ନୂଆଦିଲ୍ଲୀ:ମାସ ଆରମ୍ଭରୁ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଦେଶରେ ସାଧାରଣ ନିର୍ବାଚନ ପୂର୍ବରୁ କମିଲା କମର୍ସିଆଲ ସିଲିଣ୍ଡର ଦର । 19 କେଜି କମର୍ସିଆଲ ସିଲିଣ୍ଡର ଦର 30.50 ଟଙ୍କା ହ୍ରାସ ହୋଇଛି । ସେହିପରି 5 କେଜି ଏଫଟିଏଲ ସିଲିଣ୍ଡର ଦର 7.50 ଟଙ୍କା ହ୍ରାସ କରିଛି ତୈଳ ବିପଣନ କମ୍ପାନୀ । ଆଜି ଠାରୁ ଏହି ଦୁଇ ସିଲିଣ୍ଡରର ନୂଆ ଦର ଲାଗୁ ହୋଇଛି । ଯାହା ସାଧାରଣ ଲୋକଙ୍କ ଆଶ୍ବସ୍ତି ଦେଇଛି ।
ଏହା ମଧ୍ୟ ପଢନ୍ତୁ-ମହିଳା ଦିବସରେ ଗୃହିଣୀଙ୍କୁ ମୋଦିଙ୍କ ଭେଟି, ୧୦୦ ଟଙ୍କା କମିଲା LPG ସିଲିଣ୍ଡର ଦର
ସରକାରୀ ତୈଳ କମ୍ପାନୀ ଗୁଡିକ ଦେଇଥିବା ସୂଚନା ଅନୁଯାୟୀ, ଆଜିଠାରୁ ଦେଶର ବିଭିନ୍ନ ସହରରେ ଏଲପିଜି ସିଲିଣ୍ଡରର ମୂଲ୍ୟ 30.50 ଟଙ୍କାକୁ ହ୍ରାସ କରାଯାଇଛି । କେବଳ 19 କିଲୋଗ୍ରାମ ବ୍ୟବସାୟିକ LPG ସିଲିଣ୍ଡରରେ ଏହି ଲାଭ ପାଇ ପାରିବେ ଉପଭୋକ୍ତା । ଦିଲ୍ଲୀରେ 19 କେଜି କମର୍ସିଆଲ ସିଲିଣ୍ଡର ଦର 1764.50 ଟଙ୍କା ରହିଛି । ଏହା ପୂର୍ବରୁ ସିଲିଣ୍ଡର ଦର 1795 ଟଙ୍କା ରହିଥିଲା । ସେହିଭଳି କୋଲକାତାରେ 1,879 ଟଙ୍କା, ମୁମ୍ବାଇରେ 1,717.50 ଟଙ୍କା ଓ ଚେନ୍ନାଇରେ 1,930 ଟଙ୍କାକୁ ଖସି ଆସିଛି କମର୍ସିଆଲ ସିଲିଣ୍ଡର ଦର । ଗତ ମାର୍ଚ୍ଚ 1 ତାରିଖରେ 19 କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲପିଜି ସିଲିଣ୍ଡର ଦର 25 ଟଙ୍କା 50 ପଇସା ବୃଦ୍ଧି ହୋଇଥିଲା ।
କମର୍ସିଆଲ ସିଲିଣ୍ଡର ନୂଆ ଦର |
ଦିଲ୍ଲୀ | 1764.50 ଟଙ୍କା |
କୋଲକାତା | 1,879 ଟଙ୍କା |
ମୁମ୍ବାଇ | 1,717.50 |
ଚେନ୍ନାଇ | 1,930 ଟଙ୍କା |