ଓଡିଶା

odisha

ETV Bharat / entertainment

ଲଣ୍ଡନରେ 'ହୋପ ଗାଲା' ହୋଷ୍ଟ କରିବେ ଆଲିଆ - Alia To Host Hope Gala

Alia Bhatt To Host 'Hope Gala':ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଲଣ୍ଡନରେ ହୋଷ୍ଟ କରିବା 'ହୋପ୍ ଗାଲା' । ଅଧିକ ପଢନ୍ତୁ

Alia Bhatt To Host 'Hope Gala'
Alia Bhatt To Host 'Hope Gala'

By ETV Bharat Odisha Team

Published : Mar 27, 2024, 8:46 AM IST

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଲଣ୍ଡନରେ 'ହୋପ୍ ଗାଲା' ହୋଷ୍ଟ କରିବାକୁ ଯାଉଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଲିଆ ମାର୍ଚ୍ଚ 28ରେ ଲଣ୍ଡନର ମାଣ୍ଡାରିନ୍ ଓରିଏଣ୍ଟାଲ୍ ହାଇଡ ପାର୍କରେ ମାଣ୍ଡାରିନ୍ ଓରିଏଣ୍ଟାଲ୍ ହୋଟେଲ୍ ଗ୍ରୁପ୍ ସହଭାଗିତାରେ ହୋପ୍ ଗାଲା ହୋଷ୍ଟ କରିବେ । ଏହା ଆଲିଆଙ୍କ ମନୋନୀତ ଚାରିଟି ସଲାମ ବମ୍ବେର ସମର୍ଥନରେ କରାଯାଉଛି । ଯିଏ ମୁମ୍ବାଇର ସବୁଠାରୁ ଗରିବ ପିଲାମାନଙ୍କ ଉପରେ ଧ୍ୟାନ ଦେଇଥାଏ । ଯାହା ସେମାନଙ୍କର ଆତ୍ମବିଶ୍ୱାସ ଏବଂ ଆତ୍ମ ସମ୍ମାନ ବଢାଇବାରେ ସାହାଯ୍ୟ କରାଏ । ଖବର ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ଭାରତ ଏବଂ ଲଣ୍ଡନର ବିଶିଷ୍ଟ ଶିଳ୍ପପତି ଯୋଗ ଦେବେ ।

ଏହାରି ମଧ୍ୟରେ ଆଲିଆଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଆଲିଆଙ୍କୁ ଖୁବ୍ ଶୀଘ୍ର 'ଜିଗ୍ରା'ରେ ଦେଖିବାକୁ ମିଳିବ । ଆଲିଆ ଭଟ୍ଟ ଏହି ଫିଲ୍ମରେ ଅଭିନୟ କରିବା ସହ ନିର୍ମାତା ମଧ୍ୟ ଅଟନ୍ତି । ଏହି ଚଳଚ୍ଚିତ୍ର ମାଧ୍ୟମରେ ଆଲିଆ ଭଟ୍ଟ ପ୍ରଥମ ଥର ପାଇଁ ନିର୍ମାତା ଭାବରେ କରଣ ଜୋହରଙ୍କ ସହ ହାତ ମିଳାଇଛନ୍ତି । ଏହି ଚଳଚ୍ଚିତ୍ରଟି ଧର୍ମା ପ୍ରଡକ୍ସନ୍ସ ଏବଂ ଆଲିଆଙ୍କ ଇଣ୍ଟରନାଲ ସନ୍‌ସାଇନ ପ୍ରଡକ୍ସନ୍ ହାଉସ୍ ଦ୍ୱାରା ନିର୍ମିତ । 27 ସେପ୍ଟେମ୍ବର 2024ରେ 'ଜିଗ୍ରା' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଭସନ ବାଲା । ଏହା ବ୍ୟତୀତ ସେ ସଞ୍ଜୟ ଲୀଲା ବଂଶାଲୀଙ୍କ ସହ ଫିଲ୍ମ 'ଲଭ ଆଣ୍ଡ ୱାର'ରେ ଦେଖିବାକୁ ମିଳିବ । ଏଥିରେ ସେ ରଣବୀର କପୁର ଏବଂ ବିକି କୌଶଲଙ୍କ ସହ ସ୍କ୍ରିନ୍ ସେୟାର କରିବେ ।

ଏହା ମଧ୍ୟ ପଢନ୍ତୁ- ଆଲିଆ ଭଟ୍ଟଙ୍କ ସହ 'ଜିଗ୍ରା'ରେ ନଜର ଆସିବେ ବେଦାଙ୍ଗ ରାଇନା !

ସେହିପରି ଆଲିଆ ଭଟ୍ଟଙ୍କ ସହିତ ସ୍କ୍ରିନ୍ ସେୟାର୍ କରିବେ ବେଦାଙ୍ଗ ରାଇନା । ଏହି ଚଳଚ୍ଚିତ୍ରରେ ବେଦାଙ୍ଗ ଆଲିଆ ଭଟ୍ଟଙ୍କ ଭାଇ ଭୂମିକାରେ ନଜର ଆସିବେ । ଏନେଇ ଆର୍ଚିସ ଅଭିନେତା ବେଦାଙ୍ଗ ନିଜର ପ୍ରତିକ୍ରିୟା ଦେବା ସମୟରେ ପ୍ରକାଶ କରିଛନ୍ତି । ବେଦାଙ୍ଗ ରାଇନା ନିକଟରେ ଜୋୟା ଅଖତରଙ୍କ ଫିଲ୍ମ 'ଦ ଆର୍ଚିସ' ସହିତ ଡେବ୍ୟୁ କରିଛନ୍ତି । ଏଥିସହ ସେ ଅନ୍ୟ ଚଳଚ୍ଚିତ୍ରରେ ମଧ୍ୟ କାମ କରିବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କୁ ସୁହାନା ଖାନ, ଖୁସି କପୁର, ଅଗସ୍ତ୍ୟ ନନ୍ଦା, ମିହିର ଅହୁଜା, ଯୁବରାଜ ମେଣ୍ଡା ଏବଂ ଡଟ୍ଙ ସହ 'ଦ ଆର୍ଚିସ'ରେ ଦେଖିବାକୁ ମିଳିଥିଲା ।

ABOUT THE AUTHOR

...view details