ହାଇଦ୍ରାବାଦ:ବିକି କୌଶଲଙ୍କ ଅଭିନୀତ ଐତିହାସିକ ଡ୍ରାମା ଫିଲ୍ମ 'ଛାବା' ବକ୍ସ ଅଫିସରେ ଏହାର ୧୦ ଦିନ ପୂରଣ କରିଛି । ଫେବୃଆରୀ ୧୪ ତାରିଖରେ ମୁକ୍ତିଲାଭ କରିଥିବା 'ଛାବା' ଚଳଚ୍ଚିତ୍ରଟି ପ୍ରଥମ ଦିନରୁ ହିଁ ବକ୍ସ ଅଫିସରେ ରାଜ କରୁଛି । ଫିଲ୍ମ ପାଇଁ ଦିନକୁ ଦିନ ଲୋକପ୍ରିୟତା ବଢିବାରେ ଲାଗିଛି । ଏଥିସହ ଫିଲ୍ମର ରୋଜଗାର ମଧ୍ୟ ବଢୁଛି । ଏହିପରି ଫିଲ୍ମ ଘରୋଇ ବକ୍ସ ଅଫିସରେ 300 କୋଟି ଟଙ୍କା ପାର୍ କରି ସଫଳତା ହାତେଇଛି ।
'ଛାବା' ବକ୍ସ ଅଫିସ କଲେକ୍ସନ
ସାକନିକଙ୍କ ଅନୁଯାୟୀ, ବିକି କୌଶଲଙ୍କ ଫିଲ୍ମ 'ଛାବା' ଏହାର ଦ୍ୱିତୀୟ ରବିବାର ଅର୍ଥାତ୍ ୧୦ମ ଦିନରେ ୪୦ କୋଟି ଟଙ୍କା (ଆନୁମାନିକ) ବ୍ୟବସାୟ କରିଛି । ଏହା ସହିତ, ଫିଲ୍ମର ମୋଟ ଘରୋଇ ବକ୍ସ ଅଫିସରେ 300 କୋଟି ଟଙ୍କା ପାର୍ କରିଛି ଏବଂ 326.75 କୋଟି ଟଙ୍କା ରୋଜଗାର କରିଛି । ଛାବା ସାରା ବିଶ୍ୱରେ ମଧ୍ୟ ୩୦୦ କୋଟି ଟଙ୍କା ବ୍ୟବସାୟ କରିସାରିଛି ଏବଂ ଫିଲ୍ମଟି ଏବେ ୪୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ଏହି ସମୟରେ, ଛାବା ଭାରତରେ 300 କୋଟି ଟଙ୍କା ପାର୍ କରିଥିବା ବିକିଙ୍କ କ୍ୟାରିଅରର ପ୍ରଥମ ଫିଲ୍ମ ପାଲଟିଛି ।
- ପ୍ରଥମ ଦିନ- 31 କୋଟି
- ଦ୍ୱିତୀୟ ଦିନ- 37 କୋଟି
- ତୃତୀୟ ଦିନ- 48.5 କଟି
- ଚତୁର୍ଥ ଦିନ- 24 କୋଟି
- ପଞ୍ଚମ ଦିନ- 25.25 କୋଟି
- ଷଷ୍ଠ ଦିନ- 32 କୋଟି
- ସପ୍ତମ ଦିନ- 21.5 କୋଟି
- ଅଷ୍ଟମ ଦିନ- 23.5 କୋଟି
- ନବମ ଦିନ- 44 କୋଟି
- ଦଶମ ଦିନ- 40 କୋଟି