ହାଇଦ୍ରାବାଦ:ଖୁବଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ.ଏଲ୍ ରାହୁଲ । ନଭେମ୍ବର 8 ରେ ପ୍ରଥମ ଗର୍ଭଧାରଣ ଘୋଷଣା କରି ସେମାନଙ୍କ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି । ସେ ଏହି ଖୁସି ଖବର ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ପୋଷ୍ଟ ମାଧ୍ୟମରେ ସେୟାର କରିଛନ୍ତି । ଜାନୁଆରୀ 2023 ରେ ବିବାହ କରିଥିବା ଏହି ଦମ୍ପତି ଏବେ ସେମାନଙ୍କର ପ୍ରଥମ ସନ୍ତାନର ପ୍ରସବ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି । ଏହି ଖୁସି ଖବର ଦେବା ପରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।
ଆଥିଆ-ରାହୁଲଙ୍କ ପ୍ରଥମ ଶିଶୁ କେବେ ଜନ୍ମ ହେବ?
ଆଥିଆ ଏବଂ ରାହୁଲ ସୋସିଆଲ ମିଡିଆରେ ଏକ ସୁନ୍ଦର କପଲେଟ୍ ପୋଷ୍ଟ ସେୟାର କରି ଲେଖିଛନ୍ତି, 'ଆମର ସୁନ୍ଦର ଖୁସି ଶୀଘ୍ର ଆସିବ । 2025 ଏହାର ଅର୍ଥ ଆଥିଆ ଏବଂ ରାହୁଲ 2025 ରେ ପିତାମାତା ହେବାକୁ ଯାଉଛନ୍ତି । ଯଦିଓ ପ୍ରସବର କୌଣସି ସଠିକ ତାରିଖ ପ୍ରକାଶ କରାଯାଇ ନାହିଁ, ଏହି ଘୋଷଣା ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ଲହରୀ ସୃଷ୍ଟି କରିଛି । ଆଥିଆଙ୍କ ଭାଇ ଅହାନ ଶେଟ୍ଟୀ ପ୍ରତିକ୍ରିୟାରେ ହାର୍ଟ ଇମୋଜି ଦେଇଛନ୍ତି । ସେହିପରି ଫ୍ୟାନ୍ସ ସମେତ ସେଲିବ୍ରିଟି ଏହି ଦମ୍ପତିଙ୍କୁ ଶୁଭକାମନା ଜଣାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ:ପଡିଲା ହାତଗଣ୍ଠି, ନୂଆ ଇନିଂସ ଆରମ୍ଭ କଲେ ରାହୁଲ
ଦୁଇ ବର୍ଷ ପରେ ପିତାମାତା ହେବେ ଆଥିଆ-ରାହୁଲ