ଓଡିଶା

odisha

ETV Bharat / entertainment

AI ଟେକ୍ନୋଲୋଜି ଦ୍ବାରା ଶ୍ରୋତା ଶୁଣିଲେ ଲତାଙ୍କ କଣ୍ଠର ରାମ ଭଜନ

AI Created Ram Aayenge Song: ଶ୍ରୋତା ଶୁଣିଲେ ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ସ୍ବର । AI ଟେକ୍ନୋଲୋଜି ଦ୍ବାରା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଶୁଣିବାକୁ ମିଳିଛି ସୁମଧୁର ଭଜନ । ଜାଣନ୍ତୁ କ'ଣ

ଲତାଙ୍କ କଣ୍ଠର ରାମ ଭଜନ
ଲତାଙ୍କ କଣ୍ଠର ରାମ ଭଜନ

By ETV Bharat Odisha Team

Published : Jan 21, 2024, 11:03 PM IST

ମୁମ୍ବାଇ: ଆଉ ଆମ ଗହଣରେ ନାହାନ୍ତି ସୁନାମଧନ୍ୟ ଗାୟିକା ଲତା ମଙ୍ଗେଶକର । ହେଲେ ଶ୍ରୋତାଙ୍କ ମନରେ ଏବେବି ଉଜ୍ଜୀବିତ ରହିଛି ସୁର ସାମ୍ରାଜ୍ଞୀଙ୍କ କଣ୍ଠର ସୁମଧୁର ଗୀତ । ଏହାକୁ ଜୀବନ୍ତ ରୂପ ଦେଇଛି AI ଟେକ୍ନୋଲୋଜି । ଫଳରେ ଲତାଙ୍କ କଣ୍ଠ ଭଳି ଅବିକଳ ଭଜନ ଶୁଣିବାକୁ ମିଳିଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଏହି ନିଆରା ପ୍ରୟାସ କରାଯାଇଛି । ଯାହାକି ପୁରୁଣା ସ୍ମୁତି ସବୁକୁ ତାଜା କରିଛି । ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ସମଗ୍ର ଦେଶ ରାମମୟ ହୋଇଛି ।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏକ ରାମ ଭଜନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଏହି ଭଜନଟିରେ ଯେଉଁ ସ୍ବର ଆପଣ ଶୁଣିବାକୁ ପାଉଛନ୍ତି ତାହା ଅବିକଳ ଲତା ମଙ୍ଗେସକରଙ୍କ କଣ୍ଠସ୍ବର । ଯାହାକି 'କୃତ୍ରିମ ବୁଦ୍ଧିମତା' ବା AI ଟେକ୍ନୋଲୋଜି ଦ୍ବାରା ସମ୍ଭବ ହୋଇପାରିଛି । 'ମେରୀ ଝୋପଡୀ କେ ଭାଗ୍ ଆଜ୍' ଗୀତ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଥିବାବେଳେ ଏହା ଏବେ ସମସ୍ତେ ଶ୍ରଦ୍ଧାର ସହ ଗାଉଥିବା ଦେଖିବାକୁ ମିଳିଛି । ଏହି ଭଜନ ଏତେ ଲୋକପ୍ରିୟ ହୋଇଛି ଯେ, ଜଣେ ମୁସଲିମ ଛାତ୍ରୀଙ୍କ ଗାଇଥିବାର ଭିଡିଓ ନିକଟରେ ଖୁବ ଭାଇରାଲ ହୋଇଥିଲା । ଭିନ୍ନ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ଏହି ଭଜନ ଗାଇ ସେ ମଧ୍ୟ ରାମଙ୍କ ପ୍ରତି ଥିବା ଭକ୍ତି ଦର୍ଶାଇ ଉଦାହରଣ ସାଜିଥିଲେ ।

ଏହା ମଧ୍ୟ ପଢନ୍ତୁ...'ଜୟ ଶ୍ରୀରାମ' ଧ୍ୱନିରେ କମ୍ପିଲା କାଲିଫର୍ଣ୍ଣିଆ, ବିଶାଳ କାର୍ ରାଲି ସହ ଲାଇଟ୍ ଶୋ'

ଏହା ମଧ୍ୟ ପଢନ୍ତୁ...ଅଯୋଧ୍ୟାରେ ସୁଦର୍ଶନଙ୍କ ବାଲୁକା କଳା; ପ୍ରସ୍ତୁତ କଲେ ରାମଲାଲାଙ୍କ ବିଶାଳ କଳାକୃତି

ଯେତେବେଳେ ଏହି ଭଜନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା, ସେହି ସବୁ ପୋଷ୍ଟ ଗୁଡିକରେ ୟୁଜର୍ସ ଅନେକ କମେଣ୍ଟ କରିଥିଲେ। ଯେଉଁଥିରେ ପ୍ରଶଂସକମାନେ ଲତାଙ୍କୁ ମନେ ପକାଇଛନ୍ତି । ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, 'ଲତାଜୀଙ୍କ କଣ୍ଠରେ ଏହି ଭଜନଟି ଖୁବ ସୁମଧୁର ଲାଗୁଛି' । ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, AI ଟେକ୍ନୋଲୋଜିର ସଠିକ ବ୍ୟବହାର କରାଗଲେ ଏଭଳି ଚମତ୍କାର ହୋଇପାରିବ । ଆଉ କେହି କେହି ତାଙ୍କୁ ମନେ ପକାଇ ଲେଖିଛନ୍ତି ଯେ, ସେ ଏବେ ଆମ ଗହଣରେ ଥିଲେ ବହୁତ ଭଲ ହୋଇଥାନ୍ତା । ଏହି ଭଜନ ଶୁଣିବା ପରେ ନେଟିଜେନ୍ସ ଖୁସି ବ୍ୟକ୍ତ କରିବା ସହ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ମନେ ପକାଇଛନ୍ତି ।

ABOUT THE AUTHOR

...view details