ଓଡିଶା

odisha

ETV Bharat / entertainment

ରେଣୁକାସ୍ୱାମୀ ହତ୍ୟାକାଣ୍ଡ ମାମଲା; ଅଭିନେତା ଦର୍ଶନଙ୍କୁ ଆଶ୍ୱସ୍ତି, ମିଳିଲା ଅନ୍ତରୀଣ ଜାମିନ - ACTOR DARSHAN GETS INTERIM BAIL

ରେଣୁକାସ୍ୱାମୀ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅଭିନେତା ଦର୍ଶନଙ୍କୁ ଆଶ୍ୱସ୍ତି । ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ ।

actor darshan gets interim bail
actor darshan gets interim bail (ETV Bharat Odisha)

By ETV Bharat Entertainment Team

Published : Oct 30, 2024, 1:33 PM IST

ହାଇଦ୍ରାବାଦ: ସାଉଥ ଅଭିନେତା ଦର୍ଶନଙ୍କୁ ଆଶ୍ୱସ୍ତି । ଅଭିନେତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ସୂଚନା ଅନୁସାରେ, ଜୁନ 11ରେ ଜଣେ ଫ୍ୟାନ୍ ରେଣୁକାସ୍ୱାମୀ ହତ୍ୟା ମାମଲାରେ ଗିରଫ ହୋଇଥିଲେ ଦର୍ଶନ । ତେବେ ଗିରଫର 4 ମାସ ପରେ ସାଉଥ ଅଭିନେତା ଦର୍ଶନଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଚିକିତ୍ସା ଆଧାରରେ ଅଭିନେତାଙ୍କୁ 6 ସପ୍ତାହ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି ।

ପିଠିରେ ଯନ୍ତ୍ରଣା ଅଭିଯୋଗ ପରେ ଜାମିନ

ରେଣୁକାସ୍ୱାମୀ ହତ୍ୟା ମାମଲାରେ ଦର୍ଶନ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ । ଅକ୍ଟୋବର 21 ରେ, ପିଠି ଯନ୍ତ୍ରଣା ଅଭିଯୋଗ କରିବା ପରେ ଦର୍ଶନଙ୍କୁ କର୍ଣ୍ଣାଟକର ବେଲାରୀସ୍ଥିତ ବିଜୟନାଗର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସକୁ ନିଆଯାଇଥିଲା ଏବଂ ଡାକ୍ତରମାନେ ତାଙ୍କୁ ମେରୁଦଣ୍ଡ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ । ଏହି ଅସ୍ତ୍ରୋପଚାର ପାଇଁ ଦର୍ଶନ ଅନ୍ତରୀଣ ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ ଏବଂ ଅଭିନେତାଙ୍କ ଡାକ୍ତରୀ ରିପୋର୍ଟ ଦେଖିବା ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ଜାମିନ ପ୍ରଦାନ କରିବାକୁ ଟ୍ରାଏଲ କୋର୍ଟ ମନା କରିଦେଇଥିଲେ

ଏହାପୂର୍ବରୁ ଟ୍ରାଏଲ କୋର୍ଟ ଦର୍ଶନଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରିଦେଇଥିଲେ । ସେ କହିଥିଲେ ଯେ, ଜାମିନ ଦେଲେ ସେ ପ୍ରମାଣ ଏବଂ ସାକ୍ଷୀଙ୍କ ସହ କିଛି କରିପାରନ୍ତି । ରେଣୁକାସ୍ୱାମୀ ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ କରିବାକୁ ଦର୍ଶନ ଟଙ୍କା ଦେଇଥିବା ଅଭିଯୋଗ ସମ୍ପର୍କରେ ଏହି ବିବୃତ୍ତି ଦିଆଯାଇଥିଲା । ଚିକିତ୍ସା ପାଇଁ ଏବଂ ଟ୍ରାଏଲ କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଓ ନିୟମିତ ଜାମିନ ଆବେଦନ ମଧ୍ୟ ହାଇକୋର୍ଟରେ କରିଛନ୍ତି । ଚିକିତ୍ସା ପାଇଁ ଶୁଣାଣି କରି କୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଅନ୍ୟ ଆବେଦନ ଉପରେ ହାଇକୋର୍ଟରେ ମାମଲାର ବିରାଧୀନ ରହିଥିବା ବେଳେ ଶୀଘ୍ର କୋର୍ଟ ଏହା ଉପରେ ଶୁଣାଣି କରିପାରନ୍ତି ।

ଏହା ମଧ୍ୟ ପଢନ୍ତୁ:ଜେଲରେ VIP ସୁବିଧା ମିଳିବା ମାମଲା; ଅଭିନେତା ଦର୍ଶନଙ୍କୁ ବଲ୍ଲାରୀ ଜେଲକୁ କରାଗଲା ସ୍ଥାନାନ୍ତର, ପୁଣି 11 ଦିନ ବଢିଲା ରିମାଣ୍ଡ ଅବଧି

ଗିରଫର 4 ମାସ ପରେ ମିଳିଲା ଅନ୍ତରୀଣ ଜାମିନ

ସୂଚନା ଅନୁସାରେ, ଜୁନ୍ 9 ରେ ବେଙ୍ଗାଲୁରୁର ଏକ ଫ୍ଲାଏ ଓଭର ନିକଟରେ 33 ବର୍ଷିୟ ଅଟୋ ଡ୍ରାଇଭର ତଥା ଅଭିନେତାଙ୍କ ଫ୍ୟାନ୍ ରେଣୁକାସ୍ୱାମୀଙ୍କ ମୃତଦେହ ମିଳିଥିଲା । ପୋଲିସର ସୂଚନାନୁସାରେ, ଦର୍ଶନଙ୍କ ନିର୍ଦ୍ଦେଶରେ ରେଣୁକାସ୍ୱାମୀଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା । କୁହାଯାଇଥିଲା ଯେ ରେଣୁକାସ୍ୱାମୀ ସୋସିଆଲ ମିଡିଆରେ ପବିତ୍ର ଗୌଡା ନାମରେ ତାଙ୍କୁ ଆପତ୍ତିଜନକ ବାର୍ତ୍ତା ପଠାଇଥିଲେ, ଯେଉଁଥିପାଇଁ ଦର୍ଶନ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ । ଏହି ଘଟଣାରେ ଦର୍ଶନ ସମେତ ମୋଟ 17ଜଣଙ୍କୁ ଗିରଫ ହୋଇଥିବା ବେଳେ ସେମାନେ ମଧ୍ୟ ଜେଲରେ ରହିଛନ୍ତି । ବର୍ତ୍ତମାନ ଦର୍ଶନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details