ETV Bharat / bharat

ମାଆ ଓ ୪ ଉଭଣୀଙ୍କୁ ହତ୍ୟା କଲା ପୁଅ, ଭିଡିଓରେ କହିଲା ହତ୍ୟାକାଣ୍ଡର କାରଣ - LUCKNOW MURDER

ଉତ୍ତରପ୍ରଦେଶ ଲକ୍ଷ୍ନୌରେ ନୂଆବର୍ଷରେ ନୃଶଂସ ହତ୍ୟା । ମାଆ ଓ ୪ ଉଭଣୀଙ୍କୁ ଗଳାକାଟି ହତ୍ୟା କଲା ପୁଅ ।

Etv Bharat
Etv Bharat (ETV BHARAT ODISHA)
author img

By ETV Bharat Odisha Team

Published : Jan 2, 2025, 10:48 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଘଟିଛି ଛାତିଥରା ,ନୃଶଂସ, ବର୍ବର, ଅମାନୁଷିକ ଘଟଣା । ରକ୍ତରଞ୍ଜିତ ହେଲା 2024 ବର୍ଷର ଶେଷ ରାତି । ହୋଟେଲ ଭିତରେ ହତ୍ୟାକାଣ୍ଡ । ଜନ୍ମଦାତ୍ରୀ ଓ ୪ ଭଉଣୀଙ୍କୁ ନୂଆବର୍ଷ ସକାଳର ସୂର୍ଯ୍ୟ ଦେଖାଇ ଦେଲେନି ଜଲ୍ଲାଦ ଯୁବକ । ବାପା ସହ ମିଶି 5 ଜଣଙ୍କୁ କଲେ ନିର୍ମମ ହତ୍ୟା । ହତ୍ୟା ପରେ ଫୋନରେ ଭିଡିଓ ସୁଟ କଲା ଯୁବକ । ପଡୋଶୀଙ୍କ ଅତ୍ୟାଚାର ସହି ନପାରି ଏପରି କରିଥିବା କହିଛି ଅଭିଯୁକ୍ତ ଜଣଙ୍କ । ଉତ୍ତରପ୍ରଦେଶ ଆଗ୍ରା ସହରରେ ଘଟିଛି ଏପରି ବୀଭତ୍ସ ହତ୍ୟାକାଣ୍ଡ ।

ବାପା-ପୁଅଙ୍କ ମଧ୍ୟରେ ନଥିଲା ଭଲ ସମ୍ପର୍କ:

ନୃଶଂସ ଏବଂ ଛାତିଥରା ହତ୍ୟାକାଣ୍ଡ ସଂପର୍କରେ ପଡୋଶୀ ଅଲିମ୍ ଖାନ୍ କରିଛନ୍ତି ଯେ, ବଦର ଏବଂ ତାଙ୍କ ପୁଅ ଅର୍ଶଦ ଏଠାରେ 10-15 ବର୍ଷ ହେବ ରହୁଥିଲେ । ସେ ନିଜ ଘର କରିବା ପାଇଁ ଟଙ୍କା ଧାର କରିଥିଲେ । କିଛିଦିନ ହେବ ସେମାନେ ଘର ଛାଡ଼ି ପଳାଇଥିଲେ । ଅନ୍ୟ ପଡୋଶୀ ଫାତିମା ବେଗମ୍ କହିଛନ୍ତି ଯେ, ବାପା ଏବଂ ପୁଅ ପୋଷାକ ବିକ୍ରି କରି ପରିବାର ଚଳାଉଥିଲେ। ଅନେକ ସମୟରେ ଉଭୟଙ୍କ ମଧ୍ୟରେ ବଚସା ହେଉଥିଲା । ସ୍ଥାନୀୟ ଲୋକଙ୍କ ସହ ମଧ୍ୟ ଭଲ ସମ୍ପର୍କ ନଥିଲା । ହତ୍ୟାକାଣ୍ଡ ବିଷୟରେ ଶୁଣି ଆମେ ମର୍ମାହାତ । ଗରିବି କାରଣରୁ ଏପରି ହୋଇଥାଇପାରେ ।

son murdered mother and 4 sisters
son murdered mother and 4 sisters (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ମହିଳା କନେଷ୍ଟବଳଙ୍କୁ ହତ୍ୟା ପରେ ଜୀବନ ହାରିବାକୁ ସ୍ବାମୀର ଉଦ୍ୟମ - CUTTACK MURDER

ଏହା ମଧ୍ୟ ପଢନ୍ତୁ-ପରକୀୟା ପ୍ରୀତିର ପ୍ରତିଶୋଧ, ପତ୍ନୀର ପ୍ରେମିକକୁ ରାସ୍ତାରୁ ହଟାଇ ଦେଲା ସ୍ବାମୀ - MAYURBHANJ MURDER CASE

ହତ୍ୟା ପରେ ଅଭିଯୁକ୍ତର ଭିଡିଓ:

ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ଅର୍ଶଦଙ୍କୁ ଗିରଫ କରାଯାଇଥିବାବେଳେ ତାଙ୍କ ପିତା ବଦର ଫେରାର ଥିବା ପୋଲିସ କହିଛି । ଏହି ଘଟଣା ପରେ ଅର୍ଶଦଙ୍କ ଭିଡିଓ ଭାଇରାଲ ହୋଇଛି। 6.5 ମିନିଟର ଭିଡିଓରେ ସେ ଅଭିଯୋଗ କରିଛନ୍ତି ଯେ ଜମି ବିବାଦକୁ ନେଇ ପଡ଼ୋଶୀମାନେ ତାଙ୍କୁ ହଇରାଣ କରୁଥିଲେ । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସେମାନେ ଆମ ସମ୍ପତ୍ତି ନେବାକୁ ଚାହୁଁଥିଲେ । ତାଙ୍କ ଭଉଣୀମାନଙ୍କୁ କ୍ଷତି ପହଞ୍ଚାଇବାକୁ ଏବଂ ଧର୍ମ ପରିବର୍ତ୍ତନର ଅଭିଯୋଗ ଆଣିଛନ୍ତି ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, ଆଗ୍ରା, ଟେଡି ବାଗିଆର ଇସଲାମ ନଗରର ବାସିନ୍ଦା ବଦର ଓ ତାଙ୍କ ପୁଅ ଅର୍ଶଦ ସହ ପତ୍ନୀ ଆସମା, ଝିଅ ଆଲିଆ, ଆଲଶିଆ, ଆକସା ଏବଂ ରହମେନଙ୍କୁ ହତ୍ୟା କରିଛନ୍ତି। ଚାରବାଗ ରେଳ ଷ୍ଟେସନ ନିକଟ ନାକା ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଏକ ହୋଟେଲରେ ସମସ୍ତଙ୍କୁ ହତ୍ୟା କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.