ETV Bharat / bharat

ଭୋପାଳ ଗ୍ୟାସ ଟ୍ରାଜେଡି: ୪୦ ବର୍ଷ ପରେ ବିଷାକ୍ତ ବର୍ଜ୍ୟବସ୍ତୁ ନିଷ୍କାସନ - BHOPAL GAS TRAGEDY WASTE DISPOSAL

ଭୋପାଳ ୟୁନିଅନ କାର୍ବାଇଡ ଫ୍ୟାକ୍ଟ୍ରିରୁ କଢ଼ାଗଲା ବିଷାକ୍ତ ବର୍ଜ୍ୟବସ୍ତୁ । ୪ ସପ୍ତାହ ଡେଡଲାଇନ ଦେଇଥିଲେ ମଧ୍ୟପ୍ରଦେଶ ହାଇକୋର୍ଟ ।

BHOPAL GAS TRAGEDY WASTE DISPOSAL
BHOPAL GAS TRAGEDY WASTE DISPOSAL (ETV Bharat Odisha)
author img

By ETV Bharat Odisha Team

Published : Jan 2, 2025, 10:18 AM IST

ଭୋପାଳ (ମଧ୍ୟପ୍ରଦେଶ): ଏହାରି ଭିତରେ ଭୋପାଳ ଗ୍ୟାସ ଟ୍ରାଜେଡିକୁ ପୂରିଛି ୪୦ ବର୍ଷ । ଏହି ଭୟଙ୍କର ବିସ୍ଫୋରଣରେ ଯାଇଥିଲା ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ବ ଜୀବନ । ହେଲେ ଏଯାଏଁ ଅଘଟଣ ଘଟିଥିବା ଫ୍ୟାକ୍ଟ୍ରିରେ ରହିଥିଲା ବିଷାକ୍ତ ବର୍ଜ୍ୟବସ୍ତୁ । ଯାହାକୁ ୪ ଦଶନ୍ଧି ପରେ ନିଷ୍କାସନ କରାଯାଇଛି ।

୪ ସପ୍ତାହର ଡେଡଲାଇନ:

ଗତ ଡିସେମ୍ବର ୩ ତାରିଖରେ ଏହି ବର୍ଜ୍ୟବସ୍ତୁ ନିଷ୍କାସନ ହୋଇନଥିବା ଘଟଣାକୁ ନେଇ ମଧ୍ୟପ୍ରଦେଶ ହାଇକୋର୍ଟ ଖପ୍ପା ହୋଇଥିଲେ । ତୁରନ୍ତ ନିଷ୍କାସନ କରିବାକୁ ୪ ସପ୍ତାହର ଡେଡଲାଇନ ଦେଇଥିଲେ ମଧ୍ୟପ୍ରଦେଶ ହାଇକୋର୍ଟ । ଏହାସହ ରାଜ୍ୟ ସରକାରଙ୍କୁ ଜାନୁଆରୀ ୩ ରେ ରିପୋର୍ଟ ତଲବ କରିବାକୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ରହିଥିଲା । ତେବେ ୪୦ ବର୍ଷ ପରେ ଶେଷରେ ନିଷ୍କାସନ ହୋଇଛି ଏହି ବିଷାକ୍ତ ପଦାର୍ଥ । ପରିବେଶ ପ୍ରଦୂଷଣ ଯେପରି ନହେବ ସେଥିପାଇଁ ଏହି ବିଷାକ୍ତ ବର୍ଜ୍ୟବସ୍ତୁ ସବୁକୁ ଏକ ୪ ସ୍ତର ବିଶିଷ୍ଟ କଣ୍ଟେନର ମଧ୍ୟରେ ଭର୍ତ୍ତି କରାଯାଇ ନିଆଯାଇଛି ।

40 Years After Bhopal Gas Tragedy, Toxic Waste Leaves Union Carbide Factory For Disposal (ETV Bharat Odisha)

୫ ପ୍ରକାର ପଦାର୍ଥ ପୃଥକ ପ୍ୟାକିଂ:

୫ ପ୍ରକାରର ପଦାର୍ଥ ସବୁକୁ ପୃଥକ ପୃଥକ ଭାବେ ପ୍ୟାକିଂ କରାଯାଇ ୧୨ଟି କଣ୍ଟେନରରେ ଭର୍ତ୍ତି କରାଯାଇଥିଲା । ଗ୍ୟାସ ଟ୍ରାଜେଡି ରିଲିଫ ଏବଂ ରିହାବିଲିଟେସନ ବିଭାଗ ନିର୍ଦ୍ଦେଶକ ସ୍ବତନ୍ତ୍ର କୁମାର ସିଂ କହିଛନ୍ତି, "୧୨ଟି କଣ୍ଟେନରରେ ବୋଝେଇ କରି ସେହି ବର୍ଜ୍ୟବସ୍ତୁକୁ ଅଣାଗଲା । ଏଥିପାଇଁ ଏକ ଗ୍ରୀନ କରିଡର ଗଠନ ହେଲା । ଧର ଜିଲ୍ଲାର ପିଥାମପୁରକୁ ସେହି ଗାଡି ସବୁକୁ ଆଣାଗଲା । ଆସନ୍ତା ୯ ମାସ ମଧ୍ୟରେ ଏସବୁକୁ ଜାଳି ନଷ୍ଟ କରାଯିବ । ଏହି କାମରେ ପାଖାପାଖି ୧୦୦ ଜଣ ନିୟୋଜିତ ଥିଲେ । " ଖାଲି ସେତିକି ନୁହେଁ, ୪୦୦ ଅଫିସରଙ୍କ ସମେତ ୧୦୦ ଜଣ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟ ଏହାର ତଦାରଖ କରିଛନ୍ତି । ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସମସ୍ତଙ୍କୁ ନିୟୋଜିତ କରାଯାଇଥିଲା । ଆଉ ଏହି ବର୍ଜ୍ୟବସ୍ତୁ ନିଷ୍କାସନ (Waste disposal) ପାଇଁ ପାଖାପାଖି ୧୨୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି ।

40 Years After Bhopal Gas Tragedy, Toxic Waste Leaves Union Carbide Factory For Disposal

ଏହା ବି ପଢନ୍ତୁ...ଭୋପାଳ ଗ୍ୟାସ ଦୁର୍ଘଟଣାକୁ 36 ବର୍ଷ, ମନେପଡେ ସେହି କାଳରାତି...

ସ୍ବତନ୍ତ୍ର କୁମାର ସିଂ ଆହୁରି କହିଛନ୍ତି, ଫ୍ୟାକ୍ଟ୍ରି ପରିସରରେ ଥିବା 347 ମେଟ୍ରିକ ଟନ୍ ବିଷାକ୍ତ ବର୍ଜ୍ୟବସ୍ତୁ ମଧ୍ୟରୁ 2015 ରେ ପରୀକ୍ଷାମୂଳକ ଭାବେ 10 ମେଟ୍ରିକ ଟନ ପୋଡି ଦିଆଯାଇଥିଲା । ପରୀକ୍ଷା ଚାଲିଥିବା ସମୟରେ ଏବଂ ପରେ ନିର୍ଗମନ ମାତ୍ରା ନିର୍ଦ୍ଧାରିତ ଅନୁଯାୟୀ ହୋଇଥିବା ଜଣାପଡିଛି । ଦୁଇ ସ୍ତରୀୟ କମ୍ପୋଜିଟ୍ ଲାଇନ ସିଷ୍ଟମ ସହିତ ଅବଶିଷ୍ଟ ବର୍ଜ୍ୟବସ୍ତୁକୁ ନିଷ୍କାସନ କରାଯିବ ।

କ'ଣ ଥିଲା ସେଦିନର ଘଟଣା?

ସେଦିନ ଥିଲା ୧୯୮୪ ମସିହା 2-3 ଡିସେମ୍ବର ରାତି । ମଧ୍ୟପ୍ରଦେଶର ଭୋପାଳରେ ୟୁନିଅନ କାର୍ବାଇଡ୍ ଫ୍ୟାକ୍ଟ୍ରିରେ ବିଷାକ୍ତ ମିଥାଇଲ ଆଇସୋସିଆନେଟ୍ (MIC) ଲିକ୍ ହୋଇଥିଲା । ଫଳରେ ୫ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିବାବେଳେ ୫ ଲକ୍ଷ ଲୋକ ଏହା ସଂସ୍ପର୍ଶରେ ଆସିଥିଲେ । ଆଜି ବି ଏହି ଅଘଟଣ କଥା ଭାବିଲେ ଲୋମ ଟାଙ୍କୁରି ଉଠେ । ଶ୍ମଶାନରେ ଶେଷକୃତ୍ୟ ପାଇଁ ମଧ୍ୟ ଜାଗା କମ୍ ପଡୁଥିଲା । ଗୋଟିଏ ଯୁଇ ଉପରେ ଏକାସହ ୧୦-୧୫ ମୃତଦେହର ଅନ୍ତିମ ସଂସ୍କାର କରାଯାଉଥିଲା । ଗ୍ୟାସ୍ ଲିକ ହେବାର ୩୦ ଘଣ୍ଟା ମଧ୍ୟରେ ଫ୍ୟାକ୍ଟ୍ରିରେ ଯେଉଁଆଡେ ଚାହିଁଲେ ସବୁଠି ଦେଖିବାକୁ ମିଳୁଥିଲା ମୃତଦେହ । ଯେଉଁମାନେ ମୃତ୍ୟୁ କବଳରୁ ବର୍ତ୍ତି ଯାଇଥିଲେ ସେମାନେ ପରବର୍ତ୍ତୀ ସମୟରେ ମାରାତ୍ମକ ରୋଗର ଶିକାର ହେଲେ । ଏହି ଦିନ ଇତିହାସର ଏକ କଳାଫର୍ଦ୍ଦ ହୋଇ ରହିଛି ।

  • ୧୯୮୪ ମସିହା ୨ ଡିସେମ୍ବର ରାତି
  • ଭୋପାଳ ୟୁନିଅନ କାର୍ବାଇଡ୍ ଫ୍ୟାକ୍ଟ୍ରିରେ ବିଷାକ୍ତ ମିଥାଇଲ ଆଇସୋ ସିଆନେଟ୍ (MIC) ଲିକ୍
  • ୫ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲା
  • ୫ ଲକ୍ଷ ଲୋକ ଗ୍ୟାସ ଦୁର୍ଘଟଣା ସଂସ୍ପର୍ଶରେ ଆସିଥିଲେ

ଏହା ବି ପଢନ୍ତୁ...ରାଉରକେଲାରେ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳନ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.