ନବରଙ୍ଗପୁର: ଜଗନ୍ନାଥ ଭଜନଙ୍କୁ ଉପହାସ କରିବା ମାମଲା । ଓଡ଼ିଆଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ପାଇଁ ବଢୁଛି ଅଡୁଆ । ଭୁବନେଶ୍ୱର ପରେ ଏବେ ନବରଙ୍ଗପୁରରେ ମାମଲା ରୁଜୁ । ଦୁଇ କଣ୍ଠଶିଳ୍ପୀଙ୍କ ନାଁରେ ନବରଙ୍ଗପୁର ଟାଉନ ଥାନାରେ ଏତଲା ଦେଇଛନ୍ତି ନବରଙ୍ଗପୁର ହିନ୍ଦୁ ଏକତା ବାହିନୀ ।
ମହାପ୍ରଭୁଙ୍କ ଭଜନକୁ ତାତ୍ସଲ୍ୟ କରିବା ଦୁଇ କଣ୍ଠଶିଳ୍ପୀଙ୍କୁ ପଡୁଛି ମହଙ୍ଗା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ସାରା ରାଜ୍ୟରେ ଓଡ଼ିଆ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ବର୍ତ୍ତମାନ ରାଜ୍ୟରେ ରଥଯାତ୍ରା ଧୁମଧାମରେ ପାଳନ କରାଯାଉଥିବା ବେଳେ ଏପରି ସମୟରେ ହ୍ୟୁମାନ ସାଗର ଏବଂ ଗାୟକ ରୁକୁ ସୁନା ମହାବାହୁଙ୍କ ଭଜନକୁ ଅତି କଦର୍ଥ ଭାବରେ ଗାଉଥିବାର ନଜର ଆସିଛନ୍ତି ।
ଯାହାକୁ ନେଇ ଭୁବନେଶ୍ୱର ପରେ ଏବେ ଦୁଇ କଣ୍ଠ ଶିଳ୍ପୀଙ୍କ ନାଁରେ ନବରଙ୍ଗପୁର ଟାଉନ ଥାନାରେ ଏତଲା ଦେଇଛନ୍ତି ନବରଙ୍ଗପୁର ହିନ୍ଦୁ ଏକତା ବାହିନୀର ସଦସ୍ୟମାନେ । ସେମାନେ ଏହାକୁ ନିନ୍ଦା କରିବା ସହ ଏହା ସାଢେ 4 କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତାଙ୍କୁ ତାଚ୍ଛଲ୍ୟ କରି ସମସ୍ତଙ୍କୁ ଅପମାନିତ କରିଥିବା କହିଛନ୍ତି । ଏଣୁ ରୁକୁ ସୁନା ଏବଂ ହ୍ୟୁମାନ ସାଗରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ହିନ୍ଦୁ ଏକତା ବାହିନୀ ସଦସ୍ୟ ।