ଓଡିଶା

odisha

By ETV Bharat Odisha Team

Published : Mar 15, 2024, 7:51 PM IST

ETV Bharat / entertainment

ଭେଟେରାନ ଅଭିନେତ୍ରୀ ମଧୁବାଲାଙ୍କ ହେବ ବାୟୋପିକ

Biopic On Legendary Actor Madhubala: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ହିନ୍ଦୀ ସିନେମାର ଭେଟେରାନ ଅଭିନେତ୍ରୀ ମଧୁବାଲାଙ୍କ ହେବ ବାୟୋପିକ । ଅଧିକ ପଢନ୍ତୁ,

ଭେଟେରାନ ଅଭିନେତ୍ରୀ ମଧୁବାଲାଙ୍କ ହେବ ବାୟୋପିକ, ଏହି ନିର୍ଦ୍ଦେଶକ ଦେବେ ନିର୍ଦ୍ଦେଶନା
ଭେଟେରାନ ଅଭିନେତ୍ରୀ ମଧୁବାଲାଙ୍କ ହେବ ବାୟୋପିକ, ଏହି ନିର୍ଦ୍ଦେଶକ ଦେବେ ନିର୍ଦ୍ଦେଶନା

ହାଇଦ୍ରାବାଦ: ହିନ୍ଦୀ ସିନେମାର ଭେଟେରାନ ଅଭିନେତ୍ରୀ ମଧୁବାଲା ମାତ୍ର 36 ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଥିଲେ। ମଧୁବାଲା ଫିଲ୍ମ ସ୍କ୍ରିନରେ ନିଜର ଦମଦାର ଅଭିନୟ ସହ ଦର୍ଶକଙ୍କ ମନ ଜିତିଥିବା ବେଳେ ବର୍ତ୍ତମାନ ତାଙ୍କ ଫ୍ୟାନ୍ସଙ୍କ ଖୁସି ଖବର ରହିଛି। ଆଜି ନିର୍ମାତା ତାଙ୍କର ବାୟୋପିକ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେବେ ଜସମିତ କେ ରେନ, ଯିଏ ପୂର୍ବରୁ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ 'ଡାର୍ଲିଙ୍ଗ୍ସ'ର ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମ ହିଟ ରହିଥିବା ବେଳେ ବର୍ତ୍ତମାନ ସେ ଅଭିନେତ୍ରୀ ମଧୁବାଲାଙ୍କ ଫିଲ୍ମ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି।

ଲିମିଟେଡ ଫିଲ୍ମର ସହ ନିର୍ମାତା ମଧୁବାଲାଙ୍କ ଭଉଣୀ ମଧୁର ଭୁଜ ଭୂଷଣ ଏବଂ ଅରବିନ୍ଦ ମାଲବୀୟ ମଧୁବାଲା ବେଞ୍ଚର୍ସ ବ୍ୟାନରରେ ମଧୁବାଲାଙ୍କ ବାୟୋପିକ ଉପରେ ଫିଲ୍ମ ପ୍ରସ୍ତୁତ ଦେଉଥିବା ଘେଷଣା କରିଛନ୍ତି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ''ଉତ୍ସାହଜନକ ଖବର, ମହାନ ମଧୁବାଲାଙ୍କ ସମ୍ମାନାର୍ଥେ ଆମର ଆଗାମୀ ଚଳଚ୍ଚିତ୍ର ଘୋଷଣା କରି ଆମେ ଅତ୍ୟନ୍ତ ଆନନ୍ଦିତ। ବଲିଉଡର ଅନ୍ୟତମ ଭେଟେରାନ ତାରକାଙ୍କ ଚମତ୍କାର ଏବଂ ଆକର୍ଷଣୀୟ କାହାଣୀ ଜାଣିବାକୁ ପ୍ରସ୍ତୁତ ହୁଅ। ମଧୁବାଲାଙ୍କ ଉପରେ ଆଧାରିତ ଏକ ଫିଲ୍ମ ଖୁବ ଶୀଘ୍ର ଆସୁଛି।''

ମଧୁବାଲାଙ୍କ ବିଷୟରେ କହିବାକୁ ଗଲେ, 23 ଫେବୃଆରୀ 1969ରେ ତାଙ୍କର ଦେହାନ୍ତ ହୋଇଥିଲା। 9 ବର୍ଷ ବୟସରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ ମଧୁବାଲା। ତାଙ୍କ କ୍ୟାରିଅରରେ ମଧୁବାଲା ଦୁଇ ଦଶନ୍ଧି ଧରି ପ୍ରାୟ 70ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ତାଙ୍କ ଯୁଗର ସର୍ବାଧିକ ଆୟ କରିଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଉଛି। 'ୱିନିସ ଅଫ ଇଣ୍ଡିଆନ ସିନେମା' ଭାବରେ ଜଣାଶୁଣା ମଧୁବାଲା ନିଜର ସୌନ୍ଦର୍ଯ୍ୟ ତଥା ମିଷ୍ଟର ଆଣ୍ଡ ମିସେସ 55, ହାଫ ଟିକେଟ୍, ମୋଗଲ-ଏ-ଆଜାମ, ମହଲ, ବାଦଲ ଭଳି ଚଳଚ୍ଚିତ୍ରରେ କାମ କରି ଲୋକପ୍ରିୟତା ହାସଲ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ:ଆସୁଛି ଜୀନତ ଅମାନଙ୍କ ବାୟୋପିକ 'ଶକ:ଦ ଡାଉଟ', ନଜର ଆସିବେ ଏହି ଅଭିନେତ୍ରୀ

ମଧୁବାଲାଙ୍କ ବୃତ୍ତିଗତ ଜୀବନ ବିଷୟରେ ଯେତିକି ଆଲୋଚନା କରାଯାଇଥିଲା, ତାଙ୍କ ବ୍ୟକ୍ତିଗତ ଜୀବନୀ ନେଇ ମଧ୍ୟ ସେ ଖୁବ ଚର୍ଚ୍ଚାରେ ରହିଥିଲେ। ମଧୁବାଲାଙ୍କ ନାମ ସେହି ସମୟରେ ବର୍ଷିୟାନ ଅଭିନେତା ଦିଲୀପ କୁମାରଙ୍କ ସହ ଯୋଡା ଯାଇଥିଲା। ପରେ ଭେଟେରାନ ଅଭିନେତା କିଶୋର କୁମାରଙ୍କୁ ସେ ବିବାହ କରିଥିବା ବେଳେ ତାଙ୍କ ଦାମ୍ପତ୍ୟ ଜୀବନରେ ଖୁସିମୟ ନଥିବା କୁହାଯାଉଥିଲା। ତେବେ ଏଭଳି ଅନେକ କାହାଣୀ ସାମ୍ନାକୁ ଆସିଥିବା ବେଳେ ଏବେ 'ମଧୁବାଲା'ଙ୍କ ଉପରେ ପ୍ରସ୍ତୁତ ଏହି ଫିଲ୍ମ ତାଙ୍କ ଅନେକ କାହାଣୀ ଉପରୁ ପରଦା ହଟାଇବ ବୋଲି କୁହାଯାଉଛି ।

ABOUT THE AUTHOR

...view details