ମୁମ୍ବାଇ:ପୁଣି ଅଟଳ ସେତୁ ଉପରୁ ଜୀବନ ହାରିବାକୁ ଉଦ୍ୟମ । କିନ୍ତୁ ଏଥର ମହିଳାଙ୍କ ଏହି ଉଦ୍ୟମକୁ ସଫଳ ହୋଇନି । କାରଣ ସଠିକ୍ ସମୟରେ ପହଞ୍ଚି ଜଣେ କ୍ୟାବ ଡ୍ରାଇଭର ଏବଂ ପୋଲିସ ଜୀବନ ବଞ୍ଚାଇଛନ୍ତି । ମହଳା ନାଭି ମୁମ୍ବାଇସ୍ଥିତ ଅଟଳ ସେତୁ ଉପରୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରୁଥିବା ବେଳେ ଜଣେ କ୍ୟାବ ଡ୍ରାଇଭର ପ୍ରଥମେ ମହିଳାଙ୍କ ଚୁଟି ଧରି ଦେଇଥିଲେ । ପରେ ସାଙ୍ଗେ ସାଙ୍ଗେ ଫିଲ୍ମ ଷ୍ଟାଇଲଲେ ପୋଲିସ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ । ଯାହାର ନାଟକୀୟ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଶୁକ୍ରବାର ସନ୍ଧ୍ୟା ସମୟର ଏହି ଘଟଣାରେ ଚର୍ଚ୍ଚା ସୃଷ୍ଟି ହୋଇଛି । ତେବେ କିଛି ମାସ ତଳେ ଜଣେ ବ୍ୟକ୍ତି ମଧ୍ୟ ସମାନ ସ୍ଥାନରେ ଜୀବନ ହାରିଥିଲେ । ସେ ନିଜର କାର ବ୍ରିଜ ଉପରେ ଅଟକାଇ ସେତୁ ତଳକୁ ଡେଇଁ ଜୀବନ ହାରିଥିଲେ ।
ଜୀବନ ହାରିବାକୁ ଉଦ୍ୟମ କରୁଥିବା ମହିଳାଙ୍କ ପରିଚୟ ମିଳିଛି । ସେ ହେଲେ 56 ବର୍ଷୀୟା ରିମା ମୁକେଶ ପଟେଲ୍ । ସେ ମୁମ୍ବାଇ ମୁଲୁଣ୍ଡର ବାସିନ୍ଦା । ଭାଇରାଲ ହେଉଥିବା ଭିଡିଓରେ ଦେଖିପାରିବେ କି, ପ୍ରଥମେ ମହିଳା ଜଣଙ୍କ ସୁରକ୍ଷତ ଭାବେ ବ୍ରିଜ ଉପର ବ୍ୟାରିକେଡ ଉପରେ ବସୁଛନ୍ତି । ପରେ ସେ ସମୁଦ୍ର ମଧ୍ୟକୁ କିଛି ପଦାର୍ଥ ଫିଙ୍ଗିଥିଲେ । ପରେ ସେତୁ ଉପରୁ ଡେଇଁ ଜୀବନ ଦେବାକୁ ଉଦ୍ୟମ କରିଥିଲେ । ଠିକ ସେତିକି ବେଳେ କ୍ୟାବ ଡାଇଭର ଓ ପୋଲିସ ପହଞ୍ଚି ନାଟକୀୟ ଢଙ୍ଗରେ ଉଦ୍ଧାର କରିଥିଲେ ।