ଭୁବନେଶ୍ୱର:ଓଲିଉଡ଼ ଅଭିନେତ୍ରୀ ଭୂମିକା ଦାଶ ଗତକାଲି (ଜାନୁଆରୀ 22)ରେ ତାଙ୍କୁ 22ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ଜଣେ ଫ୍ୟାନ୍ ତାଙ୍କ ଜନ୍ମଦିନ ଧୁମଧାମରେ ପାଳନ କରିଛନ୍ତି ଏବଂ ଏକ ନିଆରା ଭେଟି ତାଙ୍କୁ ପ୍ରଦାନ କରିଛନ୍ତି । ଅଭିନେତ୍ରୀଙ୍କୁ ନେଇ ରଚିତ ୧୦ଟି ଗୀତର ନିଆରା ଉପହାର ଦେଇଛନ୍ତି ପ୍ରଶଂସକ ବା ଭୂମିକାଙ୍କ ବନ୍ଧୁ ସୁବ୍ରତ । ପ୍ରଶଂସକ ଜଣକ କଟକର ସୁବ୍ରତ କୁମାର ହୋଇଥିବା ବେଳେ ତାଙ୍କ ସୌନ୍ଦର୍ଯ୍ୟର ଉପମାକୁ ନେଇ ପ୍ରସ୍ତୁତ ଏହି ଗୀତ ଭେଟି ଅଭିନେତ୍ରୀଙ୍କ ଜନ୍ମଦିନକୁ ସ୍ୱତନ୍ତ୍ର କରିଛି ।
BHOOMIKA DASH FAN (ETV Bharat Odisha) ୧୦ଟି ସ୍ୱତନ୍ତ୍ର ଗୀତ ଭେଟି
'ଭୂମିକା ତୋ ଆଗେ ଲାଗେ ସବୁ ଚେହେରା ଫିକା', 'ତୋ ହସରୁ ଭୂମିକା ଝରିଯାଏ ମୋତି', 'ଭୂମିକା ତୋ ଆଖି ଅଚିହ୍ନା ମୋତେ', 'ହେ ଭୂମିକା ମତେ ପାଗଳ କରିଛି ତୋ କାନ ଝୁମୁକା', 'ନିଆରା ଲାଗୁଛୁ ତୁ ହାଏ ଭୂମିକା' ଭଳି୧୦ଟି ଗୀତର ସମାହାରକୁ ନେଇ ଏକ ସୁନ୍ଦର ମ୍ୟୁଜିକ ଆଲବମ ଟିଏ ତାଙ୍କୁ ଭେଟି ଦେଇଛନ୍ତି ପ୍ରଶଂସକ ସୁବ୍ରତ ।
Bhoomika Dash birthday gift (SONG POSTER) BHOOMIKA DASH FAN (ETV Bharat Odisha) - ଭୂମିକା ତୋ ଆଗେ ଲାଗେ ସବୁ ଚେହେରା ଫିକା'
- ତୋ ହସରୁ ଭୂମିକା ଝରିଯାଏ ମୋତି
- ଭୂମିକା ତୋ ଆଖି ଅଚିହ୍ନା ମୋତେ
- ହେ ଭୂମିକା ମତେ ପାଗଳ କରିଛି ତୋ କାନ ଝୁମୁକା
- ନିଆରା ଲାଗୁଛୁ ତୁ ହାଏ ଭୂମିକା
- ଓ ମାଇଁ ଭୂମିକା
- ଓୟେ ଓୟେ ଭୂମିକା
- ଭୂମିକା ଓଃ ଭୂମିକା
- ହାୟେରେ ଭୂମିକା
- ହାପି ବାର୍ଥ ଡେ ଭୂମିକା
Bhoomika Dash birthday gift (SONG POSTER) ଏହି 10ଟି ଗୀତ ଗାଇଛନ୍ତି ଏହି ଲୋକପ୍ରିୟ କଣ୍ଠଶିଳ୍ପୀ
ତେବେ ଏହି ୧୦ଟି ହୃଦୟ ଛୁଆଁ ସଙ୍ଗୀତ ମଧ୍ୟରେ ୩ଟି ସଙ୍ଗୀତରେ କଣ୍ଠଦାନ କରିଛନ୍ତି ଓଡ଼ିଶାର ସମସ୍ତଙ୍କ ପ୍ରିୟ ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ ୨ଟି ସଙ୍ଗୀତରେ କଣ୍ଠଦାନ କରିଥିବା ବେଳେ ଏସ ଜିତୁ ୨ଟି, ଦେବାଶିଷ ପତି ଗୋଟିଏ, ତାରିକ ଅଜିତ ଗୋଟିଏ ଏଚଏସ କୁମାର ଗୋଟିଏ ଗୀତରେ କଣ୍ଠଦାନ କରିଛନ୍ତି । ଏହି ୧୦ଟି ଗୀତର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି କୁମାର ପ୍ରଦୀପ (୬ଟି ଗୀତ) ବିମୁଗ୍ଧା ଦାସ, ସାଗର ପ୍ରଧାନ, ଅନନ୍ତ ବାଗ, ରୁଦ୍ର ପ୍ରସାଦ ନାୟକ । ଗୀତ ଗୁଡିକକୁ ଶବ୍ଦରେ ସଜେଇଛନ୍ତି ଜିତେନ୍ଦ୍ର ଜେନା, ସୁଶାନ୍ତ ବେହେରା ,ସୁବ୍ରତ ମୋହନୀ, ସୌମ୍ୟରଂଜନ ବଳ, ଆକାଶ ପଗଡ, ପୁଷ୍ପକ ପରିଡା ଓ ଯଦୁମଣି ବିଶି । ପ୍ରଯୋଜନା ଦେଇଛନ୍ତି ବିଶ୍ୱଜିତ ସାହୁ ,ରାଜେନ୍ଦ୍ର ମଥନ, ରାଜେଶ କିଙ୍ଗ ଷ୍ଟାର, ନିହାର ସାମଲ, ଧ୍ରୁବ ଚରଣ ରଣା ଓ ସୁବ୍ରତ ମୋହନୀ ।
Bhoomika Dash birthday gift (SONG POSTER) ଏହା ମଧ୍ୟ ପଢନ୍ତୁ:22ବର୍ଷରେ ଭୂମିକା; ଶିଶୁକଳାକାର ଭାବେ କରିଥିଲେ ଡେବ୍ୟୁ, ଏବେ ଓଲିଉଡର ଆଗଧାଡିର ଅଭିନେତ୍ରୀ
ତେବେ ଏହି ୧୦ଟି ଗୀତକୁ ନେଇ ଓଡ଼ିଆ ସିନେମା ଜଗତରେ ରାଜ କରୁଥିବା ସମସ୍ତଙ୍କ ପ୍ରିୟ ତଥା ବହୁ ଚର୍ଚ୍ଚିତ ଓଡ଼ିଆ ଅଭିନେତ୍ରୀ ଭୂମିକାଙ୍କ ଜନ୍ମ ଦିନ ଏଥର ବେଶ୍ ସ୍ମରଣୀୟ ହୋଇଛି । ଭୂମିକାଙ୍କ ଜନ୍ମଦିନ ଉପଲକ୍ଷେ ଏଥର ଭୂମିକାଙ୍କୁ ଖୁବ୍ ସୁନ୍ଦର ଉପହାର ଦେଇଛନ୍ତି ଭୂମିକାଙ୍କ ବନ୍ଧୁ ସୁବ୍ରତ । ତେବେ ଓଡ଼ିଶାର ନାମୀ ଦାମୀ କଣ୍ଠଶିଳ୍ପୀ ଏହି ସଂଗୀତ ଗୁଡିକରେ କଣ୍ଠଦାନ କରିଥିବା ବେଳେ ୧୦ଟି ଖୁବ୍ ହୃଦୟ ଛୁଆଁ ହୋଇଛି ଆଉ ଦର୍ଶକଙ୍କ ପ୍ରଶଂସା ସାଉଁଟିଛି । ସୁବ୍ରତ ଓ ଭୂମିକାଙ୍କ ବନ୍ଧୁତା ୨୦୧୭ରୁ ଚାଲିଆସୁଥିବା ବେଳେ ପ୍ରଥମ ଥର ଓଡ଼ିଆ ଚଳଚିତ୍ର ଜଗତରେ ଏହି ନିଆରା ଉପହାର ଦେଇ ସେ ବନ୍ଧୁତ୍ୱର ପରାକାଷ୍ଠା ଦେଖାଇଛନ୍ତି ।
BHOOMIKA DASH FAN (ETV Bharat Odisha) ଇଟିଭି ଭାରତ, ଭୁବନେଶ୍ୱର