ଓଡିଶା

odisha

'ସୋନୁ ସୁଦ ଲେଖିବେ ନୂଆ ରାମାୟଣ', ଏମିତି କାହିଁକି କହିଲେ କଙ୍ଗନା... - Sonu Sood controversy

By ETV Bharat Odisha Team

Published : Jul 21, 2024, 1:31 PM IST

Kangana Ranawat slams Sonu Sood: ଏକ ଭାଇରାଲ ଭିଡିଓକୁ ନେଇ ପ୍ରତିକ୍ରିୟା ଦେଇ ବିବାଦରେ ସୋନୁ ସୁଦ । ୟୁଜର୍ସମାନେ ତାଙ୍କୁ ଜୋରଦାର ସମାଲୋଚନା କରୁଥିବାବେଳେ ଏଥିରେ ସାମିଲ ହୋଇଛନ୍ତି ବଲିଉଡ କୁଇନ କଙ୍ଗନା । ସେ କହିଛନ୍ତି, ' ଆଉ ଏକ ରାମାୟଣ ବନାଇବାକୁ ଯାଉଛନ୍ତି ସୋନୁ ସୁଦ'... ଜାଣନ୍ତୁ ପୁରା ମାମଲା

Kangana Ranawat slams Sonu Sood
Kangana Ranawat slams Sonu Sood (ETV Bharat Odisha)

ହାଇଦ୍ରାବାଦ: ଏକ ଭାଇରାଲ ଭିଡିଓ ଉପରେ ମନ୍ତବ୍ୟ ଦେଇ ବିବାଦ ଘେରରେ ବଲିଉଡ ଅଭିନେତା ସୋନୁ ସୁଦ । ଅନେକ ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ଏହି ଘଟଣାକୁ ନେଇ ଜୋରଦାର ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଗରିବଙ୍କ ମସିହା କୁହାଯାଉଥିବା ସୋନୁ ସୁଦଙ୍କ ଏଭଳି ମନ୍ତବ୍ୟ ପରେ ସୋସିଆଲ ମିଡିଆରେ ତାଙ୍କୁ ବେଶ ସମାଲୋଚନା କରାଯାଉଥିବା ଦେଖିବାକୁ ମିଳିଛି । ଏହାମଧ୍ୟରେ ବଲିଉଡ କୁଇନ ତଥା ସାଂସଦ କଙ୍ଗନା ରାଣାଓ୍ବତ ଏକ୍ସରେ ସୋନୁ ସୁଦଙ୍କୁ ଟାର୍ଗେଟ କରିଛନ୍ତି । ସୋନୁ ସୁଦ ଆଉ ଏକ ରାମାୟଣ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ବୋଲି କହିଛନ୍ତି କୁଇନ ।

ଅଭିନେତ୍ରୀରୁ ରାଜନେତ୍ରୀ ବନିଥିବା କଙ୍ଗନା ରାଣାଓ୍ବତ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୋନୁ ସୁଦଙ୍କୁ ସମାଲୋଚନା କରିଥିବା ଦେଖିବାକୁ ମିଳିଛି । ଏକ ନ୍ୟୁଜ ରିପୋର୍ଟ ଯେଉଁଥିରେ ଲେଖାଥିଲା, ଅଭିନେତା ସୋନୁ ସୁଦ ଲୋକମାନଙ୍କ ଖାଦ୍ୟରେ ଛେପ ପକାଇବାକୁ ଉଚିତ ବୋଲି କହିଛନ୍ତି । ସେ ଏହି ଘଟଣାକୁ ରାମାୟଣ ଓ ଭଗବାନ ଶ୍ରୀରାମଙ୍କ ସହ ଯୋଡି ଲେଖିଛନ୍ତି ଯଦି ଆମ ଶ୍ରୀରାମ ଶବରୀର ଅଇଁଠା କୋଳି ଖାଇଥିଲେ ତେବେ ମୁଁ କାହିଁକି ଖାଇପାରିବି ନାହିଁ । ଏହି ରିପୋର୍ଟକୁ ନେଇ କଙ୍ଗନା ସୋନୁଙ୍କୁ ଟ୍ରୋଲ କରିଥିବା ଦେଖିବାକୁ ମିଳିଛି । ସେ ଲେଖିଛନ୍ତି, "ସୋନୁଜୀ ନିଜ ଚିନ୍ତାଧାରାକୁ ନେଇ ଆଉ ଏକ ରାମାୟଣର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ।ବଲିଉଡରେ ଆଉ ଏକ ରାମାୟଣ ହେବାକୁ ଯାଉଛି ।"

Kangana Ranawat slams Sonu Sood (AP)

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ ଭାଇରାଲ ହୋଇଥିଲା । ଯାହାକୁ ନେଇ ଏହି ପୁରା ବିବାଦ ଆରମ୍ଭ ହୋଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଜଣେ ୟୁଜର୍ସ ଏକ ଯୁବକଙ୍କ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, ଯୁବକ ଜଣକ ସେମାନଙ୍କ ଗ୍ରାହକଙ୍କ ପାଇଁ ରୁଟି ବନାଉଥିବା ବେଳେ ସେଥିରେ ଛେପ ପକାଇ ଲୋକମାନଙ୍କୁ ପରଷୁଥିଲେ । ଏହି ଭିଡିଓକୁ ଜୋରଦାର ସମାଲୋଚନା ହେଉଥିବାବେଳେ ସୋନୁ ସୁଦ ମଧ୍ୟରେ ଏଥିରେ ନିଜର ପ୍ରତିକ୍ରିୟା ରଖିଥିଲେ । ସେ ଏହି ଘଟଣାକୁ ରାମାୟଣ ଓ ଭଗବାନ ଶ୍ରୀରାମଙ୍କ ସହ ଯୋଡି ଲେଖିଥିଲେ, 'ଯଦି ଆମ ଶ୍ରୀରାମ ଶବରୀର ଅଇଁଠା କୋଳି ଖାଇଥିଲେ ତେବେ ମୁଁ କାହିଁକି ଖାଇପାରିବି ନାହିଁ । ହିଂସାକୁ ଅହିଂସା ଦ୍ବାରା ପରାଜୟ କରିହେବ କେବଳ ମାନବିକତା ରହିବାର ଆବଶ୍ୟକ ରହିଛି ।'

ତେବେ ସୋନୁ ସୁଦଙ୍କ ଏଭଳି ପ୍ରତିକ୍ରିୟାକୁ ନେଇ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଛେପ ପକା ରୋଟିକୁ ସୋନୁ ସୁଦଙ୍କୁ ଖାଇବାକୁ ଦିଆଯାଉ । ଯାହାଦ୍ୱାରା ଭାଇଚାରା ବଜାୟ ରହିବ ।

ଏହାମଧ୍ୟ ପଢନ୍ତୁ..ଇଣ୍ଟରନେଟ୍ ପାରା ବଢାଇଲା ରଶ୍ମିିକା ମନ୍ଦାନା - rashmika mandanna latest pictures

ଏହାମଧ୍ୟ ପଢନ୍ତୁ.. ପରଦାରେ ବ୍ୟାଡ ନ୍ୟୁଜ, ଦର୍ଶକଙ୍କ ମନ ଜିତିଲା ବିକି-ତ୍ରିପ୍ତୀଙ୍କ କେମେଷ୍ଟ୍ରି - BAD NEWZ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details