ଓଡିଶା

odisha

ETV Bharat / entertainment

ଥିଏଟରରେ 'ଦେବରା' ଜଲୱା ଜାରି; 27 ଦିନରେ ଏତିକି କୋଟି କଲା ଆୟ, ଖୁବଶୀଘ୍ର ଓଟିଟିରେ କରିବ ଧମାକା

'ଦେବରା' ବକ୍ସ ଅଫିସରେ ଜଲୱା ଜାରି ରଖିଛି । ଫିଲ୍ମ ରିଲିଜର 27 ଦିନ ମଧ୍ୟରେ ମୋଟା ଅଙ୍କର ଆୟ କରିଥିବା ବେଳେ ଖୁବଶୀଘ୍ର ଏହା ଓଟିଟିରେ ରିଲିଜ ହେବ ।

Devara Part 1 Box Office Collection
Devara Part 1 Box Office Collection (Photo: Film poster)

By ETV Bharat Entertainment Team

Published : 4 hours ago

ହାଇଦ୍ରାବାଦ:ସେପ୍ଟେମ୍ୱର 27ରେ ରିଲିଜ ହୋଇଥବାଫିଲ୍ମ 'ଦେବରା ପାର୍ଟ-1' ପ୍ରେକ୍ଷାଳୟରେ ନିଜ ଜଲୱା ଜାରି ରଖିଛି । ଜୁନିଅର ଏନଟିଆର, ସୈଫ ଅଲି ଖାନ ଏବଂ ଜାହ୍ନବୀ କପୁରଙ୍କ ଭଳି ଷ୍ଟାରଙ୍କ ଅଭିନୀତ ଏହି ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଦର୍ଶକଙ୍କୁ ବେଶ ମନୋରଞ୍ଜନ କରିଛି । ରୋଜଗାର କ୍ଷେତ୍ରରେ 'ଦେବରା' ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ ପ୍ରଦର୍ଶନ କରିଛି । 27 ଦିନ ମଧ୍ୟରେ ଫିଲ୍ମ ପ୍ରାୟ 300 କୋଟି ପାଖାପାଖି ଆୟ କରିସାରିଲାଣି । ତେବେ ପରଦା ପରେ ଖୁବଶୀଘ୍ର ଓଟିଟିରେ ରିଲିଜ ହେବ ଫିଲ୍ମ । ଏହି ଫିଲ୍ମ କେବେ ଓ କେଉଁଠାରେ ରିଲିଜ ହେବ ? ଜାଣନ୍ତୁ,

'ଦେବରା' ବକ୍ସ ଅଫିସ କଲେକ୍ସନ

'ଦେବରା' ବର୍ତ୍ତମାନ ରିିଲିଜର 27 ଦିନରେ ପହଞ୍ଚିଛି । ଫିଲ୍ମ 27 ଦିନରେ ମାତ୍ର 70 ଲକ୍ଷ ଆୟ କରିଥିବା ବେଳେ ଫିଲ୍ମ ଏପର୍ଯ୍ୟନ୍ତ ଭାରତରେ ମୋଟ 287.30 କୋଟି ଆୟ କରିବାରେ ସଫଳ ହୋଇଛି । ପୂର୍ବ ଦିନ ଅପେକ୍ଷା ବୁଧବାର ଦିନ ତେଲୁଗୁରେ 17.29% କରିଥିବା ବେଳେ ହିନ୍ଦୀରେ 9.38% ରେ କମ୍ ଥିଲା । ସେପଟେ ଭାରତ ବ୍ୟତୀତ ଫିଲ୍ମକୁ ନେଇ ବିଶ୍ୱରେ ମଧ୍ୟ କ୍ରେଜ ରହିଛି । 26 ଦିନ ଶେଷ ସୁଦ୍ଧା, ଇଣ୍ଡଷ୍ଟ୍ରି ଟ୍ରାକର୍ ସାକନିକଙ୍କ ରିପୋର୍ଟ ଅନୁଯାୟୀ ଫିଲ୍ମର ବିଶ୍ୱର ମୋଟ ଆୟ 414.90 କୋଟି ଟଙ୍କା ଆୟ କରିଥିବା ଜଣାପଡିଛି ।

  • ପ୍ରଥମ ସପ୍ତାହ କଲେକ୍ସନ: 215.6 କୋଟି
  • ଦ୍ୱିତୀୟ ସପ୍ତାହ କଲେକ୍ସନ: 45.25 କୋଟି
  • ତୃତୀୟ ସପ୍ତାହ କଲେକ୍ସନ: 19.75 କୋଟି
  • 22ତମ ଦିନ (ଚତୁର୍ଥ ଶୁକ୍ରବାର): 1.05 କୋଟି
  • 23ତମ ଦିନ (ଚତୁର୍ଥ ଶନିବାର): 1.45 କୋଟି
  • 24ତମ ଦିନ (ଚତୁର୍ଥ ରବିବାର): 1.9 କୋଟି
  • 25ତମ ଦିନ (ଚତୁର୍ଥ ସୋମବାର): 80 ଲକ୍ଷ
  • 26ତମ ଦିନ (ଚତୁର୍ଥ ମଙ୍ଗଳବାର): 80 ଲକ୍ଷ
  • 27ତମ ଦିନ (ଚତୁର୍ଥ ବୁଧବାର): 70 ଲକ୍ଷ
  • ମୋଟ କଲେକ୍ସନ- 287.30 କୋଟି ଟଙ୍କା

ଏହା ମଧ୍ୟ ପଢନ୍ତୁ:'ଦେବରା' ରିଲିଜ; ଦେଶ-ବିଦେଶରେ ଧୁମ ମଚାଇଲା ଫିଲ୍ମ, Jr Ntr-Saifଙ୍କ ଆକ୍ସନରେ ଫିଦା ଫ୍ୟାନ୍ସ

ଏହି ଦିନ ଓଟିଟିରେ ରିଲିଜ ହେବ 'ଦେବରା'

ପରଦା ପରେ 'ଦେବରା' ଓଟିଟିରେ ଧମାକା କରିବାକୁ ପ୍ରସ୍ତୁତ । ସୂଚନା ଅନୁସାରେ, 'ଦେବରା' ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ହିନ୍ଦୀ, ତେଲୁଗୁ, କନ୍ନଡ, ମାଲାୟାଲମ୍ ଏବଂ ତାମିଲ ଭାଷାରେ ରିଲିଜ ହେବ । ଏହି ଫିଲ୍ମ ନଭେମ୍ୱର 8ରେ ଓଟିଟିରେ ରିଲିଜ ହେବ । ତେବେ ନିର୍ମାତାମାନେ ଏପର୍ଯ୍ୟନ୍ତ ଏ ବାବଦରେ ଏକ ସରକାରୀ ଘୋଷଣା କରିନାହାଁନ୍ତି । କିନ୍ତୁ ଏହି ଖବର ଶୁଣିବା ପରେ ଫ୍ୟାନ୍ସ ଉତ୍ସାହର ସହ ଓଟିଟି ରିଲିଜକୁ ଅପେକ୍ଷା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details