ହାଇଦ୍ରାବାଦ:ସ୍ୱାମୀ ଭୂଷଣ କୁମାରଙ୍କ ସହ ଛାଡପତ୍ର ନେଇ ବଲିଉଡ ଅଭିନେତ୍ରୀ ତଥା ଟି-ସିରିଜ ମାଲିକାଣି ଦିବ୍ୟା ଖୋସଲା କୁମାର । ନିକଟରେ ଅଭିନେତ୍ରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ଦିବ୍ୟା ସ୍ୱାମୀଙ୍କ 'କୁମାର' ସରନେମ(ସାଙ୍ଗିଆ) ହଟାଇ ଦେଇଥିଲେ । ଯାହା ପରେ ଅଭିନେତ୍ରୀ ସ୍ୱାମୀଙ୍କ ଠାରୁ ଅଲଗା ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହି ଗୁଜବ ଚର୍ଚ୍ଚା ମଧ୍ୟରେ ବର୍ତ୍ତମାନ ଅଭିନେତ୍ରୀ ଏପରି କରିବା ପଛର କାରଣ ସାମ୍ନାକୁ ଆସିଛି । ଅଭିନେତ୍ରୀ ଜ୍ୟାତିଷ ଶାସ୍ତ୍ରଙ୍କ କାରଣରୁ ସ୍ୱାମୀଙ୍କ ସରନେମ ନିଜ ନାଁରୁ ହଟାଇଛନ୍ତି ।
ସୂଚନା ଅନୁସାରେ, ଏହାପୂର୍ବରୁ ଦିବ୍ୟା ଖୋସଲା ତାଙ୍କ ନାମ 'ଦିବ୍ୟା ଖୋସଲା କୁମାର' ଲେଖୁଥିଲେ କିନ୍ତୁ ବର୍ତ୍ତମାନ ତାଙ୍କ ନାମ ସୋସିଆଲ ମିଡିଆରେ ଦିବ୍ୟା ଖୋସଲା ଭାବରେ ଲେଖାଯାଇଛି । ଯାହା ପରେ ଦିବ୍ୟା ଏବଂ ଭୂଷଣଙ୍କ ମଧ୍ୟରେ ମତଭେଦ ଥିବା ଏବଂ ଉଭୟଙ୍କ ଛାଡପତ୍ର ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ବର୍ତ୍ତମାନ ଅଭିନେତ୍ରୀଙ୍କ ମୁଖପାତ୍ର ଏବଂ ଭୂଷଣ କୁମାରଙ୍କ ଟିମ ଏନେଇ ଖୁଲାସା କରିଛନ୍ତି । ଜ୍ୟୋତିଷଙ୍କ ପରାମର୍ଶରେ ଦିବ୍ୟା ଖୋସଲା ଏହା କରିଥିବା ସ୍ପଷ୍ଟ କରିଛନ୍ତି । ଏଥିସହ ସେ ସରନେମ 'କୁମାର' ହଟାଇ ଆଉ ଏକ 'S' ମଧ୍ୟ ଯୋଡିଛନ୍ତି । ଟିମ ଆହୁରି ମଧ୍ୟ କହିଛନ୍ତି, ଉଭୟଙ୍କ ମଧ୍ୟରେ ସବୁଠିକ ଅଛି । ଅଭିନେତ୍ରୀ ଜ୍ୟୋତିଷଙ୍କ ପରାମର୍ଶରେ ଏଭଳି କରିଛନ୍ତି ।