ହାଇଦ୍ରାବାଦ:ଗତ ବର୍ଷ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ ଛାଡପତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଏହି ଗୁଜବ ଉପରେ ଦମ୍ପତି କଦାପି ପ୍ରତିକ୍ରିୟା କରିନାହାଁନ୍ତି। 2024 ବର୍ଷ ଶେଷରେ, ଏହି ଦମ୍ପତି ଏକାଠି ନଜର ଆସି ଛାଡ଼ପତ୍ର ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ । ଉଭୟଙ୍କୁ ଏକାଠି ଦେଖି ଫ୍ୟାନ୍ସ ମଧ୍ୟ ବହୁତ ଖୁସି ହୋଇଥିଲେ । ବର୍ତ୍ତମାନ ଏହି ଦମ୍ପତି ଏବେ ନିଜ ଝିଅ ଆରଧ୍ୟାଙ୍କ ସହ ନୂଆ ବର୍ଷ ପାଳନ କରିବା ପରେ ମୁମ୍ବାଇ ଫେରିଛନ୍ତି ।
ଆରଧ୍ୟା-ଐଶ୍ୱର୍ଯ୍ୟାଙ୍କ ସହ ସ୍ପଟ୍ ହେଲେ ଅଭିଷେକ
ଆଜି, ଜାନୁଆରୀ 4 ତାରିଖ ସକାଳେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ଝିଅ ଆରାଧ୍ୟାଙ୍କ ସହ ମୁମ୍ବାଇ ବିମାନବନ୍ଦରରୁ ବାହାରିଥିବାର ନଜର ଆସିଛନ୍ତି । ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ଏବଂ ଝିଅଙ୍କ ସହ ନୂଆ ବର୍ଷ ପାଳନ କରିବା ପରେ ପରିବାର ସହ ଅଭିଷେକ ମୁମ୍ବାଇ ଫେରିଛନ୍ତି । ଏହି ସମୟରେ ଅଭିଷେକ ଗ୍ରେ ରଙ୍ଗର ହୁଡି ସହ ବ୍ଲାକ ରଙ୍ଗର ପ୍ୟାଣ୍ଟ ପିନ୍ଧିଥିଲେ । ସେହିପରି ଐଶ୍ୱର୍ଯ୍ୟା ଓ ଆରଧ୍ୟା ବ୍ଲାକ ଏବଂ ବ୍ଲୁ ରଙ୍ଗର ଆଉଟପିଟରେ ନଜର ଆସିଥିଲେ । ଐଶ୍ୱର୍ଯ୍ୟା ପାପାରାଜିଙ୍କୁ ନୂତନ ବର୍ଷର ଅଭିନନ୍ଦନ ମଧ୍ୟ ଜଣାଇଥିଲେ । ସେପଟେ ଐଶ୍ୱର୍ଯ୍ୟା-ଆରଧ୍ୟାଙ୍କ ଯତ୍ନ ନେଉଥିବା ନଜର ଆସିଲେ ଅଭିେଷକ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିବା ବେଳେ ଫ୍ୟାନ୍ସ ଏହାକୁ ଖୁବ ପସନ୍ଦ କରିଛନ୍ତି ।
କାହିଁକି ହୋଇଥିଲା ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବିବାହ ବିଚ୍ଛେଦ ଚର୍ଚ୍ଚା