ଓଡିଶା

odisha

ବେଙ୍ଗାଲୁରୁ ରେଭ ପାର୍ଟି ମାମଲା; ହେମାଙ୍କୁ ସସପେଣ୍ଡ କଲା ମୁଭି ଆର୍ଟିଷ୍ଟ ଆସୋସିଏସନ - Actress Hema Suspended

By ETV Bharat Odisha Team

Published : Jun 7, 2024, 11:01 AM IST

Bengaluru Rave Party: ହେମାଙ୍କୁ ମହଙ୍ଗା ପଡିଲା ଡ୍ରଗ୍ସ ନେବା । ଅଭିନେତ୍ରୀଙ୍କୁ ସସପେଣ୍ଡ କଲା ମୁଭି ଆର୍ଟିଷ୍ଟ ଆସୋସିଏସନ । ତାଙ୍କୁ ନିଲମ୍ୱିତ ନେଇ ସଂଘର ଅଧ୍ୟକ୍ଷ ବିଷ୍ଣୁ ମାଞ୍ଚୁ ଏହି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ,

ବେଙ୍ଗାଲୁରୁ ରେଭ ପାର୍ଟି ମାମଲା; ହେମାଙ୍କୁ ସସପେଣ୍ଡ କଲା ମୁଭି ଆର୍ଟିଷ୍ଟ ଆସୋସିଏସନ
ବେଙ୍ଗାଲୁରୁ ରେଭ ପାର୍ଟି ମାମଲା; ହେମାଙ୍କୁ ସସପେଣ୍ଡ କଲା ମୁଭି ଆର୍ଟିଷ୍ଟ ଆସୋସିଏସନ (ETV Bharat Odisha)

ହାଇଦ୍ରାବାଦ: ବିବାଦ ଘେରରେ ତେଲୁଗୁ ଅଭିନେତ୍ରୀ ହେମା । ପ୍ରଥମ ଜେଲ ପରେ ଏବେ ମୁଭି ଆସୋସିଆନ ତାଙ୍କୁ ସସପେଣ୍ଡ କରିଛି । ବେଙ୍ଗାଲୁରୁ ରେଭ ପାର୍ଟିରେ ଡ୍ରଗ୍ସ ନେଇଥିବା ଅଭିଯୋଗରେ ଗିରଫ ହେବା ପରେ ଏବେ ମୁଭି ଆର୍ଟିଷ୍ଟ ଆସୋସିଏସନ ତାଙ୍କୁ ନିଲମ୍ୱିତ କରିଛି । ହେମାଙ୍କୁ ନିଲମ୍ବିତ କରାଯାଉଥିବା ନେଇ ଗୁରୁବାର ଦିନ MAA ର ସଭାପତି ମଞ୍ଚୁ ବିଷ୍ଣୁ ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ, ଗତ ବୁଧବାର ହେମାଙ୍କୁ ନେଇ MAA ପ୍ୟାନେଲର ବୈଠକ ହୋଇଥିଲା । ଯାହା ପରେ ଗୁରୁବାର ଦିନ ତାଙ୍କୁ ବର୍ତ୍ତମାନ ନିଲମ୍ବିତ କରାଯାଇଥିବା ଘୋଷଣା କରାଯାଇଛି । ଡ୍ରଗ୍ସ ନେବା ମାମଲାରେ ସ୍ପଷ୍ଟୀକରଣ ଦେବାକୁ ହେମାଙ୍କୁ ନୋଟିସ ଦିଆଯିବା ପରେ ବିଷ୍ଣୁ ଏହି ନିଷ୍ପତ୍ତି ନେଇଥିଲେ କିନ୍ତୁ ସେ କୌଣସି ଉତ୍ତର ଦେଇନଥିଲେ । ହେମା କ୍ଲିନ୍ ଚିଟ୍ ନପାଇବା ପର୍ଯ୍ୟନ୍ତ ନିଲମ୍ବନ ଜାରି ରହିବ ବୋଲି 'MAA' ର ସଭାପତି ମଞ୍ଚୁ ବିଷ୍ଣୁ ସୂଚନା ଦେଇଛନ୍ତି ।

ହେମା ଜୁନ୍ ୧୪ ଯାଏଁ ଜେଲରେ ରହିବେ

ପୋଲିସ ହେମାଙ୍କୁ ଏହି ପାର୍ଟି ନେଇ ପଚରାଉଚରା ପାଇଁ ନୋଟିସ ପଠାଇଥିଲା । ପ୍ରଥମେ ଅସୁସ୍ଥତା ହେତୁ ହେମା ଏକ ସପ୍ତାହ ସମୟ ଦେବାକୁ ସିସିବି ପୋଲିସକୁ ଅନୁରୋଧ କରିଥିଲେ । ତେଣୁ ଜୁନ ୧ ରେ ହାଜର ହେବାକୁ ଦ୍ୱିତୀୟ ନୋଟିସ ଜାରି କରାଯାଇଥିଲା । ଏହା ପରେ ଶୁଣାଣି ପାଇଁ ହାଜର ନହେବା ପାଇଁ ତୃତୀୟ ନୋଟିସ ଜାରି କରାଯାଇଥିଲା । ଶେଷରେ ସେ ସୋମବାର ଦିନ (ଜୁନ ୩) ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହୋଇଥିଲେ । ଏହା ପରେ ସିସିବି ପୋଲିସ ଅଭିନେତ୍ରୀଙ୍କୁ ଗିରଫ କରିଥିଲା । ଯାହା ପରେ ହେମାଙ୍କୁ କୋର୍ଟରେ ହାଜର କରାଯାଇଥିଲା ଏବଂ ତାଙ୍କୁ ଜୁନ୍ ୧୪ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

ପୁରା ମାମଲା କ'ଣ?

ସୂଚନା ଥାଉ କି, ଗତ ମେ ୨୦ ତାରିଖରେ ବେଙ୍ଗାଲୁରୁରେ ଆୟୋଜିତ ଏକ ରେଭ ପାର୍ଟିରେ ଯୋଗ ଦେଇଥିବା ଅଧିକାଂଶ ଲୋକ ଡ୍ରଗ୍ସ ନେଇଥିବା ଅଭିଯୋଗ ହୋଇଥିଲା । ଏଥିରେ ଅନେକ ବଡ଼ ବ୍ୟକ୍ତି ବିଶିଷ୍ଟ ବ୍ୟବସାୟୀ ଏବଂ ଫିଲ୍ମ ତାରକା ସାମିଲ ହୋଇଥିଲେ । ଯେଉଁଥିରେ ହେମା ସାମିଲ ଥିଲେ । ଏହି ଅଭିଯୋଗ ପରେ ପୋଲିସ ରେଡ କରିବା ସହ ବେଙ୍ଗାଲୁରୁ ପୋଲିସ ପାର୍ଟିରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲା । ଯାହା ପରେ ତେଲୁଗୁ ଅଭିନେତ୍ରୀଙ୍କ ସମେତ ୮୬ ଜଣଙ୍କ ରକ୍ତ ନମୁନାରେ ଡ୍ରଗ୍ସ ନେଇଥିବା ସ୍ପଷ୍ଟ କରିଥିଲା । ୧୦୩ ଜଣଙ୍କ ମଧ୍ୟରୁ ୮୬ ଜଣଙ୍କ ରକ୍ତ ପରୀକ୍ଷା ନିଶା ସେବନ କରିଥିବା ଜଣାପଡିଥିଲା । ୭୩ ଜଣଙ୍କ ମଧ୍ୟରୁ ୫୯ ଜଣ ପୁରୁଷ ଥିବା ବେଳେ ୨୭ଜଣ ମହିଳା ରହିଥିଲେ ।

ଏହା ମଧ୍ୟ ପଢନ୍ତୁ:ବେଙ୍ଗାଲୁରୁ ରେଭ ପାର୍ଟି ମାମଲା; ବନ୍ଧା ହେଲେ ତେଲୁଗୁ ଅଭିନେତ୍ରୀ ହେମା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details