ହାଇଦ୍ରାବାଦ: 'RRR' ଧମାଦାର ସଫଳତା ପରେ ପୁଣି ପରଦାକୁ ଫେରିବାକୁ ପ୍ରସ୍ତୁତ ସାଉଥ ସୁପରଷ୍ଟାର ରାମଚରଣ । ଫିଲ୍ମ 'ଗେମ ଚେଞ୍ଜର' ସହ ଫେରୁଛନ୍ତି ରାମ ଚରଣ । ଏହି ଫିଲ୍ମ ମକର ସଂକ୍ରାନ୍ତି ଅବସରରେ ଜାନୁୟାରୀ 10, 2025ରେ ରିଲିଜ ହେବ । ବର୍ତ୍ତମାନ ଆକ୍ସନ୍ ଡ୍ରାମା ଫିଲ୍ମକୁ ସେନ୍ସର ବୋର୍ଡ ପକ୍ଷରୁ ମଧ୍ୟ ପାସ୍ ହୋଇଛି । ତେବେ ଫିଲ୍ମ ରିଲିଜକୁ ପ୍ରସ୍ତୁତ ଥିବା ବେଳେ ବର୍ତ୍ତମାନ ନିର୍ମାତା ଏହାର ଟ୍ରେଲର ରିଲିଜ କରିଛନ୍ତି ।
'ଗେମ ଚେଞ୍ଜର'ରୁ ହଟିଲା ଏହି ସିନ୍, ମିଳିଲା ଏହି ସାର୍ଟିଫେକଟ୍
'ଗେମ ଚେଞ୍ଜର' ସେନ୍ସର ବୋର୍ଡ ପକ୍ଷରୁ ପାସ୍ ହୋଇଛି । ଫିଲ୍ମକୁ U / A ସାର୍ଟିଫିକେଟ୍ ମିଳିଛି । ବୋର୍ଡ ଏହି ଚଳଚ୍ଚିତ୍ରକୁ ଅନୁମୋଦନ କରିଛି, କିନ୍ତୁ ଏଥିରେ କିଛି ପରିବର୍ତ୍ତନ କରିବାକୁ ବିଚାର କରିବାକୁ କହିଛି। 'ଗେମ ଚେଞ୍ଜର' ଏକ ତେଲୁଗୁ ଚଳଚ୍ଚିତ୍ର ହୋଇଥିବାରୁ ସେନ୍ସର ବୋର୍ଡ କହିଛି ଯେ ଟାଇଟଲ୍ ଅରିଜିନାଲ ଭାଷା ଅର୍ଥାତ୍ ତେଲୁଗୁ ଭାଷାରେ ମଧ୍ୟ ରହିବା ଉଚିତ୍। ଏହା ବ୍ୟତୀତ ବ୍ରାହ୍ମଣାନନ୍ଦଙ୍କୁ ଟାଇଟଲ କାର୍ଡରେ ପଦ୍ମଶ୍ରୀ ଭାବରେ ଶ୍ରେୟ ଦିଆଯାଇଛି। ଏହି ଶବ୍ଦକୁ ହଟାଇବାକୁ ଏବଂ ସେମାନଙ୍କ ସ୍କ୍ରିନ ନାମରେ କ୍ରେଡିଟ୍ ଦେବାକୁ ବୋର୍ଡ ନିର୍ମାତାମାନଙ୍କୁ ନିର୍ଦ୍ଦେଶ ଦେଇଛି। ଏହା ସହିତ ବୋର୍ଡ ଭିଲେନଙ୍କ ଦ୍ୱାରା କୁହାଯାଇଥିବା କିଛି ଅପମାନଜନକ ଶବ୍ଦକୁ ମ୍ୟୁଟ୍ କରିବାକୁ କହିଛନ୍ତି । ଏହି ପରିବର୍ତ୍ତନଗୁଡିକ କାର୍ଯ୍ୟକାରୀ କରାଯାଇଛି ଏବଂ ଅନ୍ତିମ କପି ଲକ୍ ହୋଇଛି ।
ଚଳଚ୍ଚିତ୍ରର ଚାଲିବା ସମୟ କ’ଣ?
ରାମ ଚରଣଙ୍କ 'ଗେମ୍ ଚେଞ୍ଜର'ର ରନ୍ ସମୟ ହେଉଛି 2 ଘଣ୍ଟା 45 ମିନିଟ୍ । ଗେମ୍ ଚେଞ୍ଜର 10 ଜାନୁଆରୀରେ ସାରା ବିଶ୍ୱରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ ରାମ ଚରଣ ଜଣେ ଆଇଏଏସ୍ ଅଧିକାରୀଙ୍କ ଭୂମିକାରେ ନଜର ଆସିବେ, ଯିଏ ନିର୍ବାଚନରେ ଦୁର୍ନୀତି ଏବଂ ଚୋରୀକୁ ରୋକିବେ। ନିର୍ଦ୍ଦେଶକ ଶଙ୍କର ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଯିଏ ପୂର୍ବରୁ 'ହିନ୍ଦୁସ୍ତାନୀ', 'ଇଣ୍ଡିଆନ୍ ୨', 'ଅପରିଚିତ', 'ରୋବଟ୍' ଭଳି ହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି।
ଏହି ତାରକା ବି ଆସିବେ ନଜର
ଶ୍ରୀ ଭେଙ୍କଟେଶ୍ୱର କ୍ରିଏସନ୍ ଦ୍ୱାରା ନିର୍ମିତ କରିଥିବା ବେଳେ ଏଥିରେ ରାମ ଚରଣଙ୍କ ବ୍ୟତୀତ କିଆରା ଆଡଭାନୀ, ଅଞ୍ଜଲି, ଏସ.ଜେ ସୂର୍ଯ୍ୟ, ଶ୍ରୀକାନ୍ତ, ଜୟରାମ, ସୁନୀଲ, ସାମୁଥିରକାନି ଏବଂ ନାସରଙ୍କୁ ପ୍ରମୁଖ କଳାକାର ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ।
ଏହା ମଧ୍ୟ ପଢନ୍ତୁ: ଆସିଲା 'ଗେମ ଚେଞ୍ଜର'ର ଟିଜର, ଏହି ଦିନ ପରଦାକୁ ଆସିବ ଫିଲ୍ମ
4ରେ ହୋଇପାରେ ପ୍ରି-ରିଲିଜ ଇଭେଣ୍ଟ
ରିପୋର୍ଟ ଅନୁସାରେ, ଆସନ୍ତା 4ତାରିଖରେ ଫିଲ୍ମର ପ୍ରି-ରିଲିଜ ଇଭେଣ୍ଟ ହୋଇପାରେ ବୋଲି କୁହାଯାଉଛି । ନିକଟରେ ଗେମ୍ ଚେଞ୍ଜର ନିର୍ମାତା ମଧ୍ୟ ଫିଲ୍ମର ପ୍ରି-ରିଲିଜ୍ ଇଭେଣ୍ଟ ବିଷୟରେ ସୂଚନା ଦେଇ କହିଥିଲେ ଯେ ଏହି ଇଭେଣ୍ଟରେ ମୁଖ୍ୟ ଅତିଥି ଭାବରେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ତଥା ଅଭିନେତା ପୱନ କଲ୍ୟାଣ ସାମିଲ ହେବେ । ସେପଟେ ସୋସିଆଲ ମିଡିଆରେ ପ୍ରିରିଲିଜ ନେଇ ଆନ୍ଧ୍ରପ୍ରଦେଶରେ ନିର୍ମିତ ରାମ ଚରଣଙ୍କ ବିଗ୍ କଟ୍ ଆଉଟ୍ ର ଭିଡିଓ ଭାଇରାଲ ହୋଇଥିଲା । ଟ୍ରେଲର ରିଲିଜ୍ ପୂର୍ବରୁ ରାମ ଚରଣଙ୍କ 256 ଫୁଟ କଟଆଉଟ୍ ସ୍ଥାପିତ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ