ETV Bharat / bharat

ରେଳବାଇରେ ବଡ଼ ନିଯୁକ୍ତି ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ - RRB Recruitment 2024 - RRB RECRUITMENT 2024

NTPC Job Vacancy: ରେଳବାଇରେ ନିଯୁକ୍ତିର ବଡ଼ ସୁଯୋଗ । NTPC ରେ ବାହାରିଛି ବଡ଼ ନିଯୁକ୍ତି ସୁଯୋଗ । ୮ ହଜାର ୧୧୩ ଖାଲି ପଦବୀ ପାଇଁ କିପରି କରିବେ ଆବେଦନ, ଏଥିପାଇଁ କେତେ ପରିମାଣର ଫି' ଦେବାକୁ ହେବ, ଜାଣନ୍ତୁ ।

NTPC Job Vacancy
NTPC Job Vacancy (ETV Bharat)
author img

By ETV Bharat Odisha Team

Published : Sep 25, 2024, 11:22 AM IST

Updated : Sep 25, 2024, 11:38 AM IST

ହାଇଦ୍ରାବାଦ: ବଢିଚାଲିଛି ବେକାରୀ ସମସ୍ୟା । ସରକାରୀ ଚାକିରି ପାଇଁ ସମସ୍ତେ ଆଶାବାଦୀ । ଏଭଳି ସ୍ଥିତିରେ ଭାରତୀୟ ରେଳବାଇ ଆଣିଦେଇଛି ଖୁସି ଖବର। (ନନ୍ ଟେକ୍ନିକାଲ ପପୁଲାର କ୍ୟାଟେଗୋରୀ) NTPC ରେ ବାହାରିଛି ଖାଲି ପଦବୀ । ଆସନ୍ତୁ ଜାଣିବା କେଉଁ ପୋଷ୍ଟ ପାଇଁ କେତେ ପଦବୀ ରହିଛି ଏବଂ କିପରି ଆବେଦନ କରିବେ ।

ଖାଲି ଥିବା ପଦବୀ ସଂଖ୍ୟା:

ଏକାସହ 8 ହଜାର 113 ଖାଲି ପଦବୀ ବାହାରିଛି । ଯେଉଁଥିରେ ରହିଛି ଚିଫ୍ କମର୍ସିଆଲ କମ୍ ଟିକେଟ୍ ସୁପରଭାଇଜର ପାଇଁ 1,736 ଟି ଖାଲି ପଦବୀ । ଷ୍ଟେସନ ମାଷ୍ଟର ପାଇଁ ରହିଛି 994 । ଗୁଡସ ଟ୍ରେନ ମ୍ୟାନେଜର ପାଇଁ 3 ହଜାର 144, ଜୁନିୟର ଆକାଉଣ୍ଟ ଆସିଷ୍ଟାଣ୍ଟ କମ୍ ଟାଇପିଷ୍ଟର 1 ହଜାର 507 ଏବଂ ସିନିୟର କ୍ଲର୍କ କମ୍ ଟାଇପିଷ୍ଟ ପାଇଁ ବାହାରିଛି 732ଟି ପଦବୀ।

NTPC Job Vacancy
NTPC Job Vacancy (RRB)

କେଉଁ ପଦ ପାଇଁ କେତେ ଦରମା ?:

ଚିଫ୍ କମର୍ସିଆଲ କମ୍ ଟିକେଟ୍ ସୁପରଭାଇଜର ଏବଂ ଷ୍ଟେସନ ମାଷ୍ଟର ଏହି ଦୁଇଟି ଲେବଲ-6 ଅନ୍ତର୍ଗତ। ଯେଉଁଥିରେ ମୂଳ ବେତନ ରହିବ 35 ହଜାର 400 ଟଙ୍କା । DA, HRA ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ 65 ହଜାର ରହିବ । ସେହିପରି ଅନ୍ୟ ପୋଷ୍ଟ ଗୁଡ଼ିକ ଲେବଲ-5 ଅଧୀନରେ ଆସୁଥିବାବେଳେ ମୂଳ ବେତନ ରହିବ 29 ହଜାର 200। DA, HRA ଏବଂ ଅନ୍ୟ ଖର୍ଚ୍ଚ ବାବଦକୁ 55 ହଜାର ଟଙ୍କା ମିଳିବ।

NTPC Job Vacancy
NTPC Job Vacancy (RRB)

କେମିତି କରିବେ ଆବେଦନ ?:

ଏହି ଚାକିରି ପାଇଁ ଆପଣଙ୍କୁ ଅନଲାଇନ ଆବେଦନ କରିବାକୁ ପଡ଼ିବ । ଆବେଦନ ଗ୍ରହଣର ଶେଷ ତାରିଖ 13 ଅକ୍ଟୋବର 2024 ରହିଛି। ଅନୁସୂଚିତ ଜାତି, ଜନଜାତି, ଭିନ୍ନକ୍ଷମ, ମହିଳା, ପୂର୍ବତନ ସେନା ଅଧିକାରୀ, ସଂଖ୍ୟାଲଘୁ ଏବଂ ତୃତୀୟ ଲିଙ୍ଗୀଙ୍କ ପାଇଁ ଆବେଦନ ରାଶି 250 ଟଙ୍କା ଧାର୍ଯ୍ୟ ହୋଇଛି । ସେହିପରି ଅନ୍ୟାନ୍ୟ ବର୍ଗଙ୍କୁ 500 ଟଙ୍କା ଦେଇ ଆବେଦନ କରିବାକୁ ହେବ ।

NTPC Job Vacancy
NTPC Job Vacancy (RRB)

ପରୀକ୍ଷା ତାରିଖ:

ବର୍ତ୍ତମାନ ସୁଦ୍ଧା ପରୀକ୍ଷା ତାରିଖ ଘୋଷଣା ହୋଇନଥିଲେ ବି ଏହା ଖୁବଶୀଘ୍ର ଜଣାପଡ଼ିବ । ଆବେଦନ କରିବାକୁ ଚାହୁଁଥିଲେ ରେଳବାଇ ୱେବସାଇଟ୍ https://www.rrbapply.gov.in/ ରେ କ୍ଲିକ୍ କରି ଆବେଦନ କରପାରିବେ ।

ଏହା ମଧ୍ୟ ପଢନ୍ତୁ...ଟ୍ରେନରେ ବିଦେଶ ଯାତ୍ରା, କେଉଁ ରାଜ୍ୟରେ ଅଛି ଅନ୍ତର୍ଜାତୀୟ ରେଲୱେ ଷ୍ଟେସନ ? - Railway Station To Go Abroad

ଏହା ମଧ୍ଯ ପଢନ୍ତୁ-ରେଳବାଇରେ ବିପ୍ଳବ ଆଣିଛି 'ବନ୍ଦେ ଭାରତ ଏକ୍ସପ୍ରେସ', କଣ ରହିଛି ନୂଆ ଫିଚର ଓ ଫେସିଲିଟି ? - Vande Bharat Express

ଏହା ମଧ୍ୟ ପଢନ୍ତୁ-ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର, ଏମିତି ଟିକେଟ ବୁକିଂ କଲେ ମିଳିବ ଲୋୟର ବର୍ଥ - Lower Berth For Senior Citizens

ଏହା ମଧ୍ୟ ପଢନ୍ତୁ-ଗଡିଲା ଆଉ ଏକ ‘ଭାରତ ଗୌରବ’ ଟ୍ରେନ, ଏବେ ବିଦେଶକୁ ତୀର୍ଥଯାତ୍ରା ହେଲା ସୁବିଧା - BHARAT GAURAV TRAIN

Last Updated : Sep 25, 2024, 11:38 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.