ଓଡିଶା

odisha

By ETV Bharat Odisha Team

Published : Mar 16, 2024, 3:19 PM IST

Updated : Mar 16, 2024, 3:37 PM IST

ETV Bharat / bharat

2014 ଓ 2019 ସାଧାରଣ ନିର୍ବାଚନ ଫଳାଫଳ ଉପରେ ଏକ ଝଲକ

Lok Sabha Elections: 2024 ଲୋକସଭା ନିର୍ବାଚନ ତାରିଖ ଘୋଷଣା କରୁଛନ୍ତି ନିର୍ବାଚନ କମିଶନ । ନଜର ପକାନ୍ତୁ 2014 ଏବଂ 2019 ଲୋକସଭା ନିର୍ବାଚନ ଫଳାଫଳ ଉପରେ । ଅଧିକ ପଢନ୍ତୁ

Lok Sabha Elections 2024
Lok Sabha Elections 2024

ହାଇଦ୍ରାବାଦ:2024 ଲୋକସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ୍ । ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି ତାରିଖ । ଆସନ୍ତୁ ନଜର ପକାଇବା 2014 ଏବଂ 2019 ଲୋକସଭା ନିର୍ବାଚନରେ କେଉଁ ଦଳକୁ ମିଳିଥିଲା କେତେ ସିଟ୍ ?

2014 ଲୋକସଭା ନିର୍ବାଚନ (543)

2014ରେ ଲୋକସଭା ନିର୍ବାଚନ ନଅଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ଏପ୍ରିଲ 7 ରୁ 12 ମଧ୍ୟରେ ମତଦାନ ହୋଇଥିଲା । ମାର୍ଚ୍ଚ 5 ରେ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିଥିଲେ । ମେ 16ରେ ନିର୍ବାଚନୀ ଫଳାଫଳ ଆସିଥିଲା ।

2014 ଫଳାଫଳ: 543 ଲୋକସଭା ଆସନରେ ମୋଟ 8251 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ । 543ଟି ଲୋକସଭା ଆସନ ମଧ୍ୟରୁ ବିଜେପି ନେତୃତ୍ବାଧୀନ ଏନଡିଏକୁ ମିଲିଥିଲା ବିପୁଳ ବିଜୟ । କଂଗ୍ରେସ ନେତୃତ୍ବାଧୀନ UPA ସରକାରକୁ ମାତ୍ ଦେଇ ପ୍ରଚଣ୍ଡ ବହୁମତ ସହ କ୍ଷମତା ହାତେଇଥିଲା NDA । ବିଜେପି 282 ଆସନରେ ବିଜୟୀ ହୋଇଥିବା ବେଳେ ଏନଡିଏ ମୋଟ 336 ଆସନରେ ବାଜିମାତ କରିଥିଲା । ସେହିପରି କଂଗ୍ରେସ ନେତୃତ୍ୱାଧୀନ ୟୁପିଏକୁ ମାତ୍ର 59 ଟି ଆସନ ମିଳିଥିଲା । ଯେଉଁଥିରେ କଂଗ୍ରେସ 44ଟି ଆସନରେ ବିଜୟୀ ହୋଇଥିଲା । କଂଗ୍ରେସର ଲଗାତର 10 ବର୍ଷର ଶାସନ ପତନ ଘଟିଥିବା ବେଳେ, ଆରମ୍ଭ ହୋଇଥିଲା ବିଜେପି ଶାସନ । ପ୍ରଧାନମନ୍ତ୍ରୀ ହୋଇଥିଲେ ନରେନ୍ଦ୍ର ଦାମୋଦର ଦାସ ମୋଦି ।

ଦଳ/ମେଣ୍ଟ ସିଟ୍

ବିଜେପି

NDA

282

336

କଂଗ୍ରେସ

UPA

44

59

2019 ଲୋକସଭା ନିର୍ବାଚନ (543)

ଏପ୍ରିଲ 2019ରେ ହୋଇଥିଲା ଲୋକସଭା ନିର୍ବାଚନ । ଏପ୍ରିଲ 11 ତାରିଖରୁ ମେ 19 ମଧ୍ୟରେ ସାତୋଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା । ମାର୍ଚ୍ଚ 10ରେ ଲୋକସଭା ନିର୍ବାଚନ ଘୋଷଣା କରାଯାଇଥିଲା । ମେ 23ରେ ଭୋଟ ଗଣନା ହୋଇଥିଲା । ବିଜେପି ନେତୃତ୍ବାଧୀନ ଏନଡିଏ କ୍ରମାଗତ ଦ୍ବିତୀୟ ଥର ପାଇଁ ବାଜିମାତ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

2019 ଫଳାଫଳ:2014 ତୁଳନାରେ 2019 ଲୋକସଭା ନିିର୍ବାଚନରେ ବିଜେପି ଅଧିକ ସିଟରେ ବିଜୟୀ ହୋଇଥିଲା । 2019ରେ ବିଜେପି 303 ସିଟ୍ ହାତେଇଥିବା ବେଳେ ବିଜେପି ନେତୃତ୍ବାଧୀନ ଏନଡିଏ 353 ଟି ସିଟରେ ବିଜୟୀ ହୋଇଥିଲା । କଂଗ୍ରେସ ମାତ୍ର 52ଟି ଆସନ ଜିତି ପୁଣି ଥରେ ସରକାର ଗଠନ କରିବାରେ ବିଫଳ ହୋଇଥିଲା । ୟୁପିଏ ମୋଟ 91 ଟି ସିଟ୍ ଜିତିଥିବାବେଳେ ଅନ୍ୟ ଦଳ 98 ସିଟ୍ ଜିତିଥିଲେ ।

ଏହା ମଧ୍ୟ ପଢନ୍ତୁ-ନିର୍ବାଚନ ଆଚରଣ ବିଧି କଣ ? କଣ ରହିଛି ନିୟମ ଓ ସର୍ତ୍ତ

ଦଳ/ମେଣ୍ଟ ସିଟ୍

ବିଜେପି

NDA

303

353

କଂଗ୍ରେସ

UPA

52

91

କେଉଁ ରାଜ୍ୟରେ କେତେ ଲୋକସଭା ସିଟ୍ ?

ରାଜ୍ୟ ମଧ୍ୟରୁ ଉତ୍ତରପ୍ରଦେଶରେ ସର୍ବାଧିକ ଲୋକସଭା ସିଟ ସଂଖ୍ୟା 80 ରହିଛି ।

ରାଜ୍ୟ ସିଟ୍
ଆନ୍ଧ୍ରପ୍ରଦେଶ 25
ଅରୁଣାଚଳ ପ୍ରଦେଶ 2
ଆସାମ 14
ବିହାର 40
ଛତିଶଗଡ଼ 11
ଗୋଆ 2
ଗୁଜୁରାଟ 26
ହରିୟାଣା 10
ହିମାଚଳ ପ୍ରଦେଶ 4
ତେଲେଙ୍ଗାନା 17
ଝାଡଖଣ୍ଡ 14
କର୍ଣ୍ଣାଟକ 28
କରେଳ 20
ମଧ୍ୟପ୍ରଦେଶ 29
ମହାରାଷ୍ଟ୍ର 48
ମଣିପୁର 2
ମେଘାଳୟ 2
ମିଜୋରାମ 1
ନାଗାଲାଣ୍ଡ 1
ଓଡ଼ିଶା 21
ପଞ୍ଜାବ 13
ରାଜସ୍ଥାନ 25
ସିକ୍କିମ 1
ତାମିଲନାଡୁ 39
ତ୍ରିପୁରା 2
ଉତ୍ତରାଖଣ୍ଡ 5
ଉତ୍ତରପ୍ରଦେଶ 80
ପଶ୍ଚିମବଙ୍ଗ 42

କେନ୍ଦ୍ରଶାସିତ ଅଞ୍ଚଳରେ କେତେ ସିଟ୍?

କେନ୍ଦ୍ରଶାସିତ ଅଞ୍ଚଳ ସିଟ୍
ଆଣ୍ଡାମାନ-ନିକୋବର 1
ଚଣ୍ଡିଗଡ 1
ଦାଦ୍ରା ଓ ନଗର ବାହେଳି 1
ଦିଲ୍ଲୀ 7
ଡାମନ ଓ ଡ୍ଯୁ 1
ପୁଡୁଚେରୀ 1
ଲାକ୍ଷାଦ୍ବୀପ 1
ଜମ୍ମୁ, କାଶ୍ମୀର, ଲଦାଖ 6

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 16, 2024, 3:37 PM IST

ABOUT THE AUTHOR

...view details