ଓଡିଶା

odisha

ETV Bharat / bharat

ଦିପାବଳୀ, ଧନତେରସ କେବେ ? ଭାଇଦୁଜ କେବେ ପାଳିବେ, ନୋଟ୍ କରନ୍ତୁ ତାରିଖ, ଦୂର ହେବ କନଫ୍ୟୁଜନ୍

5 ଦିନ ଧରି ଚାଲିବ ଆଲୋକର ପର୍ବ । 29 ଅକ୍ଟୋବରରୁ ଆରମ୍ଭ ହୋଇ 3 ନଭେମ୍ବର ପର୍ଯ୍ୟନ୍ତ ଚାଲିବ ଦିପାବଳୀ ପର୍ବ ।

By ETV Bharat Odisha Team

Published : 5 hours ago

DIWALI DATE 2024
DIWALI DATE 2024 (ETV Bharat Odisha)

ଦିପାବଳୀ 2024; ଆଲୋକର ପର୍ବ ଦିପାବଳୀ । କାର୍ତ୍ତିକ ମାସ ଅମାବାସ୍ୟା ସମୟରେ ଦିପାବଳୀ ପାଳନ ହୋଇଥାଏ । ଚଳିତ ବର୍ଷ ନଭେମ୍ବର ପହିଲାରେ ଦିପାବଳୀ ପାଳନ ହେବ । ଦିପାବଳୀ ପର୍ବ ଧନତେରସରୁ ଆରମ୍ଭ ହୋଇଥାଏ । ଦିପାବଳୀ ସନ୍ଧ୍ୟାରେ ମା’ ମହାଲକ୍ଷ୍ମୀଙ୍କ ପୂଜା କରାଯାଏ । ମା’ ଲକ୍ଷ୍ମୀ ଧନ ଏବଂ ସମୃଦ୍ଧିର ଦେବୀ । ଏହି ଦନ ପ୍ରତିଟି ଘରେ ଦୀପ, ବିଭିନ୍ନ ରଙ୍ଗବେରଙ୍ଗର ଲାଇଟ୍ ପ୍ରଜ୍ବଳିତ ହୋଇଥାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ । ଘରେ ନାନାଦି ପାରମ୍ପରିକ ଢଙ୍ଗ ଏବଂ ରୀତି ନୀତିରେ ଏହାକୁ ପାଳନ କରାଯାଏ ।

ଦିପାବଳୀରେ ଘର ସଫା କରନ୍ତୁ-

ଆଲୋକର ପର୍ବ ଦିପାବଳୀରେ ଘରର ସଫେଇ କରିବା ଜରୁରୀ । ଦିପାବଳୀରେ ଘରର ସଫା କରିବା ଦ୍ବାରା ଲକ୍ଷ୍ମୀ ମାତା ପ୍ରସନ୍ନ ହୋଇଥାନ୍ତି ଏବଂ ଘର ଧନ ଧାନ୍ୟରେ ପରିପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଘର ସଫା କରିବା ପରେ ସୁନ୍ଦର ଭାବେ ସଜାଇବା ଉଚିତ । ଦିପାବଳୀରେ ମହାଲକ୍ଷ୍ମୀଙ୍କ କୃପାବର୍ଷା ହେଲେ ଘର ସୁଃଖ ସମୃଦ୍ଧି ହୋଇଥାଏ ।

ଦିପାବଳୀ ସନ୍ଧ୍ୟାରେ ମା’ ଲକ୍ଷ୍ମୀଙ୍କ ପୂଜା-

ଦିପାବଳୀ ସନ୍ଧ୍ୟାରେ ହୋଇଥାଏ ମା’ ଲକ୍ଷ୍ମୀଙ୍କ ପୂଜା । ଏହି ଦିନ ଘରର ପ୍ରତିଟି ସଦସ୍ୟ ନୂଆ ପୋଷାକ ପରିଧାନ କରି ମା’ଙ୍କ ପୂଜାରେ ସାମିଲ ହୋଇଥାନ୍ତି । ଏହା ଦ୍ବାରା ଘରର ସମୃଦ୍ଧି ହୋଇଥାଏ ଏବଂ ଘରେ ସୁଃଖ ଲାଗି ରହିଥାଏ ।

ଏହା ବି ପଢନ୍ତୁ- Diwali 2023: ଏହି ଦୀପାବଳିରେ ଜଳାନ୍ତୁ 'ସ୍ବାସ୍ଥ୍ୟ'ର ଦୀପ, ଉତ୍ସାହକୁ କରନ୍ତୁ ୨ ଗୁଣ

ଏହା ବି ପଢନ୍ତୁ- Dhanteras 2023: ଧନତେରାସରେ ବୋହିନେଲେ ସୁନା, ରାଜ୍ୟରେ 500 କୋଟିର ବ୍ୟବସାୟ

ଧନତେରସ 2024-

ଧନତେରସକୁ ମଧ୍ୟ ଧନତ୍ରୟୋଦଶୀ କୁହାଯାଏ । ଧନତେରସରୁ ହିଁ ଦିପାବଳୀ ପୂର୍ବର ଆରମ୍ଭ ହୋଇଥାଏ । ଧନତେରସରେ ଧନର ଦେବତା କୁବେର ଏବଂ ଲକ୍ଷ୍ମୀ ମାତାଙ୍କ ପୂଜା କରାଯାଏ । ଆସନ୍ତା 29 ତାରିଖରେ ଧନତେରସ । ଧନତେରସରେ ସୁନା, ରୂପା ଏବଂ ଚାନ୍ଦିର ଅଳଙ୍କାର କିଣିବାକୁ ଶୁଭ ମନାଯାଏ । ଧନତେରସରେ ଝାଡୁ କିଣିବା ମଧ୍ୟ ଶୁଭ ଅଟେ ।

ଗୋବର୍ଦ୍ଧନ ପୂଜା 2024-

ଆସନ୍ତା ମାସ 2 ତାରିଖରେ ଗୋବର୍ଦ୍ଧନା ପୂଜା । ଗୋବର୍ଦ୍ଧନା ପୂଜାକୁ ମଧ୍ୟ ଅନ୍ନକୁଟ ପୂଜା ନାମରେ ମଧ୍ୟ ଜଣାଶୁଣା । ଏହି ଦିନ ଭଗବାନ କୃଷ୍ଣଙ୍କ ପୂଜା କରାଯାଏ । ଉତ୍ତର ଭାରତରୁ ଆରମ୍ଭ କରି ରାଜସ୍ଥାନ, ଛତିଶଗଡ ଏବଂ ମଧ୍ୟ ପ୍ରଦେଶ ସମେତ ଦକ୍ଷିଣ ଭାରତରେ ଏହି ପୂଜାର ଖାସ ମହତ୍ବ ରହିଛି ।

ଭାଇ ଦୁଜ 2024-

ଆସନ୍ତା ମାସ 3 ତାରିଖରେ ଭାଇ ଦୁଜ ପୂର୍ବ । ଏହି ଦିନ ଭଉଣୀମାନେ ସେମାନଙ୍କ ଭାଇଙ୍କ ଦୀର୍ଘାୟୁ କାମନା କରି ପୂଜା ପାଠ କରିଥାନ୍ତି ।

ABOUT THE AUTHOR

...view details