ହାଇଦ୍ରାବାଦ: ଗ୍ରାହକଙ୍କ ପାଇଁ ଖୁସି ଖବର । କମିଲା ସୁନା ଦର । ଆଗକୁ ବିବାହ ଋତୁ ଥିବାବେଳେ ସୁନା ଦରରେ ହ୍ରାସ ଘଟିବା ଗ୍ରାହକଙ୍କ ପାଇଁ ସାମାନ୍ୟ ଆଶ୍ବସ୍ତି ଆଣିଦେଇଛି । ପୂର୍ବରୁ ଧନତେରସ ଥିବାବେଳେ ସେହି ସମୟରେ ଏହି ଦରବୃଦ୍ଧି ଘଟିଥିଲା । ଧନତେରସ ସମୟରେ ସୁନା ଦର ୭୩ ହଜାର ୮୦୦ ଟଙ୍କା ରହିଥିଲା । ତେବେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୧୬୫୦ ଟଙ୍କା ହ୍ରାସ ପାଇଥିବା ସୂଚନା । ସେହିପରି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୧୭୯୦ ଟଙ୍କା ହ୍ରାସ ପାଇଛି ।
କେତେ କମିଛି ସୁନା ଦର?
ଗତକାଲି (ବୁଧବାର) ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ସୁନା ବା ଶୁଦ୍ଧ ସୁନା ୧୦ ଗ୍ରାମ ପିଛା ୭୮ ହଜାର ୧୩୬ ଟଙ୍କା ରହିଥିଲା । ଯାହା ଆଜି ୭୬ ହଜାର ୫୫୬ ଟଙ୍କାକୁ ଖସି ଆସିଛି । ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ରହିଛି ୭୨ ହଜାର ରହିଛି । ଆଜି ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାଦର ୭୨ ହଜାର ରହିଛି । ସେହିପରି ଅନ୍ୟ ବଡ଼ ବଡ଼ ସହରରେ କେତେ ରହିଛି ସୁନା ରେଟ୍ ଆସନ୍ତୁ ନଜର ପକାଇବା ।
କେଉଁ ସହରରେ କେତେ ରହିଛି ସୁନା ଦର:
ସହରର ନାଁ | ୨୨ କ୍ୟାରେଟ୍ ସୁନା ଦର | ୨୪କ୍ୟାରେଟ ସୁନା ଦର |
ଦିଲ୍ଲୀ | ୭୩,୮୧୦ | ୮୦,୫୧୦ |
ମୁମ୍ବାଇ | ୭୨,୦୦୦ | ୭୮, ୫୬୦ |
ଚେନ୍ନାଇ | ୭୨,୦୦୦ | ୭୮,୫୬୦ |
କୋଲକାତା | ୭୨,୦୦୦ | ୭୮,୫୬୦ |
ପୁଣେ | ୭୨,୦୦୦ | ୭୮,୫୬୦ |
ବେଙ୍ଗାଲୁରୁ | ୭୨,୦୦୦ | ୭୮,୫୬୦ |
ହାଇଦ୍ରାବାଦ | ୭୨,୦୦୦ | ୭୮,୫୬୦ |