ଓଡିଶା

odisha

ETV Bharat / bharat

କନ୍ଦାଇଲା ‘2024’, ଭାରତ ହରାଇଲା ମିଡିଆ ଆଇକନ-ଶିଳ୍ପ ରତ୍ନ - PROMINENT PERSONALITY DEATH

2024ରେ ସ୍ତବ୍ଧ ଦେଶ । ରତନ ଟାଟା, ରାମୋଜୀ ରାଓ, ସୀତାରାମ ୟେଚୁରି, ଜାକିର ହୁସେନଙ୍କ ପରି କିମ୍ବଦନ୍ତୀ ବ୍ୟକ୍ତିତ୍ବକୁ ହରାଇଲା । ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ

YearEnder 2024
YearEnder 2024 (ETV Bharat Odisha)

By ETV Bharat Odisha Team

Published : Dec 25, 2024, 6:36 AM IST

ହାଇଦ୍ରାବାଦ: ଜନ୍ମ ମୃତ୍ୟୁ ସଂସାର ନିୟମ । ବିଦାୟୀ ବର୍ଷ 2024 ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଛଡାଇ ନେଇଛି । ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବହୁ କିମ୍ବଦନ୍ତୀ ନାୟକ । ସୁଯୋଗ୍ୟ ସନ୍ତାନଙ୍କୁ ହରାଇ କାନ୍ଦିଛି ଦେଶ । ରତନ ଟାଟା ହୁଅନ୍ତୁ ଅବା ରାମୋଜୀ ରାଓ, ଉସ୍ତାଦ ଜାକିର ହୁସେନଙ୍କ ଠାରୁ ଆରମ୍ଭ କରି ବାମପନ୍ଥୀ ନେତା ସୀତାରାମ ୟେଚୁରୀଙ୍କ ଭଳି ବିଶିଷ୍ଟ ବ୍ୟକ୍ତି 2024ରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ରାଜନେତାଠୁ ଶିଳ୍ପପତି, ଗାୟକଙ୍କଠୁ ଖେଳାଳି 2024ରେ ଦେହାନ୍ତ ହୋଇଥିବା ନାୟକଙ୍କୁ ନେଇ ଆମର ଏହି ସ୍ପେଶାଲ ରିପୋର୍ଟ ‘ମନେ ରହିବେ ଦେଶର ରତ୍ନ’

ଚାଲିଗଲେ ଶିଳ୍ପ ରତ୍ନ ରତନ ଟାଟା:

ରତନ ଟାଟା (ETV Bharat Odisha)

ଦିନ ଥିଲା ଅକ୍ଟୋବର 9 । ରାତି ପ୍ରାୟ 11ଟା ପରେ ଖବର ପ୍ରଚାରିତ ହୋଇଥିଲା ଭାରତର ଶିଳ୍ପ ରତ୍ନ ରତନ ଟାଟା ଆଉ ଦୁନିଆରେ ନାହାନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 86 ବର୍ଷ ହୋଇଥିଲା । ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ରତନ ଟାଟା । ତାଙ୍କ ବିୟୋଗରେ ଶିଳ୍ପ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା । ରତ୍ନଙ୍କୁ ହରାଇ ଦେଶ ହୋଇଯାଇଥିଲା ସ୍ତବ୍ଧ । ଟାଟାକୁ ଏକ ବିରାଟ ବ୍ରାଣ୍ଡରେ ପରିଣତ କରିଥିଲେ ରତନ ଟାଟା । ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢିଥିଲେ । ତାଙ୍କ ପରଲୋକରେ ରାଜନୈତିକ ମହଲ, ଶିଳ୍ପ ଜଗତ, ବଲିଉଡଠୁ ନେଇ ବିଭିନ୍ନ କ୍ଷେତ୍ରରେ ସଂଶ୍ଲିଷ୍ଟ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଥିଲେ । ରତନ ଟାଟା କେବଳ ଜଣେ ବିଶିଷ୍ଟ ଶିଳ୍ପପତି ଭାବେ ନାଁ ଅର୍ଜନ କରିନଥିଲେ । ତାଙ୍କ ଦୟାଶୀଳ ବ୍ୟକ୍ତିତ୍ବ ସମସ୍ତଙ୍କୁ ସର୍ବଦା ଆକୃଷ୍ଟ କରୁଥିଲା ।

ମିଡିଆ ଆଇକନ ରାମୋଜୀ ରାଓଙ୍କ ପରଲୋକ:

ରାମୋଜୀ ରାଓ (ETV Bharat Odisha)

ମିଡିଆ ଟାଇକୁନ ରାମୋଜୀ ରାଓ । ଗତ ଜୁନ 8ରେ ଶେଷ ନିଶ୍ବାସ ତ୍ୟାଗ କଲେ କିମ୍ବଦନ୍ତୀ ପୁରୁଷ ରାମୋଜୀ ରାଓ । ଉଚ୍ଚରକ୍ତ ଚାପ, ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବାରୁ ରାମୋଜୀ ରାଓଙ୍କୁ ଗତ ଜୁନ 5ରେ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜୁନ 8ରେ ସେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କଲେ । ମୃତ୍ୟୁ ବେଳକୁ ତାଙ୍କୁ 87 ବର୍ଷ ହୋଇଥିଲା । ରାମୋଜୀ ରାଓ କେବଳ ଏକ ନାଁ ନଥିଲା । ମିଡିଆ ଜଗତକୁ ଗଢିତୋଳିବାରେ ତାଙ୍କ ଅବଦାନ ଥିଲା ଅବର୍ଣ୍ଣନୀୟ ।

ରାମୋଜୀ ରାଓ (ETV Bharat Odisha)

ସାମ୍ବାଦିକତା, ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଉଲ୍ଲେଖନୀୟ । ଏଥିପାଇଁ ରାମୋଜୀ ରାଓଙ୍କୁ 2016ରେ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା । ରାମୋଜୀ ରାଓଙ୍କ ହାତ ତିଆରି ରାମୋଜୀ ଫିଲ୍ମ ସିଟି ଦୁନିଆର ସବୁଠୁ ବଡ ଫିଲ୍ମ ଷ୍ଟୁଡିଓ କମ୍ଲେକ୍ସ ଭାବେ ପ୍ରସିଦ୍ଧ । ରାମୋଜୀ ରାଓ 1936 ମସିହା ନଭେମ୍ବର 16ରେ ଆନ୍ଧ୍ର ପ୍ରଦେଶର କୃଷ୍ଣା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ସେ ମିଡିଆ ଟାଇକୁନ ଭାବେ ବେଶ ପରିଚିତ । ତାଙ୍କ ଅବର୍ତ୍ତମାନ ମିଡିଆ ଜଗତ ପାଇଁ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

ରାମୋଜୀ ରାଓ (ETV Bharat Odisha)

ରାଜନେତାଙ୍କ ଦେହାନ୍ତ:

ମନୋହର ଜୋଶୀ:

ମନୋହର ଜୋଶୀ (ETV Bharat Odisha)

ମହରାଷ୍ଟ୍ର ରାଜନୀତିରେ ଜଣେ ବିଚକ୍ଷଣ ରାଜନେତା ଥିଲେ ମନୋହର ଜୋଶୀ । ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ସହ ଲୋକସଭା ବାଚସ୍ପତି ଭାବେ କାର୍ଯ୍ୟ କରିଛନ୍ତି । ଗତ ଫେବୃଆରୀ 23ରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ହୃଦଘାତରେ ପୀଡିତ ହେବା ପରେ ତାଙ୍କୁ ହିନ୍ଦୁଜା ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ହେଲେ 86 ବର୍ଷ ବୟସରେ ଆଖି ବୁଜିଥିଲେ ମନୋହର ଜୋଶୀ । ତାଙ୍କ ନିଧନ ମହାରାଷ୍ଟ୍ର ରାଜନୀତିରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଥିଲା ।

ସୁଶିଲ ମୋଦି:

ସୁଶିଲ ମୋଦି (ETV Bharat Odisha)

ବରିଷ୍ଠ ବିଜେପି ନେତା ତଥା ବିହାରର ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦି । ଚଳିତ ବର୍ଷ ମେ’ 13ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 72 ବର୍ଷ ହୋଇଥିଲା । ଦୀର୍ଘଦିନ ଧରି ସେ କ୍ୟାନସର ରୋଗରେ ପୀଡିତ ଥିଲେ । ମାସେ ଧରି ଏମ୍ସରେ ଚିକିତ୍ସିତ ହେଉଥିଲେ । ହେଲେ କ୍ୟାନସର ଯୁଦ୍ଧରେ ହାରିଯାଇଥିଲେ ସେ ।

ନଟବର ସିଂ:

ନଟବର ସିଂ (ETV Bharat Odisha)

ଭାରତର ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ନଟବର ସିଂ 93 ବର୍ଷ ବୟସରେ ଆଖି ବୁଝିଛନ୍ତି । ଅଗଷ୍ଟ 10ରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଗୁରୁଗ୍ରାମର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ନଟବର ସିଂ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

ଏଜି ନୁରାନି:

ଏଜି ନୁରାନି (ETV Bharat Odisha)

ଜଣେ ଆଇନଜୀବୀ, ସ୍କଲାର, ବାୟୋଗ୍ରାଫର, ଇତିହାସକାର ଭାବେ ଜଣାଶୁଣା ଅବଦ୍ଦୁଲ ଗଫୁର ମଜିଦ ନୁରୋନିଙ୍କ ଗତ ଅଗଷ୍ଟ 29ରେ ପରଲୋକ ହୋଇଥିଲା । 93 ବର୍ଷ ବୟସରେ ମୁମ୍ବାଇ ସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ସେ ।

ସୀତାରାମ ୟେଚୁରି:

ସିତାରାମ ୟେଚୁରି (ETV Bharat Odisha)

ସିପିଆଇ(ଏମ) ମହାସଚିବ, ରାଜ୍ୟସଭା ପୂର୍ବତନ ସାଂସଦ ତଥା ବାମପନ୍ଥୀ ଆଲୋକବର୍ତ୍ତିକା ସୀତାରାମ ୟେଚୁରୀ ଗତ ସେପ୍ଟେମ୍ବର 12ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । 72 ବର୍ଷ ବୟସରେ ସେ ଦିଲ୍ଲୀ ଏମ୍ସରେ ପ୍ରାଣ ହରାଇଥିଲେ । ନିମୋନିଆରେ ପୀଡିତ ହୋଇ ଗତ ଅଗଷ୍ଟ 19ରୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ । ହେଲେ ସେପ୍ଟେମ୍ବର 12ରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

ସାଲସେଙ୍ଗ ସି ମରକ:

ସାଲସେଙ୍ଗ ସି ମରକ ହେଉଛନ୍ତି ମେଘାଳୟର ମୁଖ୍ୟମନ୍ତ୍ରୀ । ସେ ଅଗଷ୍ଟ 16ରେ ପ୍ରାଣ ହରାଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 82 ବର୍ଷ ହୋଇଥିଲା । ବାର୍ଦ୍ଧକ୍ୟଜନିତ ସମସ୍ୟାରେ ଯୁଝିହେଉଥିଲେ ସେ ।

ଏହା ମଧ୍ୟ ପଢନ୍ତୁ:

YearEnder: ଅପବାଦ ମୁଣ୍ଡାଇଲା ‘2024’, ଭାବାବେଗ ସହ ଖେଳିଲା ଲଡୁ

ବିଶ୍ବ ସ୍ପେଶ୍‌ ପୁରସ୍କାର ହାତେଇବାଠୁ ୟୁରୋପ ସାଟେଲାଇଟ୍‌ ଲଞ୍ଚ ପର୍ଯ୍ୟନ୍ତ...2024ରେ ISROର ବିରଳ କୀର୍ତ୍ତିମାନ

ସାକ୍ଷୀ ରହିଲା ‘2024’: ଯୁଦ୍ଧ-ଗୃହଯୁଦ୍ଧରେ ଯୁଝି ହେଲା ବିଶ୍ବ

ଆରପାରିରେ ଏସବୁ କଣ୍ଠଶିଳ୍ପୀ:

ପଙ୍କଜ ଉଦାସ:

ପଙ୍କଜ ଉଦାସ (ETV Bharat Odisha)

ବଲିଉଡକୁ ଶୋକ ସାଗରରେ ବୁଡାଇ ପ୍ରସିଦ୍ଧ କଣ୍ଠଶିଳ୍ପୀ ପଙ୍କଜ ଉଦାସ ଫେବୃଆରୀ 26ରେ ଆରପାରିକୁ ଚାଲିଯାଇଥିଲେ । ଅସୁସ୍ଥତା ଯୋଗୁଁ ଦୀର୍ଘ ଦିନରୁ ଚିକିତ୍ସିତ ହେଉଥିଲେ ପଙ୍କଜ । 72 ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ‘ଚିଠି ଆଇ ହେ’ ଗୀତରେ ପ୍ରତ୍ୟେକଟି ସଙ୍ଗୀତ ପ୍ରେମୀ ହୃଦୟରେ ଘର କରିଥିଲେ ପଙ୍କଜ । 2006ରେ ପଙ୍କଜଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଗଜଲରୁ କ୍ୟାରିୟର ଆରମ୍ଭ କରିଥିବା ପଙ୍କଜ ଉଦାସ ବଲିଉଡରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ।ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ ସଙ୍ଗୀତ ପ୍ରେମୀ ।

ଜାକିର ହୁସେନଙ୍କ ପରଲୋକ:

ବିଶିଷ୍ଟ ତବଲା ବାଦଲ ଜାକିର ହୁସେନ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ଗତ ଡିସେମ୍ବର 15ରେ ଆରପାରିକୁ ଚାଲିଯାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 73 ବର୍ଷ ହୋଇଥିଲା । କିମ୍ବଦନ୍ତୀ ତବଲା ବାଦଲ ଇଡିଓପାଥିକ ଫୁସଫୁସ ଫାଇବ୍ରୋସିସ ରୋଗରେ ପୀଡିତ ହୋଇ ଆମେରିକାର ସାନ୍ସଫ୍ରାନ୍ସିକୋରେ ଚିକିତ୍ସିତ ହେଉଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ଉସ୍ତାଦଙ୍କ ଦେହାନ୍ତରେ ମ୍ୟୁଜିକଠୁ ନେଇ ବଲିଉଡ ସବୁଠି ଶୋକର ଛାୟା ଖେଳିଯାଇଥିଲା ।

ଉସ୍ତାଦ ରସିଦ ଖାନ:

ହିନ୍ଦୁସ୍ତାନୀ କ୍ଲାସିକାଲ ସିଙ୍ଗର କିମ୍ବଦନ୍ତୀ ଗାୟକ ଉସ୍ତାଦ ରସିଦ ଖାନ ଗତ ଜାନୁଆରୀ 9ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । କ୍ୟାନସର ରୋଗରେ ପୀଡିତ ଥିଲେ ସେ । କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପ୍ରାଣ ହରାଇଥିଲେ ।

ଭବତାରିଣୀ:

ତାମିଲର ପ୍ରସିଦ୍ଧ କଣ୍ଠଶିଳ୍ପୀ ଭବତାରିଣୀ ଗତ ଜାନୁଆରୀ 25ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ସେ ଅନେକ ତାମିଲ ଓ ବଲିଉଡ ଗୀତରେ କଣ୍ଠଦାନ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 47 ବର୍ଷ ହୋଇଥିଲା ।

ଖେଳାଳିଙ୍କ ଦେହାନ୍ତ:

ଅଂଶୁମାନ ଗାଏକୱାଡ:

ଅଂଶୁମାନ ଗାଏକୱାଡ (ETV Bharat Odisha)

କିମ୍ବଦନ୍ତୀ କ୍ରିକେଟର ତଥା କୋଚ ଅଂଶୁମାନ ଗାଏକୱାଡ ଗତ ଜୁଲାଇ 31ରେ ପ୍ରାଣ ହରାଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 71 ବର୍ଷ ହୋଇଥିଲା । ଦୀର୍ଘଦିନ ଧରି ସେ ରକ୍ତକର୍କଟ ରୋଗରେ ପୀଡିତ ଥିଲେ । 1983ରେ ଦିନିକିଆ ବିଶ୍ବ ଚମ୍ପିଆନ ହୋଇଥିବା ଭାରତୀୟ ଦଳରେ ଖେଳିଥିଲେ ସେ । ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତି କରିଥିଲେ ।

ଏହା ମଧ୍ୟ ପଢନ୍ତୁ:

୨୦୨୪ର ଚର୍ଚ୍ଚିତ ଚେହେରା: କିଏ ସୁନାମ ପାଇଁ ଶୀର୍ଷରେ ତ ଆଉ କିଏ ବିବାଦ ପାଇଁ ବଦନାମ ...

2024 କ୍ରୀଡ଼ାରେ ଚମକିଲା ଭାରତ: T20 ବିଶ୍ବକପ ଟାଇଟଲ, ଅଲିମ୍ପିକ୍ସ ହକି ବ୍ରୋଞ୍ଜ, ଗ୍ରାଣ୍ଡମାଷ୍ଟର ଗୁଗେସଙ୍କ ରେକର୍ଡ

2024 ଆମେରିକାରେ ସତ୍ତା ପରିବର୍ତ୍ତନର ବର୍ଷ, ଟ୍ରମ୍ପ ଶାସନ ଭାରତ ପାଇଁ ଆହ୍ବାନ ନା ସୁଯୋଗ

ଧର୍ମଗୁରୁ ବସେଲିଓସ ଥୋମାସଙ୍କ ଦେହାନ୍ତ:

ଧର୍ମଗୁରୁ ବସେଲିଓସ ଥୋମାସ ଗତ ଅକ୍ଟୋବର 31ରେ ପ୍ରାଣ ହରାଇଛନ୍ତି । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ ସେ । କୋଚିର ଏକ ଘରୋଇ ହସ୍ପିଟାଲେ ଚିକିତ୍ସିତ ହେଉଥିଲେ । ସେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

ଫିଲ୍ମ ପ୍ରଯୋଜକ କୁମାର ସାହାନିଙ୍କ ଦେହାନ୍ତ:

ସିନେମା ଜଗତର ଜଣାଶୁଣା ଫିଲ୍ମ ପ୍ରଯୋଜକ କୁମାର ସାହାନି ଗତ ଫେବୃଆରୀ 24ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।ମୃତ୍ୟୁ ବେଳକୁ ତାଙ୍କୁ 83 ବର୍ଷ ହୋଇଥିଲା ।

ଡ଼ ବେଣୁଗୋପାଳଙ୍କ ଦେହାନ୍ତ:

ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡ଼ ବେଣୁଗୋପାଳ ଅକ୍ଟୋବର 8ରେ ପ୍ରାଣ ହରାଇଛନ୍ତି । ଦେଶର ପ୍ରଥମ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିଥିଲେ ସେ । ମୃତ୍ୟୁ ବେଳକୁ ତାଙ୍କୁ 82 ବର୍ଷ ହୋଇଥିଲା ।

ବୈଜ୍ଞାନିକ ଶ୍ରୀନିବାସ ହେଗଡେଙ୍କ ଦେହାନ୍ତ:

ଇସ୍ରୋର ପୂର୍ବତନ ବୈଜ୍ଞାନିକ ଶ୍ରୀନିବାସ ହେଗଡେ ଗତ ଜୁନ 14ରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 71 ବର୍ଷ ହୋଇଥିଲା । ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଚନ୍ଦ୍ରଯାନ ଅଭିଯାନରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା ।

ଏହା ମଧ୍ୟ ପଢନ୍ତୁ:

2024ରେ ଘରକୁ ଆସିଲେ କୁନି ଅତିଥି, ବାପା-ମା' ହେଲେ ଏହି ତାରକା

କମ ବଜେଟ୍ ବଡ଼ ଧମାକା, ଲୋକପ୍ରିୟତା ସହ ଛାପିଲା ମୋଟା ନୋଟ୍

ବାଜିଲା ସାହାନାଇ, 2024ରେ ପାଇଲେ ଜୀବନସାଥୀ

ABOUT THE AUTHOR

...view details