ଓଡିଶା

odisha

ETV Bharat / entertainment

'ମର୍ଦାନୀ 3' ସହ ରାନୀ ମୁଖାର୍ଜୀଙ୍କ ଦମଦାର କମବ୍ୟାକ୍, ପୁଣି ଖାକି ପୋଷାକରେ ଦେଖାଇବେ ଜଲୱା - Mardaani 3 - MARDAANI 3

Rani Mukerji Film Mardaani 3 Announcement: ପୁଣି ପରଦାକୁ ଦମଦାର ଅନ୍ଦାଜରେ ଫେରୁଛନ୍ତି ରାନୀ ମୁଖାର୍ଜୀ । ଆଜି, ଗୁରୁବାର ଅଭିନେତ୍ରୀଙ୍କ ଆଗାମୀ ଫିଲ୍ମ 'ମର୍ଦାନୀ 3' ଘୋଷଣା କରିଛନ୍ତି ନିର୍ମାତା । 'ମର୍ଦାନୀ' ର 10 ବର୍ଷ ପୂର୍ତ୍ତି ଅବସରରେ ନିର୍ମାତାମାନେ ଏହି ଫ୍ରାଞ୍ଚାଇଜର ତୃତୀୟ ଭାଗ (ମର୍ଦାନୀ 3) ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ,

'ମର୍ଦାନୀ 3' ସହ ରାନୀ ମୁଖାର୍ଜୀଙ୍କ ଦମଦାର କମବ୍ୟାକ୍, ପୁଣି ଖାକି ପୋଷାକରେ ଦେଖାଇବେ ଜଲୱା
'ମର୍ଦାନୀ 3' ସହ ରାନୀ ମୁଖାର୍ଜୀଙ୍କ ଦମଦାର କମବ୍ୟାକ୍, ପୁଣି ଖାକି ପୋଷାକରେ ଦେଖାଇବେ ଜଲୱା (ANI)

By ETV Bharat Odisha Team

Published : Aug 22, 2024, 3:47 PM IST

ହାଇଦ୍ରାବାଦ:ବଲିଉଡ ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କ ବ୍ଲକବଷ୍ଟର ଫିଲ୍ମ 'ମର୍ଦାନୀ' ରିଲିଜ ହେବାର 10 ବର୍ଷ ବିତିଗଲାଣି । ଏହି ଚଳଚ୍ଚିତ୍ରରେ ରାନୀଙ୍କୁ ପୋଲିସ ଅଧିକାରୀ ଶିବାନୀ ଶିବାଜୀ ରୟ ଭୂମିକାରେ ଦେଖିବାକୁ ମିଳିଥିଲା । ରାନୀଙ୍କ ଏହି ଅଭିନୟ ବେଶ ଲୋକପ୍ରିୟତା ସହ ପ୍ରଶଂସା ସାଉଁଟିଥିଲା । ତେବେ ଫିଲ୍ମର ଏଭଳି ସଫଳତା ପରେ, ନିର୍ମାତା ୟଶ ରାଜ ଫିଲ୍ମସ୍ ଏହାର ଦ୍ୱିତୀୟ ଭାଗ 'ମର୍ଦାନୀ 2' ରିଲିଜ କରିଥିଲେ। ଏହା ମଧ୍ୟ ହିଟ୍ ହୋଇଥିଲା । ତେବେ ବର୍ତ୍ତମାନ 'ମର୍ଦାନୀ' ରିଲିଜର 10 ବର୍ଷ ପୂର୍ତ୍ତି ଅବସରରେ ନିର୍ମାତା ଏହାର ତୃତୀୟ ଭାଗ ଅର୍ଥାତ୍ 'ମର୍ଦାନୀ 3' ଘୋଷଣା କରିଛନ୍ତି । ପୁଣି ପରଦାକୁ 'ମର୍ଦାନୀ 3' ସହ ଦମଦାର କମବ୍ୟାକ କରିବେ ରାନୀ ମୁଖାର୍ଜୀ ।

ଖୁବଶୀଘ୍ର ଆସୁଛି 'ମର୍ଦାନୀ 3'

ଫିଲ୍ମ 'ମର୍ଦାନୀ'ର 10 ବର୍ଷ ପୂର୍ତ୍ତିରେ ନିର୍ମାତା ଯଶ ରାଜ ଫିଲ୍ସ ନିଜ ଇନଷ୍ଟାଗ୍ରାମରେ 'ମର୍ଦାନୀ' ର ତୃତୀୟ ଭାଗ ଘୋଷଣା କରିଛନ୍ତି । ନିର୍ମାତା ସେୟାର କରିଥିବା ଭିଡିଓରେ 'ମର୍ଦାନୀ ଏବଂ ମର୍ଦାନୀ 2'ର ଝଲକ ଦେଖିବାକୁ ମିଳିଛି । ଭିଡିଓ ଶେଷରେ 'ମର୍ଦାନୀ 3' ର ଘୋଷଣା ହୋଇଛି । ତେବେ ଏହି ପ୍ରାଞ୍ଚାଇଜ ସହ ରାନୀ ମୁଖାର୍ଜୀ ଶିବାନୀ ଶିବାଜୀ ରୟଙ୍କ ଭୂମିକାରେ ପୁଣି ଫେରିବେ ବୋଲି ସେ କହିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, '' ରାନୀ ମୁଖାର୍ଜୀ ଏବଂ ମର୍ଦାନୀଙ୍କ 10 ବର୍ଷ ପୂରିଛି। ବର୍ତ୍ତମାନ ନୂଆ ଅଧ୍ୟାୟ ଆସୁଛି । ଏକ ଦଶନ୍ଧି ଧରି ଏତେମାତ୍ରାରେ ଭଲପାଇବା ଏବଂ ପ୍ରଶଂସା କରିଥିବାରୁ ଧନ୍ୟବାଦ, ଏହି ଭଲପାଇବା ଯୋଗୁଁ ଆମେ ପୁନର୍ବାର ପ୍ରେରଣା ପାଇଛୁ । ସମସ୍ତଙ୍କୁ ଧନ୍ୟବାଦ ।''

'ମର୍ଦାନୀ 3' ର ସୁଟିଂ କେବେ ଆରମ୍ଭ ?

ରାନୀ ମୁଖାର୍ଜୀ ଏବଂ ଆଦିତ୍ୟ ଚୋପ୍ରା ଦୀର୍ଘ ଦିନ ଧରି ଫିଲ୍ମର ତୃତୀୟ ଭାଗରେ କାମ କରିଆସୁଛନ୍ତି ଏବଂ ବର୍ତ୍ତମାନ ଏହାକୁ ନିଶ୍ଚିତ କରିଛନ୍ତି । ସୂଚନା ଅନୁଯାୟୀ, 'ମର୍ଦାନୀ 3' ର ସୁଟିଂ ଆସନ୍ତା ବର୍ଷ ଅର୍ଥାତ୍ 2025 ରେ ଆରମ୍ଭ ହେବାକୁ ଯାଉଛି। ତେବେ ନିର୍ମାତାମାନେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିନାହାଁନ୍ତି । ଏହି ଘୋଷଣା ପରେ ରାନୀଙ୍କ ପ୍ରଶଂସକଙ୍କ ଉତ୍ସାହ ବୃଦ୍ଧି ପାଇଛି ଏବଂ ସେମାନେ ରାନୀଙ୍କୁ ପୁଣି ପରଦାରେ ଦେଖିବାକୁ ଅପେକ୍ଷା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଦୁଷ୍କର୍ମକାରୀକୁ ନିପାତ କରିବେ ରାନୀ, ଦେଖନ୍ତୁ ଟ୍ରେଲର

ବକ୍ସ ଅଫିସରେ ହିଟ୍ ରହିଥିଲା 'ମର୍ଦାନୀ'

22 ଅଗଷ୍ଟ 2014 ରେ ୟଶ ରାଜ ଫିଲ୍ମ ପ୍ରଡକ୍ସନ୍ ଦ୍ୱାରା 'ମର୍ଦାନୀ' ମୁକ୍ତିଲାଭ କରିଥିଲା । ରାନୀ ମୁଖାର୍ଜୀ ଏକ ଖାକି ୟୁନିଫର୍ମ ପିନ୍ଧିଥିବାର ନଜର ଆସିଥିଲେ, ଯେଉଁମାନେ ମହିଳାଙ୍କ ପ୍ରତି ଅତ୍ୟାଚାର କରୁଥିବା ଲୋକ ତଥା ଏହି ସିଷ୍ଟମ ସହିତ ଖେଳୁଥିବା ରାଜନେତାଙ୍କୁ ଉଚିତ ଶିକ୍ଷା ଦେଇଥିବା ନଜର ଆସିଥିଲେ। ଏହା ପରେ, 2019 ମସିହାରେ, ମର୍ଦାନୀର ଦ୍ୱିତୀୟ ଭାଗ 'ମର୍ଦାନୀ 2' ବଡ ପରଦାରେ ମୁକ୍ତିଲାଭ କରିଥିଲା । ରିପୋର୍ଟ ଅନୁସାରେ, ପାର୍ଟ -1 ବକ୍ସ ଅଫିସରେ 35.82 କୋଟି ଟଙ୍କା ଆୟ କରି ହିଟ୍ ହୋଇଥିଲା । ଏହା ପରେ, ମର୍ଦାନୀ-2 (47.57) କୋଟି ଟଙ୍କା ବ୍ୟବସାୟ କରି ସଫଳତା ହାସଲ କରିଥିଲା । ତେବେ 'ମର୍ଦାନୀ 3' ମଧ୍ୟ ଲୋକଙ୍କୁ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ନିର୍ମାତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details