ହାଇଦ୍ରାବାଦ:ଆସୁଛି ସ୍ବାଧୀନତା ଦିବସ । ସ୍ବତନ୍ତ୍ରତା ଦିବସ ଉପଲକ୍ଷେ ଅନଲାଇନ ବଜାରରେ ଲାଗିଲାଣି ବମ୍ପର ସେଲ୍ । ଯାହାକୁ ଲୋକେ ଚାହିଁ ବସିଥାନ୍ତି । ମୋବାଇଲ ଫୋନ ହେଉ ଅବା ଘରକରଣା ଜିନିଷ । UPSC କୋର୍ସଠୁ ନେଇ ଆପଣଙ୍କ ପ୍ରିୟ ଅନଲାଇନ କର୍ମସିଆଲ ସାଇଟ ଗୁଡିକ ଆଣିଛନ୍ତି ସୋନେ ପେ ସୁହାଗା ଅଫର୍ । ଘରେ ବସି ଅଧା ଦାମରେ ପାଆନ୍ତୁ ଜିନିଷ । କେଉଁଠି ମିଳୁଛି ଅଫର୍ । କେଉଁ ସାଇଟ ଦେଉଛି ଡିସକାଉଣ୍ଟ ? ଜମାବି ବ୍ୟସ୍ତ ହୁଅନ୍ତୁ ନାହିଁ । ଆମେ ଆପଣଙ୍କୁ ଜଣାଇବାକୁ କେଉଁଠି ମିଳୁଛି ଶସ୍ତାରେ ଜିନିଷ । ଆସନ୍ତୁ ଜାଣିବା ସ୍ବାଧୀନତା ଦିବସରେ କେଉଁ କର୍ମସିଆଲ ସାଇଟ ଆଣିଛି ଗ୍ରାହକଙ୍କ ପାଇଁ କେଉଁ ଅଫର୍ ।
କେବେଠୁ ଆରମ୍ଭ ସେଲ୍:
ସ୍ବାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ 6ରୁ ଆରମ୍ଭ ହୋଇଗଲାଣି ସେଲ୍ । ଯାହାକି ଅଗଷ୍ଟ 15 ଯାଏଁ ଚାଲିବ । କିନ୍ତୁ ସବୁ ଇ-କମର୍ସ ସାଇଟରେ ଅଫର ତାରିଖ ଅଲଗା ଅଲଗା ରହିଛି । ଯେମିତି କିଏ ଅଗଷ୍ଟ 6 ତାରିଖରୁ ସେଲ ଆରମ୍ଭ କରି ଅଗଷ୍ଟ 15 ଯାଏଁ ଦେଉଛି ପୁଣି କିଏ ଅଗଷ୍ଟ 11 ବା 12 ତାରିଖ ଯାଏଁ ଅଫର୍ ଦେଉଛି ।
Amazon Great Freedom Festival Sale(ଆମାଜନ ଗ୍ରେଟ ଫ୍ରିଡମ ଫେଷ୍ଟିଭାଲ ସେଲ):
ଏ ଠୁ ଜେଡ୍ ମିଳୁଥିବା ଅନଲାଇନ କର୍ମସିଆଲ ସାଇଟ ଆମାଜନ ଆପଣଙ୍କ ପାଇଁ ଆଣିଛି ସାନଦାର ଅଫର୍ । ସବୁ କାଟାଗୋରୀରେ ମିଳୁଛି ବମ୍ପର ଅଫର୍ । ଇଲୋଟ୍ରୋନିକ୍ସ, ଘରକରଣା ସାମଗ୍ରୀ, ବିଉଟି ପ୍ରଡକ୍ଟ, ଡ୍ରେସ ଭଳି ସେକ୍ସନରେ ଜିନିଷ ମିଳୁଛି ଶସ୍ତାରେ । ଫାଇଦା ଉଠାନ୍ତୁ କିଣି ନିଅନ୍ତୁ ମନ ପସନ୍ଦର ସାମଗ୍ରୀ । ତେବେ ଅଗଷ୍ଟ 6ରୁ ଆରମ୍ଭ ହୋଇଥିବା ସେଲ୍ ଅଗଷ୍ଟ 11 ଯାଏଁ ଚାଲିବ ।
Flipkart Flagship Sale (ଫିଲ୍ପକାର୍ଟ ଫ୍ଲାଗସିପ୍ ସେଲ):
ଗ୍ରାହକଙ୍କ ପାଇଁ ଧମାକାଦାର ସେଲ୍ ଆଣିଛି ଫିଲ୍ପକାର୍ଟ । ସ୍ମାର୍ଟ ୱାଚ୍ଠୁ ମୋବାଇଲ ଫୋନ ସବୁଥିରେ ମିଳୁଛି ଅଫର୍ । ଆମାଜନ ଭଳି ଅଗଷ୍ଟ 6 ତାରିଖରୁ ଆରମ୍ଭ ହୋଇଛି ଫିଲ୍ପକାର୍ଟର ମେଗା ଅଫର୍ । ଯାହାକି ଆସନ୍ତା 15 ପର୍ଯ୍ୟନ୍ତ ଚାଲିବ । ଯଦି କିଛି ଇଲୋକଟ୍ରୋନିକ୍ସ ଜିନିଷ କିଣିବାକୁ ଅପେକ୍ଷା କରିଛନ୍ତି ତାହାଲେ ଆପଣଙ୍କ ପାଇଁ ଧମାକାଦାର ଅଫର୍ ଆସିଛି । ଟ୍ୟାବଲେଟ, ସ୍ମାର୍ଟଟିଭି, ଲାପଟପ୍, କ୍ୟାମେରା ଭଳି ଇଲୋକଟ୍ରୋନିକ୍ସ ଜିନିଷରେ 80 ପ୍ରତିଶତ ରିହାତି ଦେଉଛି ଫିଲ୍ପକାର୍ଟ । ମାତ୍ର 5 ହଜାର ଟଙ୍କାରୁ ଆରମ୍ଭ ହେଉଛି ଇଲୋକଟ୍ରୋନିକ୍ସ ସାମଗ୍ରୀର ଦର । 7,999 ଟଙ୍କାରେ ମିଳି ଯାଉଛି ଟ୍ୟାବଲେଟ୍ । ସୁଯୋଗ ହାତ ଛଡା କରନ୍ତୁ ନାହିଁ ଏବେ ନିଜର ଇଲୋକଟ୍ରୋନିକ୍ସ ଆଇଟମକୁ ଅପଗ୍ରେଡ କରନ୍ତୁ ।
Myntra Independence Day Sale( ମିନ୍ତ୍ରାର ଅଫର ବର୍ଷା):
ଫ୍ୟାସନ କଥା ଯେତେବେଳେ ଉଠେ ଆଉ ଅନଲାଇନ ଅର୍ଡର କଥା ଆସେ । ସଭିଁଙ୍କ ପ୍ରାୟ ପସନ୍ଦ ଥାଏ ଇ-କମର୍ସ ସାଇଟ ମିନ୍ତ୍ରା । କପଡା ଆଇଟମରେ ଡିସକାଉଣ୍ଟ ପାଇଁ ଅପେକ୍ଷା କରିଛନ୍ତି କି । ତାହାଲେ ମିନ୍ତ୍ରା ଆଣିବାକୁ ଯାଉଛି ଆପଣଙ୍କ ପାଇଁ ବଡ ଅଫର । ଯେଉଁଥିରେ ବଡ ବଡ ବ୍ରାଣ୍ଡରେ ବିଗ୍ ଡିସକାଉଣ୍ଟ । ସବୁ ବର୍ଗର ଲୋକଙ୍କ ପାଇଁ ଗ୍ରାଣ୍ଡ ଅଫର ଆଣିବାକୁ ଯାଉଛି ମିନ୍ତ୍ରା । ଯାହାକି ଆସନ୍ତାକାଲି(ଅଗଷ୍ଟ 10)ରୁ ଆରମ୍ଭ ହେବାକୁ ଯାଉଛି । ଏହି ଅଫର୍ ଆସନ୍ତା 15 ପର୍ଯ୍ୟନ୍ତ ଚାଲିବ । ଷ୍ଟାଇଲିସ୍ ଆଉଟଫିଟରେ ମିଳିବ 90 ପ୍ରତିଶତ ଡିସକାଉଣ୍ଟ । ଆଉ ଇଣ୍ଡିଆନ ବ୍ରାଣ୍ଡ୍ସରେ ମିଳିବ 75 ପ୍ରତିଶତ ରିହାତି । କେବଳ ସେତିକି ନୁହେଁ ମିନ୍ତ୍ରା ନିଜସ୍ବ ବ୍ରାଣ୍ଡରେ ମଧ୍ୟ 75 ପ୍ରତିଶତ ଅଫର୍ ମିଳିବାକୁ ଯାଉଛି ।
JioMart Grand Independence Sale(ଜିଓମାର୍ଟ ସେଲ୍):
ସ୍ବାଧୀନତା ଦିବସ ଉପଲକ୍ଷେ ଫେଷ୍ଟିଭାଲ ଅଫର୍ ଆଣିଛି ଜିଓମାର୍ଟ । ଜିଓମାର୍ଟର ବହୁ ପ୍ରତିକ୍ଷିତ ସେଲ୍ ଆରମ୍ଭ ହୋଇଯାଇଛି । ଘରକରଣା ଜିନିଷ ଠାରୁ ଇଲୋଟ୍ରୋନିକ୍ସ ସାମଗ୍ରୀରେ 80 ପ୍ରତିଶତ ରିହାତି ଦେଉଛି ଜିଓମାର୍ଟ । ଦର୍ଶକ ବନ୍ଧୁ ଏ ଅଫର୍ ଆସନ୍ତା 14 ଅଗଷ୍ଟ ପର୍ଯ୍ୟନ୍ତ ରହିଛି ।
ମୋବାଇଲରେ ଜବରଦସ୍ତ ଅଫର୍: