ-ପ୍ରୋଫାଇଲ୍ ଇଭେଣ୍ଟ ପାଇଁ ତାଙ୍କ ପୋଷାକ ପସନ୍ଦ ଉପରେ ପ୍ରଶ୍ନ ଉଠାଇଥିବା ବେଳେ ଅନେକ ଏପରି ପୋଷାକ ପିନ୍ଧିବା ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।
ଗ୍ରାମୀ ଆୱଲାର୍ଡ ଶୋ'ରୁ କରାଗଲା ବିଦା