ହାଇଦ୍ରାବାଦ:ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା । ଘରଠୁ ନେଇ ବିଦ୍ୟାଳୟ, ସବୁଠି ଉତ୍ସବମୁଖର । ଚଳିତବର୍ଷ ଭିନ୍ନ ଭିନ୍ନ ପଞ୍ଜିକାରେ ଯଦିଓ ପୂଜାକୁ ନେଇ 2 ଓ 3 ତାରିଖ ମଧ୍ୟରେ ଦ୍ବନ୍ଦ୍ବ ରହିଛି,ତେବେ ଶ୍ରୀମନ୍ଦିରରେ ଆଜି ପାଳନ ହେଉଛି ପୂଜା । ସେହିପରି ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଆଜିର ଦିନରେ ସରସ୍ବତୀ ପୂଜା ପାଳନ ହେଉଛି । ଶିକ୍ଷାନୁଷ୍ଠାନଗୁଡିକରେ ବହୁ ଆଡମ୍ବର ସହକାରେ ମା’ଙ୍କ ପୂଜା କରୁଛନ୍ତି ବିଦ୍ଯାର୍ଥୀ । ସେହିପରି ଦେଶର ଅନ୍ୟ କିଛି ସ୍ଥାନରେ ଆସନ୍ତାକାଲି (ସୋମବାର) ମଧ୍ୟ ପାଳନ କରାଯିବ ।
- ମା' ବିଦ୍ୟାଦାତ୍ରୀଙ୍କ ପୂଜାର୍ଚ୍ଚନା :
ବିଦ୍ୟା ଓ ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ମା' ସରସ୍ୱତୀଙ୍କୁ ଆଜି ପୂଜା କରିଥାଆନ୍ତି ବିଦ୍ୟାର୍ଥୀ । ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମା'ଙ୍କୁ ପୂଜା କରାଯାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ, ଏହାକୁ ‘ବସନ୍ତ ପଞ୍ଚମୀ’ ବୋଲି ମଧ୍ୟ କୁହାଯାଏ । ଗାଁଠୁ ସହର, ବାଗଦେବୀଙ୍କ ପୂଜା ପାଇଁ ଉତ୍ସବମୁଖର ରହିଛି । ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଭକ୍ତିର ସହ ପୂଜା କରୁଛନ୍ତି । ସକାଳୁ ସକାଳୁ ଛାତ୍ରଛାତ୍ରୀ ଫୁଲ ଚନ୍ଦନ ଧୂପ ଦୀପ ଓ ନୈବେଦ୍ୟ ଦେଇ ମା' ବାଗଦେବୀଙ୍କ ପୂଜାର୍ଚ୍ଚନା କରିଛନ୍ତି । ସମସ୍ତ ସ୍କୁଲ କଲେଜରେ ମା'ଙ୍କ ମୂର୍ତ୍ତି ସ୍ଥାପନା କରାଯାଇଛି । ବ୍ରାହ୍ମଣଙ୍କ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହୋଇଛି ପରିବେଶ ।
ଏହା ବି ପଢନ୍ତୁ...ଆଜି ପଦ୍ମ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି ଏହା ବି ପଢନ୍ତୁ...ଫେବୃଆରୀ ପହିଲାରେ ମହାପ୍ରଭୁଙ୍କ ପଦ୍ମ ବେଶ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି |
- ମା'ଙ୍କ ପ୍ରିୟ ରଙ୍ଗ ହଳଦିଆ :