ଓଡିଶା

odisha

ETV Bharat / bharat

ରତନ ଟାଟାଙ୍କ ପ୍ରିୟ ବନ୍ଧୁ ଶାନ୍ତନୁ, ଜାଣନ୍ତୁ କିଏ ଏହି 28 ବର୍ଷୀୟ ଯୁବକ ?

ଚର୍ଚ୍ଚାକୁ ଆସିଛନ୍ତି ରତନ ଟାଟାଙ୍କ ଖୁବ ଘନିଷ୍ଠ ଭାବେ ବେଶ ଜଣାଶୁଣା ଶାନ୍ତନୁ ନାଇଡୁ । ରତନ ଟାଟାଙ୍କ 28 ବର୍ଷୀୟ ବନ୍ଧୁ ଶାନ୍ତନୁ ତାଙ୍କ ଆସିଷ୍ଟାଣ୍ଟ ଭାବେ ବି କାମ କରିଛନ୍ତି ।

By ETV Bharat Odisha Team

Published : 5 hours ago

Shantanu Ratan Tata Frienship
Shantanu Ratan Tata Frienship (Social Media)

ହାଇଦ୍ରାବାଦ: ରତନ ଟାଟାଙ୍କ ବିୟୋଗରେ ଏକ ଯୁଗର ପରିସମାପ୍ତି ହୋଇଛି । ଏହି ମହାନ ବ୍ୟକ୍ତିଙ୍କୁ ଝୁରୁଛି ସାରା ଦେଶ। ଏହାରି ଭିତରେ ଚର୍ଚ୍ଚାକୁ ଆସିଛନ୍ତି ରତନ ଟାଟାଙ୍କ ଖୁବ ଘନିଷ୍ଠ ଭାବେ ବେଶ ଜଣାଶୁଣା ଶାନ୍ତନୁ ନାଇଡୁ। ମାତ୍ର 28 ବର୍ଷ ବୟସରେ ସେ ଖୁବ ସଫଳତା ହାସଲ କରିଛନ୍ତି। ଅନେକ ସୋସିଆଲ ମିଡିଆ ପୋଷ୍ଟରେ ସେ ରତନ ଟାଟାଙ୍କୁ ନିଜ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି। ଏହାସହ ବିଗତ ଦିନରେ ରତନ ଟାଟା ମଧ୍ୟ ଶାନ୍ତନୁଙ୍କ ସହିତ ନିଆରା ଅନ୍ଦାଜରେ ଫଟୋ ସେୟାର କରିଥିବା ଦେଖିବାକୁ ମିଳିଥିଲା। ତେବେ ରତନ ଟାଟାଙ୍କ ଭଳି ଜଣେ ଉଦ୍ୟୋଗପତିଙ୍କୁ ପରାମର୍ଶ ଦେଇଆସୁଥିବା ଏହି ଶାନ୍ତନୁ କିଏ, ଆସନ୍ତୁ ଜାଣିବା।

ଟାଟାଙ୍କ ଘନିଷ୍ଠ ଶାନ୍ତନୁ କିଏ?

ବର୍ତ୍ତମାନ ଶାନନ୍ତନୁ ଟାଟା ଗ୍ରୁପ କାର୍ଯ୍ୟାଳୟରେ ଡେପୁଟୀ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରିଛନ୍ତି । ସେ ରତନ ଟାଟାଙ୍କ ଆସିଷ୍ଟାଣ୍ଟ ଭାବେ ଦାୟିତ୍ବ ତୁଲାଉଥିଲେ । ଶାନ୍ତନୁ ଜଣେ ସମାଜସେବୀ ମଧ୍ୟ । ସେ 'ଗୁଡଫେଲା' ନାମକ ଏକ ସଂସ୍ଥାର ମାଲିକ।

Shantanu Ratan Tata Frienship (Social Media)
Shantanu Ratan Tata Frienship (Social Media)

ସମାନ ସାର୍ଟ ପଛର କାହାଣୀ:

ଉଭୟ ରତନ ଟାଟା ଏବଂ ଶାନ୍ତନୁ ନାଇଡୁ ପଶୁପ୍ରେମୀ। ଏହି ରୁଚି ସେମାନଙ୍କୁ ପରସ୍ପର ସହ ଭେଟ କରାଇ ପାରିଥିଲା। ଯେତେବେଳେ ଶାନ୍ତନୁ ନାଇଡୁ ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ପ୍ରସ୍ତୁତ ହେଉଥିଲେ ତା' ପୂର୍ବରୁ ସେ ରତନ ଟାଟାଙ୍କୁ ଭେଟିବାକୁ ଅନୁରୋଧ କରିଥିଲେ। ସବୁଠୁ ବଡ କଥା ହେଉଛି, ରତନ ଟାଟା ନିଜେ ତାଙ୍କୁ ଡିନର ପାଇଁ ନିମନ୍ତ୍ରଣ କରିଥିଲେ। ଆଉ ଏହି ଖାସ୍ ଭେଟଘାଟ ପାଇଁ ଶାନ୍ତନୁ ବ୍ରୁକ୍ସ ବ୍ରଦର୍ସ ବ୍ରାଣ୍ଡର ଏକ ଟି ସାର୍ଟ ପିନ୍ଧି ପହଞ୍ଚିଥିଲେ। ଏହା ହେଉଛି ଏମିତି ଏକ ବ୍ରାଣ୍ଡ ଯାହାକି ରତନ ଟାଟାଙ୍କ ଖୁବ ପସନ୍ଦ ବୋଲି କୁହାଯାଏ। ଏନେଇ ଶାନ୍ତନୁ ନାଇଡୁ କହିଛନ୍ତି, "ଯେବେ ମୁଁ ଟାଟାଙ୍କୁ ଏହି ବ୍ରାଣ୍ଡର ସାର୍ଟ ପିନ୍ଧିଥିବାର ଦେଖିଥିଲି ମୁଁ ମଧ୍ୟ ଏହି ବ୍ରାଣ୍ଡର ସାର୍ଟ କିଣିଲି। ଆଉ ଏଥିପାଇଁ ମୋତେ ମୋ ମାସିକ ଦରମାର ଅଧା ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା।"

Shantanu Ratan Tata Frienship (Social Media)

ଏହା ବି ପଢନ୍ତୁ...ରତନ ଟାଟାଙ୍କ ସ୍ଥାନ ନେଲେ ନୋଏଲ, ହେଲେ ଟାଟା ଟ୍ରଷ୍ଟ ନୂଆ ଅଧ୍ୟକ୍ଷ

ଶାନ୍ତନୁଙ୍କ କହିବା ଅନୁସାରେ, ସେ ଆମେରିକାରେ ରହିବା ସମୟରେ ପୁଣି ଥରେ ତାଙ୍କର ରତନ ଟାଟାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଆଉ ସେହି ସମୟରେ ଟାଟା ତାଙ୍କୁ ବ୍ରୁକ୍ସ ବ୍ରଦର୍ସର ସେହି ସାର୍ଟ ବିଷୟରେ ପଚାରିଥିଲେ। ଆଉ ଯେତେବେଳେ ସେ ଶୁଣିଲେ ଯେ ଶାନ୍ତନୁଙ୍କର ସେହି ସାର୍ଟଟି ଫାଟି ଯାଇଛି, ସମାନ ଷ୍ଟାଇଲର ଆଉ ଏକ ସାର୍ଟ ଖୋଜିବାରେ ଲାଗିଥିଲେ ରତନ ଟାଟା। ଏହାର କାରଣ ଶାନ୍ତନୁ ପ୍ରଶ୍ନ କରିବାରୁ ଟାଟା କହିଥିଲେ," କ'ଣ ମୁଁ ମୋ ବନ୍ଧୁଙ୍କ ପାଇଁ ସାର୍ଟଟିଏ କିଣିପାରିବି ନାହିଁ ?"

Shantanu Ratan Tata Frienship (Social Media)

ଏହା ବି ପଢନ୍ତୁ...ପଞ୍ଚଭୂତରେ ବିଲୀନ ଭାରତ 'ରତନ': ପାର୍ସି ରୀତିନୀତିରେ ହେଲା ଶେଷକୃତ୍ୟ, କିନ୍ତୁ...

ଏହା ବି ପଢନ୍ତୁ...ପରଲୋକରେ ଶିଳ୍ପସମ୍ରାଟ ରତନ ଟାଟା, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ

ଏହା ବି ପଢନ୍ତୁ...ବାଲୁକା କଳାରେ ଭାରତର ‘ରତନ’ଙ୍କୁ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି

ABOUT THE AUTHOR

...view details