ଓଡିଶା

odisha

ETV Bharat / business

ମୋଦିଙ୍କ ଶପଥ ପାଠ ପରେ ସର୍ବକାଳୀନ ରେକର୍ଡ ସ୍ତରରେ ସେୟାର ବଜାର - Sensex Opening Bell - SENSEX OPENING BELL

Stock Market Record: ଏନଡିଏ ସରକାର ଶପଥ ନେବା ପରେ ନୂଆ ରେକର୍ଡ କରିଛି ସେୟାର ମାର୍କେଟ । ବିଏସଇ ସେନସେକ୍ସ ପ୍ରଥମ ଥର ପାଇଁ 77 ହଜାର ପଏଣ୍ଟରେ ପହଞ୍ଚିଛି । ଅଧିକ ପଢନ୍ତୁ

Stock Market Record
Stock Market Record (ETV Bharat Odisha)

By ETV Bharat Odisha Team

Published : Jun 10, 2024, 10:53 AM IST

ହାଇଦ୍ରାବାଦ:ମୋଦି ସରକାରଙ୍କ 3.0 ଶପଥ ଗ୍ରହଣ କରିବା ପରେ ସେୟାର ବଜାରରେ ରେକର୍ଡ ଦେଖାଦେଇଛି । ନୂଆ ସରକାର ଗଠନ ହେବା ପରେ ଭାରତୀୟ ଷ୍ଟକ୍ ମାର୍କେଟରେ ପ୍ରଭାବ ପଡିବା ସହିତ ଏକ ଜବରଦସ୍ତ ଅଭିବୃଦ୍ଧି ଦେଖିବାକୁ ମିଳିଛି । ନିର୍ବାଚନୀ ପ୍ରକ୍ରିୟା ଜାରି ରହିବା ସମୟରେ କେତେବେଳେ ସେନସେକ୍ସ ବଢୁଥିବା କମୁଥିବା ବେଳେ ଆଜି ପୁଣି ଷ୍ଟକ ମାର୍କେଟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି । ସେନସେକ୍ସ ପ୍ରଥମ ଥର ପାଇଁ 77000 ପଏଣ୍ଟ ଅତିକ୍ରମ କରିଥିବା ବେଳେ ନିଫ୍ଟି 23400 ସ୍ତର ଅତିକ୍ରମ କରି ଐତିହାସିକ ଶିଖରରେ ପହଞ୍ଚିଛି । ବଜାର ଖୋଲିବା ମାତ୍ରେ ବ୍ୟାଙ୍କ ନିଫ୍ଟି 50,000 ସ୍ତର ଅତିକ୍ରମ କରି 51,133.20 ପଏଣ୍ଟରେ ବନ୍ଦ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ଏକଜିଟ ପୋଲ ରିପୋର୍ଟ ପରେ ଉଛୁଳିଲା ସେୟାର ବଜାର, ଭାଙ୍ଗିଲା 4 ବର୍ଷର ରେକର୍ଡ - Share Market

କିଭଳି ରହିଥିଲା ବଜାର ଓପନିଂ: ଗତକାଲି(ରବିବାର) ସନ୍ଧ୍ୟାରେ ତୃତୀୟ ଥର ପାଇଁ ମୋଦି ସରକାର ଶପଥ ଗ୍ରହଣ କରିବା ପରେ ଆଜି ସର୍ବକାଳୀନ ରେକର୍ଡ ଛୁଇଁଥିଲା ଷ୍ଟକ ମାର୍କେଟ । ଆଜି(ସୋମବାର) ବିଏସଇ ସେନସେକ୍ସ 77,079.04 ପଏଣ୍ଟ ଉଛୁଳି କାରବାର ଆରମ୍ଭ କରିଥିଲା । ଅନ୍ୟପଟେ ନିଫ୍ଟି ପ୍ରଥମ ଥର ପାଇଁ 23,411.90 ସ୍ତରରେ ପହଞ୍ଚିଛି । 23 ହଜାର ପଏଣ୍ଟ ପାର କରିଛି । ବାଣିଜ୍ୟ ସପ୍ତାହର ପ୍ରଥମ ଦିନ (ସୋମବାର) ସେୟାର ବଜାରରେ ରେକର୍ଡ ପାର କରିଛି କାରବାର । ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସୂଚକାଙ୍କ ସେନସେକ୍ସ ଆଜି 242.05 ପଏଣ୍ଟ ଅର୍ଥାତ 0.32 ପ୍ରତିଶତ ବଢ଼ି 77 ହଜାର ମୁହାଁ ହୋଇଛି । ସେନସେକ୍ସ ଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ( NSE) ନିଫ୍ଟ 29 ପଏଣ୍ଟ କିମ୍ବା 0.12 ପ୍ରତିଶତ ବୃଦ୍ଧି ହୋଇ 23,319.15 ପଏଣ୍ଟରେ ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ଫଳାଫଳ ମଧ୍ୟରେ ସେୟାର ମାର୍କେଟ ଡାଉନ, ସେନସେକ୍ସ ୨୦୦୦ରୁ ଊର୍ଦ୍ଧ୍ବ ପଏଣ୍ଟ ହ୍ରାସ - Sensex down

ସେନସେକ୍ସ ସେୟାର ହାଲଚାଲ୍: 30 ଟି ସେନ୍ସେକ୍ସ ସେୟାର ମଧ୍ୟରୁ 14 ଟି ସେୟାର ବୃଦ୍ଧିରେ କାରବାର କରୁଛି ଏବଂ 16 ଟି ସେୟାର ହ୍ରାସ ପାଇବାରେ ଲାଗିଛି । ପାୱାରଗ୍ରୀଡର ସେୟାର 3.33 ପ୍ରତିଶତ ଏବଂ ଆକ୍ସିସ ବ୍ୟାଙ୍କ 1.63 ପ୍ରତିଶତ ବୃଦ୍ଧି ପାଇଛି । ଅଲଟ୍ରା ଟେକ୍ ସିମେଣ୍ଟ 1.50 ପ୍ରତିଶତ ଏବଂ ନେଷ୍ଟଲେ 0.66 ପ୍ରତିଶତ ବଳବତ୍ତର ରହିଛି ।

ABOUT THE AUTHOR

...view details