ETV Bharat / state

ମହଙ୍ଗା ପଡିଲା ମାଗଣା, ଚକ୍ଷୁ ପରୀକ୍ଷା ଆଳରେ ସ୍ବାସ୍ଥ୍ୟକାର୍ଡରୁ ଚଳୁ କରିଦେଲେ ଟଙ୍କା - Health Card Fraud

author img

By ETV Bharat Odisha Team

Published : 2 hours ago

Health Card Fraud: ମାଗଣାରେ ଚକ୍ଷୁ ପରୀକ୍ଷା କରିବା କହି ରୋଗୀଙ୍କ ସ୍ୱାସ୍ଥ୍ୟବୀମା କାର୍ଡରୁ ଲୁଟିନେଲେ ଟଙ୍କା । ପୋଲିସର ତଦନ୍ତ ଜାରି । ଅଧିକ ପଢ଼ନ୍ତୁ

Health Card Fraud
Health Card Fraud (ETV Bharat Odisha)

କଟକ: ମାଗଣା ଚକ୍ଷୁ ଚିକିତ୍ସା କରିବା ଆଳରେ ଟଙ୍କା ହଡ଼ପ । ଚିକିତ୍ସା ଆଳରେ ରୋଗୀଙ୍କ ସ୍ବାସ୍ଥ୍ୟ କାର୍ଡରୁ ଟଙ୍କା ଚଳୁ କରିଥିବା ଅଭିଯୋଗ । ତେବେ ଏଭଳି ଘଟଣା ଘଟିଛି କଟକ ଜଗତପୁର ଥାନା ଅନ୍ତର୍ଗତ ନଦୀକୂଳ ସାହି ଗ୍ରାମରେ । ଲୋକଙ୍କ ଅଭିଯୋଗ କ୍ରମେ ହସ୍ପିଟାଲ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ଜଗତପୁର ପୋଲିସ । ଚଣ୍ଡିଖୋଲ ସ୍ଥିତ ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟ ନାଁରେ ଏହି ଠକେଇ ଅଭିଯୋଗ ଆସିଛି ।

ସ୍ବାସ୍ଥ୍ୟକାର୍ଡରୁ ଟଙ୍କା ହଡ଼ପ:

ଅଭିଯୋଗ ମୁତାବକ, ଏକ ଘରୋଇ ଚକ୍ଷୁ ହସ୍ପିଟାଲରୁ ୨ ଦିନ ତଳେ କିଛି କର୍ମଚାରୀ ଜଗତପୁର ନିକଟସ୍ଥ ନଦୀକୂଳ ସାହିକୁ ଆସିଥିଲେ । ସେଠାରେ ରହୁଥିବା ବୃଦ୍ଧବୃଦ୍ଧାମାନଙ୍କ ମାଗଣାରେ ହସ୍ପିଟାଲରେ ଚକ୍ଷୁ ଚିକିତ୍ସା କରାଇବାକୁ କହିଥିଲେ । ସାହିର ୧୬ ଜଣ ଲୋକଙ୍କୁ ଏଭଳି ପ୍ରଲୋଭିତ କରି ନିଜ ସାଥିରେ ମଧ୍ୟ ନେଇ ଯାଇଥିଲେ । ଏହାସହ ସାହିର ସେହି ରୋଗୀମାନଙ୍କୁ ନିଜର ଆଧାରକାର୍ଡ, ସ୍ୱାସ୍ଥ୍ୟ କାର୍ଡ ଏବଂ ରାସନ କାର୍ଡକୁ ସାଙ୍ଗରେ ଆଣିବାକୁ କହିଥିଲେ । ସେପଟେ ହସ୍ପିଟାଲ ନେବା ପରେ ଗତକାଲି ସମସ୍ତଙ୍କ ଅପରେସନ କରାଯାଇଥିଲା ।

Health Card Fraud (ETV Bharat Odisha)
ଓଟିପି ଦେବାକୁ କହି ନେଇଗଲେ ଟଙ୍କା:

ତେବେ ଅପରେସନ କରିବା ପୂର୍ବରୁ ସେମାନଙ୍କ ମୋବାଇଲକୁ ଆସିଥିବା ଓଟିପିକୁ ଦେବାକୁ କହିଥିଲେ । OTP ଦେବା ପରେ ପ୍ରତି ରୋଗୀ ପିଛା ୮୬୭୦ ଟଙ୍କା ସେମାନଙ୍କ ବୀମା ଆକାଉଣ୍ଟରୁ କଟିଥିବା ମେସେଜ ଆସିଥିଲା । ଆଜି ସକାଳୁ ସେହି ରୋଗୀମାନଙ୍କୁ ନିଜ ସାଥିରେ ନେଇ ସେମାନଙ୍କ ଗ୍ରାମରେ ଛାଡୁଥିବା ବେଳେ ଗ୍ରାମବାସୀଙ୍କ ରୋଷର ଶିକାର ହୋଇଥିଲେ ହସ୍ପିଟାଲ କର୍ମଚାରୀ । ମାଗଣା ଚିକିତ୍ସା କରିବା କଥା କହି କାହିଁକି ସେମାନଙ୍କ ସ୍ୱାସ୍ଥ୍ୟବୀମା ଆକାଉଣ୍ଟରୁ ଅର୍ଥ ଠକି ନେଲେ ସେନେଇ ଗ୍ରାମବାସୀ ପ୍ରଶ୍ନ କରିବା ସହ ଗାଡି ସହିତ ସମସ୍ତ କର୍ମଚାରୀଙ୍କୁ ଅଟକ ରଖିଥିଲେ । ଖବର ପାଇ ଜଗତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହ ଥାନାରେ ରଖି ତଦନ୍ତ କରୁଛି ପୋଲିସ । ସେପଟେ ଲୋକଙ୍କୁ ମାଗଣା ଚିକିତ୍ସା ପ୍ରତିଶ୍ରୁତି ଦେଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଥାନାରେ ଅଟକ ଥିବା ହସ୍ପିଟାଲର କର୍ମଚାରୀ ।

ଏହା ମଧ୍ୟ ପଢ଼ନ୍ତୁ...ସୁଭଦ୍ରା ଯୋଜନା: ମାତିଲେ ସାଇବର ଠକ, ଏମିତି ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ - Subhadra Yojana Cyber Fraud

ଏହା ମଧ୍ୟ ପଢ଼ନ୍ତୁ...SBI Loan Scam: ଫେକ୍ ଫୋନପେ ଅଫିସ କରି ଷ୍ଟେଟ ବ୍ୟାଙ୍କରୁ ୧୬ କୋଟି ଠକେଇ, ଦମ୍ପତିଙ୍କ ସମେତ ୬ ଗିରଫ - SBI Loan Fraud

ଏହା ମଧ୍ୟ ପଢ଼ନ୍ତୁ...Loan Lending App: ଅନଧିକୃତ ଆପ୍‌ରୁ ଋଣ ନେଉଛନ୍ତି କି ? ହୋଇପାରନ୍ତି ଠକାମିର ଶିକାର, ଆପଣାନ୍ତୁ ଏହି ରାସ୍ତା - Borrowing from unauthorized Apps

ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ:

ଏନେଇ କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର କହିଛନ୍ତି, "ପ୍ରଦୀପ କୁମାର ସାହୁ, ଯାହାଙ୍କ ଘର ବାରିମୂଳ । ତାଙ୍କ ବିରୋଧରେ ମୌଖିକ ଅଭିଯୋଗ ଆସିଛି ଯେ, କଟକ ଟାଙ୍ଗୀ ଅଞ୍ଚଳରେ ତାଙ୍କର ଏକ ଚକ୍ଷୁ ହସ୍ପିଟାଲ ଅଛି କହିବା ସହ ଜଗତପୁର ଅଞ୍ଚଳରୁ ପ୍ରାୟ ୧୬ ଲୋକଙ୍କର ମାଗଣା ଚକ୍ଷୁ ଚିକିତ୍ସା କରିବାକୁ କହି ନେଇଥିଲେ । କିନ୍ତୁ ଚିକିତ୍ସା ପାଇଁ ଯାଇଥିବା ଲୋକମାନଙ୍କର ସ୍ବାସ୍ଥ୍ୟ କାର୍ଡରୁ ୮ ହଜାର ଟଙ୍କା ଲେଖାଏଁ କଟି ଯାଇଛି । ମାଗଣାରେ ଚିକିତ୍ସା କରିବା କହି କାର୍ଡରୁ ୮ ହଜାର ଟଙ୍କା ଠକି ନେଇଥିବାର ପ୍ରାଥମିକ ଅଭିଯୋଗ ହୋଇଛି । କୌଣସି ଲିଖିତ ଅଭିଯୋଗ ହୋଇନାହିଁ, ଲିଖିତ ଅଭିଯୋଗ ହେଲେ ତାକୁ ଆଧାର କରି ତଦନ୍ତ କରାଯିବ । ଯଦି ପ୍ରଦୀପଙ୍କ ସହ ଆଉ କେହି ସମ୍ପୃକ୍ତ ଥିବେ ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.