ହାଇଦ୍ରାବାଦ:ମାର୍ଗଶିର ମାସ ଅଷ୍ଟମୀକୁ ପ୍ରଥମାଷ୍ଟମୀ କୁହାଯାଏ । ବର୍ଷକରେ ଥରେ ଜ୍ୟେଷ୍ଠ ସନ୍ତାନଙ୍କୁ ସମ୍ମାନ ଜଣାଇବା ଉଦେଶ୍ୟରେ ଏହି ପର୍ବ ପାଳନ କରାଯାଏ । ଏହିଦିନ ଘରର ଜ୍ୟେଷ୍ଠ ସନ୍ତାନମାନଙ୍କୁ ପୂଜାର୍ଚ୍ଚନା କରାଯିବା ସହ ସୁସ୍ୱାଦୁ ଖାଦ୍ୟ ଯଥା ହଳଦୀ ପତ୍ରରେ ପ୍ରସ୍ତୁତ ଏଣ୍ଡୁରି ପିଠା ଓ କ୍ଷୀରି ଆଦି ଦିଆଯାଏ । ସାରା ଓଡ଼ିଶା ଆଜି ପ୍ରଥମାଷ୍ଟମୀ ବା ପଢ଼ୁଆଁ ଅଷ୍ଟମୀ ପାଳନ କରୁଛି ।ଏହି ଅବସରରେ ଓଲିଉଡ ସେଲିବ୍ରିଟିମାନେ ଏହି ପର୍ବ ଧୁମଧାମରେ ପାଳନ କରିଛନ୍ତି । ଏଥିସହ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଜନ୍ମାଷ୍ଟମୀ ଶୁଭେଚ୍ଛା ଜଣାଇଛନ୍ତି ।
ସାଉଦି ଆରବରେ ପ୍ରଥମାଷ୍ଟମୀ ପାଳିଲେ ଅନ୍ତରା
ସାଉଦି ଆରବରେ ପ୍ରଥମାଷ୍ଟମୀ ପାଳନ କରିଛନ୍ତି ଓଲିଉଡ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ । ସେ ନିଜ ଇନଷ୍ଟାଗ୍ରାମରେ ସେଠାରୁ ଏକ ସୁନ୍ଦର ଭିଡିଓ କରି ଫ୍ୟାନ୍ସଙ୍କୁ ପ୍ରଥମାଷ୍ଟମୀ ଶୁଭେଚ୍ଛା ଜଣାଇଛନ୍ତି । ଭିଡିଓରେ ଅନ୍ତରା ଚକ୍ରବର୍ତ୍ତୀଙ୍କ ସହ ଅଭିନେତା ସ୍ୱରାଜ ବାରିକ ମଧ୍ୟ ନଜର ଆସିଛନ୍ତି । ଭିଡିଓରେ ସେ ସାଉଦ ଆରବରେ କିପରି ପ୍ରଥମାଷ୍ଟମୀ ପାଳନ କରିଛନ୍ତି ତାହାର ଝଲକ ଦେଖାଇଛନ୍ତି । ଯାହା ବେଶ ମଜାଦାର ରହିଛି । ଏହା ସେୟାର କରି ସେ ଲେଖିଛନ୍ତି, ସାଉଦି ଆରବର 'ଧମାମ'ରେ ଆମର ପ୍ରଥାମାଷ୍ଟମୀ ଉତ୍ସବ ପାଳନ । ତେବେ ଏହାକୁ ଲୋକେ ଏହାକୁ ବେଶ ପସନ୍ଦ କରିଛନ୍ତି ।
ପ୍ରଥମାଷ୍ଟମୀ ପାଳିଲେ ଭୂମିକା ଦାଶ
ଓଲିଉଡ ଲୋକପ୍ରିୟ ଅଭିନେତ୍ରୀ ଭୂମିକା ଦାଶ ପ୍ରଥମାଷ୍ଟମୀ ପାଳନ କରିଛନ୍ତି । ସେ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ମାଆଙ୍କ ସହ ନଜର ଆସିଛନ୍ତି । ଏହି ସମୟରେ ଭୂମିକା ମେରୁନ ରଙ୍ଗର ସାଲୱାର ଆଉଟଫିଟରେ ପାରମ୍ପରିକ ଲୁକରେ ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ସେ କ୍ୟାସନରେ ଲେଖିଛନ୍ତି, ''ପ୍ରଥମାଷ୍ଟମୀର ଢ଼େରସାରା ଶୁଭେଚ୍ଛା । ଭଗବାନ ସମସ୍ତଙ୍କ ଜୀବନରେ ଆନନ୍ଦ, ଶ୍ରଦ୍ଧା, ଶାନ୍ତି, ଶକ୍ତି, ସାମର୍ଥ୍ୟ, ଭଲପାଇବା ଭରିଦିଅନ୍ତୁ । ଏତିକି କାମନା ।'