ହାଇଦ୍ରାବାଦ: ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ପ୍ରଶ୍ନ । ଇଡି ସମନକୁ କାହିଁକି ଚାଲେଞ୍ଜ କରୁଛ ଏବଂ ଇଡି ତଦନ୍ତକୁ ନେଇ କାହିଁକି ଚିନ୍ତିତ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଗତକାଲି(ଶୁକ୍ରବାର) ବେଆଇନ ବାଲି ଖନନ ଦୁର୍ନୀତି ମାମଲାର ଶୁଣାଣି କରିବା ସମୟରେ ତାମିଲନାଡୁ ସରକାରଙ୍କୁ ଏହି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ତାମିଲନାଡୁ ସରକାର ରିଟ୍ ପିଟିସନ ଦାଖଲ କରି ଇଡିକୁ ଚାଲେଞ୍ଜ କରିଥିଲେ । ଉଭୟ ପକ୍ଷରୁ ଯାଚିକା ଦାୟର କରିବା ପରେ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ ।
କଣ ରହିଥିଲା ମାମଲା ?: ବେଆଇନ ବାଲି ଖନନ ଦୁର୍ନୀତିରେ 5ଜଣ ଜିଲ୍ଲାପାଳଙ୍କୁ ସମନ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦାଶାଳୟ । ଏହାକୁ ଚାଲେଞ୍ଜ କରି ତାମିଲନାଡୁ ସରକାର ରିଟ୍ ପିଟିସନ ଦାଖଲ କରିଥିଲେ । ଅନ୍ୟପଟେ ତାମିଲନାଡୁ ସରକାର ଇଡି ତଦନ୍ତରେ ହସ୍ତକ୍ଷେପ କରୁଛନ୍ତି ବୋଲି ଦର୍ଶାଇ ଇଡି ପକ୍ଷରୁ ମଧ୍ୟ ପାଲଟା ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା । ତେବେ ଏହି ମାମଲାର ଶୁଣାଣି ଶୁକ୍ରବାର ରହିଥିଲା ।
ସୁପ୍ରିମକୋର୍ଟଙ୍କ ପ୍ରଶ୍ନ :ଏହି ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ ବେଲା ଏମ୍. ତ୍ରିବେଦୀ ତାମିଲନାଡୁ ସରକାରଙ୍କ ଓକିଲ ମୁକିଲ ରୋହତଗୀଙ୍କୁ ପ୍ରଶ୍ନ କରିଥିଲେ । ସେ କହିଥିଲେ, "ଇଡି ନିଜର କାର୍ଯ୍ୟ ସଠିକ ଭାବେ କରୁଛି । ଏଥିରେ ରାଜ୍ୟ ସରକାର କାହିଁକି ଚିନ୍ତିତ ହେଉଛନ୍ତି ଏବଂ କଣ ଅସୁବିଧା ହେଉଛି ? କାହିଁକି ରିଟ ପିଟିସନ ଦାଖଲ କଲେ ? କେଉଁ ଆଇନ ବଳରେ ଇଡି ବିପକ୍ଷରେ ଏଭଳି କରିପାରିଲେ ? ଏହା ସଂଘୀୟ ବ୍ୟବସ୍ଥା ବିରୋଧୀ ନୁହେଁ କି? ଇଡିର କାର୍ଯ୍ୟାନୁଷ୍ଠାନକୁ ନେଇ କାହିଁକି ରାଜ୍ୟ ସରକାର ବିବ୍ରତ ହେଉଛନ୍ତି ? ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅଂଶଧନ କଣ ?" ନ୍ୟାୟମୂର୍ତ୍ତି ବେଲା ଏମ ତ୍ରିବେଦୀ ଓକିଲ ମୁକିଲ ରୋହତଗୀଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ।
ଏହା ମଧ୍ୟ ପଢନ୍ତୁ: Illegal Sand Mining Case: ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ EDର ଜେରା