ହାଇଦ୍ରାବାଦ:ନୂଆବର୍ଷ ଅବସରରେ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ଭାରତୀୟ କଳା, ସଂସ୍କୃତି, ପଞ୍ଜାବୀ ସଙ୍ଗୀତର ବିଶ୍ୱ ପ୍ରଭାବ, ସୃଜନଶୀଳତା ଏବଂ ଉତ୍ତରାଧିକାରୀ ଉପରେ ଉଭୟ ଆଲୋଚନା କରିଥିଲେ। ମୋଦି ଏବେ ଦିଲଜିତ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ସେୟାର କରି ଏହାର ଝଲକ ଦେଖାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସିଦ୍ଧ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜଙ୍କୁ ଭେଟି ଏହି ବୈଠକକୁ ଏକ ସ୍ମରଣୀୟ ବୋଲି ବର୍ଣ୍ଣନା କରିଛନ୍ତି। ସେପଟେ ଦିଲଜିତ ମଧ୍ୟ ଏହାକୁ ନେଇ ନବବର୍ଷର ଭଲ ଆରମ୍ଭ ବୋଲି କହିଛନ୍ତି ।
ପିଏମ ମୋଦୀ-ଦିଲଜିତଙ୍କ 'ସ୍ମରଣୀୟ ବାର୍ତ୍ତାଳାପ'
ପିଏମ ମୋଦୀ ଏବଂ ଦିଲଜିତ ଦୋସାଞ୍ଜ ଏହି ଭେଟଘାଟର ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଏବଂ ଏହାକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ଏକ ସ୍ମରଣୀୟ ବାର୍ତ୍ତାଳାପ'। ଭିଡିଓରେ ଦିଲଜିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ୟାବିନରେ ପହଞ୍ଚି ଏକ ବଡ଼ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ଅଭିବାଦନ ଜଣାଇଛନ୍ତି। ବାର୍ତ୍ତାଳାପ ସମୟରେ ପିଏମ ମୋଦି ଗାୟକଙ୍କୁ କହିଛନ୍ତି, ଯେତେବେଳେ ଭାରତର ଜଣେ ବାଳକ ବିଶ୍ୱରେ ନିଜର ନାମ ପ୍ରସିଦ୍ଧ କରେ ସେତେବେଳେ ଏହା ବହୁତ ଭଲ ଲାଗେ। ତୁମର ପରିବାର ତୁମର ନାମ ଦିଲଜିତ୍ ରଖିଛନି, ତେଣୁ ତୁମେ ଲୋକଙ୍କ ହୃଦୟ ଜିତିବାରେ ଲାଗିଛ। ଦିଲଜିତ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଦିଲଜିତ୍ କୁହନ୍ତି, 'ଆମେ ପଢୁଥିଲୁ ଯେ ମୋର ଭାରତ ମହାନ ଅଟେ। ଯେତେବେଳେ ମୁଁ ସାରା ଭାରତ ବୁଲିଲି, ସେତେବେଳେ ମୁଁ ଜାଣିଲି ଯେ କାହିଁକି ଲୋକେ କୁହନ୍ତି ମୋର ଭାରତ ମହାନ । ଏହି ସମୟରେ ଦିଲଜିତ ଏବଂ ପିଏମ ମୋଦି ଭାରତ, ଯୋଗ ସମେତ ଅନେକ ବିଷୟ ଉପରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ଭିଡିଓ ଶେଷରେ, ଦିଲଜିତ ଏକ ଭକ୍ତି ଗୀତ ଗାଇଥିବାର ନଜର ଆସିଛନ୍ତି । ଦିଲଜିତ୍ ଗୀତ ଗାଇବା ଆରମ୍ଭ କରିବା ମାତ୍ରେ ପିଏମ ମୋଦି ପାଖରେ ରଖାଯାଇଥିବା ଟେବୁଲ ଉପରେ ପିଟି ଗୀତରେ ତାଳ ଦିଅନ୍ତି । ଉଭୟଙ୍କ ଏହି ସହଯୋଗ ପ୍ରଶଂସକଙ୍କ ହୃଦୟ ଜିତିଛି ।