ଓଡିଶା

odisha

ବିବାହ ବାର୍ଷିକୀରେ ସ୍ବାମୀଙ୍କ ପାଇଁ ଏମିତି ଲେଖିଲେ ଆଲିଆ - ALIA RANBIR ANNIVERSARY

By ETV Bharat Odisha Team

Published : Apr 15, 2024, 7:26 AM IST

Alia Ranbir Wedding Anniversary: ରଣବୀର କପୁର ଏବଂ ଆଲିଆ ଭଟ୍ଟ ଗତକାଲି ଦ୍ୱିତୀୟ ବିବାହ ବାର୍ଷିକୀ ପାଳନ କରିଛନ୍ତି । ବିବାହ ବାର୍ଷିକୀରେ ସ୍ବାମୀଙ୍କ ପାଇଁ ଏମିତି ଲେଖିଲେ ଆଲିଆ ।

ସେକେଣ୍ଡ ମ୍ୟାରେଜ ଆନିଭର୍ସରୀ ସ୍ବାମୀଙ୍କ ପାଇଁ ଏହା ଲେଖିଲେ ଆଲିଆ
ସେକେଣ୍ଡ ମ୍ୟାରେଜ ଆନିଭର୍ସରୀ ସ୍ବାମୀଙ୍କ ପାଇଁ ଏହା ଲେଖିଲେ ଆଲିଆ

ମୁମ୍ବାଇ: ବଲିଉଡର ରୋମାଣ୍ଟିକ କପଲ ରାଲିଆ ଗତକାଲି ଦ୍ବିତୀୟ ବିବାହ ବାର୍ଷିକୀ ପାଳନ କରିଛନ୍ତି । ଏହି ଅବସରରେ ଆଲିଆ ତାଙ୍କର ଏକ ବ୍ଲାକ ଆଣ୍ଡ ୱାଇଟ ସ୍ନାପସଟ୍ ପୋଷ୍ଟ କରିଛନ୍ତି ଯେଉଁଥିରେ ଏକ ସୁନ୍ଦର କାର୍ଟୁନ ଇମେଜ ଯାହାକି ତାଙ୍କ ଖୁସି ଏବଂ ରୋମାଣ୍ଟିକ୍ ଓଲ୍ଡ ଏଜେକୁ ଦର୍ଶାଉଥିଲା । ତା ସହିତ କ୍ୟାପସନରେ ସେ ହ୍ୟାପି ସେକେଣ୍ଡ ମ୍ୟାରେଜ ଆନିଭର୍ସରୀ ଟୁ ଅସ୍‌ ଲେଖିବା ସହିତ ଇମୋଜି ମଧ୍ୟ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ଆଜି ରଣବୀର-ଆଲିଆଙ୍କ ଦ୍ୱିତୀୟ ବିବାହ ବାର୍ଷିକୀ, ପୁଅ-ବୋହୂକୁ ଏପରି ଶୁଭେଚ୍ଛା ଜଣାଇଲେ ନୀତୁ - Alia Ranbir Wedding Anniversary

ନୀତୁ କପୁର ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୁଅ ବୋହୂଙ୍କର ଏକ ଫଟୋ ସେୟାର କରି ଉଭୟଙ୍କୁ ଶୁଭକାମନା ଜଣାଇଛନ୍ତି । ଏହି ଫଟୋରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ପୂଜା କରୁଥିବା ନଜର ଆସିଛନ୍ତି । ଉଭୟ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ଏହା ସେୟାର କରି ସେ କ୍ୟାପସନରେ ଲେଖା ଅଛି- 'ଆଶୀର୍ବାଦ' । କହିରଖୁଛୁ କି, ଏହି ଫଟୋଟି ଷ୍ଟାର ଦମ୍ପତିଙ୍କ ବିବାହ ସମାରୋହର ଅଟେ ।

ସୂଚନା ଥାଉ କି, ଏପ୍ରିଲ୍ 14, 2022ରେ ଆଲିଆ ଏବଂ ରଣବୀର କପୁର ବିବାହ କରିଥିଲେ । ଏହି ଦମ୍ପତିଙ୍କ ବିବାହ କାର୍ଯ୍ୟ ତିନି ଦିନ ଧରି ଚାଲିଥିଲା । ପରିବାର, ସାଙ୍ଗସାଥୀ ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ଦମ୍ପତି ବିବାହ କରିଥିଲେ । ବିବାହର ଅଢେଇ ମାସ ପରେ ଜୁନ୍ ମାସରେ ସୋସିଆଲ ମିଡିଆରେ ସେମାନଙ୍କ ପ୍ରଶଂସକଙ୍କ ସହ ପିତାମାତା ହେବାର ଖୁସି ଖବର ସେୟାର କରିଥିଲେ । ପରେ ବିବାହର ୭ ମାସ ପରେ, ଆଲିଆ ନଭେମ୍ବର ୬ରେ ଝିଅ ରାହା କପୁରଙ୍କୁ ଜନ୍ମ ଦେଇଥିଲେ । ରାହାଙ୍କ ପ୍ରଥମ ଜନ୍ମଦିନ ପରେ ତାଙ୍କ ଚେହେରା ସମସ୍ତଙ୍କୁ ଦେଖାଇଥିଲେ ଦମ୍ପତି ।

ରଣବୀରଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ଗତବର୍ଷ ରଣବୀର ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଆନିମଲ'ରେ ତାଙ୍କର ଚମତ୍କାର ଅଭିନୟ ସହିତ ପ୍ରଶଂସକ ଏବଂ ଦର୍ଶକଙ୍କ ହୃଦୟ ଜିତିଥିଲେ । ସେ ବର୍ତ୍ତମାନ ନିତୀଶ ତିୱାରୀଙ୍କ 'ରାମାୟଣ'ରେ ରାମ ଭୂମିକା ପାଇଁ ପ୍ରସ୍ତୁତ ହେଉଛନ୍ତି, ଯାହାର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବ । ସେହିପରି ଆଲିଆ ଭଟ୍ଟଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ଆଲିଆଙ୍କ ଆଗାମୀ ଚଳଚ୍ଚିତ୍ର ମଧ୍ୟରେ ତାଙ୍କ ପ୍ରଡକ୍ସନ୍ ହାଉସରେ ନିର୍ମିତ ଫିଲ୍ମ ଜିଗ୍ରା ଅଛି । ଯାହା ସେପ୍ଟେମ୍ବର ୨୭ରେ ମୁକ୍ତିଲାଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details