ହାଇଦ୍ରାବାଦ:ବିବାହର 29 ବର୍ଷ ପରେ ଏ ଆର୍ ରେହମାନ ଏବଂ ତାଙ୍କ ପତ୍ନୀ ସାଇରା ବାନୋ ନଭେମ୍ବର 19 ରେ ଛାଡପତ୍ର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଏହି ସମାନ ଦିନରେ ରେହମାନଙ୍କ ସହ ବର୍ଷ ବର୍ଷ ଧରି କାମ କରୁଥିବା ରେହମାନ ଟିମର ଜଣେ ସଦସ୍ୟ ମୋହିନୀ ଦେ' ମଧ୍ୟ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ଘୋଷଣା କରିଥିଲେ । ସାମନ ଦିନରେ ଉଭୟଙ୍କ ଛାଡପତ୍ର ଘୋଷଣା ଖବର ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅନେକ ରେହମାନ ଏବଂ ମୋହିନିଙ୍କ ମଧ୍ୟରେ କିଛି ସମ୍ପର୍କ ଥିବା ଆଲୋଚନା କରିଛନ୍ତି । ଏହି ଚର୍ଚ୍ଚା ମଧ୍ୟରେ ବର୍ତ୍ତମାନ ରେହମାନ ଏବଂ ସାଇରାଙ୍କ ଓକିଲ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି । ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ଥିବା ନେଇ ଅସ୍ୱୀକାର କରିଛନ୍ତି।
ରେହମାନ-ମୋହିନୀଙ୍କ ସମାନ ଦିନରେ ଛାଡପତ୍ର
ରେହମାନ ଏବଂ ସାଇରା ବାନୋ 1995 ରେ ବିବାହ କରିଥିଲେ। ଉଭୟଙ୍କର ତିନୋଟି ସନ୍ତାନ ଅଛନ୍ତି। 29 ବର୍ଷପରେ ଉଭୟ ଅଗଲା ହୋଇଛନ୍ତି । ଛାଡପତ୍ର ଘୋଷଣା କରି ଏ ଆର ରେହମାନ ଲେଖିଥିଲେ,'' ଲାଗୁଛି ଯେପରି ସବୁକିଛିର ଏକ ଅଦୃଶ୍ୟ ଅନ୍ତ ଅଛି । ଭଙ୍ଗା ହୃଦୟ ସହ ଭଗବାନଙ୍କ ସିଂହାସନ ମଧ୍ୟ ଥରିପାରେ । ବନ୍ଧୁଗଣ, ଏହି ଜଟିଳ ସମୟରେ ଆମର ଗୋପନୀୟତାକୁ ସମ୍ମାନ ଦେଇଥିବାରୁ ଧନ୍ୟବାଦ ।'' ଏହାର କିଛି ଘଣ୍ଟା ପରେ ରେହମାନ ଟିମ ସଦସ୍ୟା ମୋହିନୀ ଦେ' ମଧ୍ୟ ତାଙ୍କ ବିବାହ ବିଚ୍ଛେଦ ଘୋଷଣା କରିଥିଲେ । ଯାହା ପରେ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଲା ।
ଓକିଲ କଲେ ଖୁଲାସା
ଗଣମାଧ୍ୟମ ସହ କଥାବାର୍ତ୍ତା କରି ରେହମାନ ଓ ସାଇରାଙ୍କ ଓକିଲ ବନ୍ଦାନା ଶାହା କହିଛନ୍ତି, ରେହମାନ ଏବଂ ସାଇରାଙ୍କ ଛାଡପତ୍ର ସହ ମୋହିନୀଙ୍କର କୌଣସି ସମ୍ପର୍କ ନାହିଁ। ସାଇରା ଏବଂ ଶ୍ରୀ ରେହମାନ ନିଜେ ଏହି ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ରେହମାନ ଏବଂ ସାଇରା ବାନୋ ଅଲଗା ହେବାର ଘୋଷଣା କରିଥିଲେ। ସେମାନେ ନିଜ ସମ୍ପର୍କରେ ଫାଟ ଯୋଗୁଁ ଅଲଗା ହେବାର କାରଣ ବୋଲି ଦର୍ଶାଇଛନ୍ତି ।