ଓଡିଶା

odisha

ETV Bharat / bharat

30 ବର୍ଷ ଅପେକ୍ଷାର ଅନ୍ତ: ଜ୍ଞାନବ୍ୟାପୀ ମସଜିଦ ବେସମେଣ୍ଟରେ ପୂଜାର୍ଚ୍ଚନା

Gyanvapi Vyas Ji Tehkhana Puja: ଜ୍ଞାନବ୍ୟାପୀ ମସଜିଦର ବ୍ୟାସ ଜୀ କା ତେହଖାନରେ ଆରମ୍ଭ ହେଲା ପୂଜାର୍ଚ୍ଚନା । 30 ବର୍ଷ ପରେ ହିନ୍ଦୁ ପକ୍ଷ ପୂଜାର୍ଚ୍ଚନା କରିଛନ୍ତି । ଅଧିକ ପଢ଼ନ୍ତୁ,

ଜ୍ଞାନବ୍ୟାପୀ ମସଜିଦ
Gyanvapi Vyas Ji Tehkhana Puja

By ETV Bharat Odisha Team

Published : Feb 1, 2024, 9:29 AM IST

Updated : Feb 1, 2024, 10:12 AM IST

ଲକ୍ଷ୍ନୌ:ହିନ୍ଦୁପକ୍ଷଙ୍କୁ କୋର୍ଟଙ୍କ ଅନୁମତି ପରେ ଜ୍ଞାନବ୍ୟାପୀ ମସଜିଦରେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା । 1993 ପର୍ଯ୍ୟନ୍ତ ନନ୍ଦୀ ମହାରାଜଙ୍କ ସମ୍ମୁଖରେ ବ୍ୟାସ ଜୀ କା ତେହଖାନରେ ଅନୁଷ୍ଠିତ ହେଉଥିବା ପୂଜାର୍ଚ୍ଚନା 30 ବର୍ଷ ପରେ ପୁଣି ଆରମ୍ଭ ହୋଇଛି । ବୁଧବାର ବିଳମ୍ବିତ ରାତିରେ ସମ୍ପର୍ଣ୍ଣ ହୋଇଥିଲା ପୂଜାର୍ଚ୍ଚନା । ଜିଲ୍ଲାପାଳ ଏସ୍ ରାଜ ଲିଙ୍ଗମ ଏବଂ ପୋଲିସ କମିଶନର ଅଶୋକ ମୁଥା ଜେନ ଏବଂ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଆଳତୀ କରାଯାଇଥିଲା। ବୁଧବାର ରାତି ପ୍ରାୟ 9ଟା ସମୟରେ ବିଶ୍ୱନାଥ ମନ୍ଦିର ପରିସରରେ ପ୍ରବେଶ କରିଥିଲେ କମିଶନର ଓ ଜିଲ୍ଲାପାଳ। ରାତି 11 ଟା ସମୟରେ ନନ୍ଦୀ ମହାରାଜଙ୍କ ସାମ୍ନାରେ ଥିବା ବେସମେଣ୍ଟ ରାସ୍ତା ନିକଟରେ ବ୍ୟାରିକେଡ ହଟାଇବା କାମ ଆରମ୍ଭ ହୋଇଥିଲା । ଏହାପରେ ପୂଜାର୍ଚ୍ଚନା କରାଯିବା ପରେ ରାତି ପ୍ରାୟ 2 ଟା ସମୟରେ ସମସ୍ତେ ବାହାରକୁ ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ :- ହିନ୍ଦୁପକ୍ଷର ବଡ ବିଜୟ; ଜ୍ଞାନବ୍ୟାପୀ ମସଜିଦରେ ପୂଜା ଅନୁମତି, ୭ଦିନରେ ସମସ୍ତ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ

ଗତକାଲି(ବୁଧବାର) ବାରାଣାସୀ କୋର୍ଟ ହିନ୍ଦୁପକ୍ଷଙ୍କୁ ଜ୍ଞାନବ୍ୟାପୀ ମସଜିଦ ପରିସରରେ ପୂଜାର୍ଚ୍ଚନା କରିବା ପାଇଁ ହିନ୍ଦୁପକ୍ଷଙ୍କୁ ଅନୁମତି ଦେଇଥିଲେ । ଶୈଳେନ୍ଦ୍ର କୁମାର ପାଠକଙ୍କ ଆବେଦନରେ ଏହି ଶୁଣାଣି କରିଥିଲେ କୋର୍ଟ । ମସଜିଦର ଉତ୍ତର ଭାଗରେ ଥିବା ‘ବ୍ୟାସଜୀ କା ତେହଖାନ’ ରେ ପୂଜା ପାଇଁ ଅନୁମତି ମିଳିଥିଲା । ସ୍ଥାନୀୟ ପ୍ରଶାସନ ପୂଜାର୍ଚ୍ଚନା ପାଇଁ ସମସ୍ତ ବ୍ୟବସ୍ଥା କରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କାଶୀ ବିଶ୍ବନାଥ ମନ୍ଦିର ଟ୍ରଷ୍ଟ ଦ୍ବାରା ଚୟନ ପୂଜାରୀ କିମ୍ବା ସେବାୟତ ପୂଜକ ଭାବେ ନିଯୁକ୍ତ ହେବେ ବୋଲି କୁହାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ମସଜିଦ ଭିତରେ କେଉଁଠି ରହିଛି ‘ବ୍ୟାସଜୀ କା ତେହଖାନା’, ଯେଉଁଠି ପୂଜା ପାଇଁ ଅନୁମତି ପାଇଲା ହିନ୍ଦୁପକ୍ଷ

ରାତିରେ ହଟାଯାଇଥିଲା ବ୍ୟାରିକେଡ: ଉକ୍ତ ସ୍ଥାନରେ କରାଯାଇଥିବା ବ୍ୟାରିକେଡିଂକୁ ହଟାଇବା ପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ରହିଥିଲା। ପରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବୁଧବାର ବିଳମ୍ବିତ ରାତିରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ରାତି ପ୍ରାୟ 9 ଟା ସମୟରେ ବିଶ୍ୱନାଥ ଧାମର ଗେଟ୍ ନମ୍ବର 4 (ଯାହା ଜ୍ଞାନବ୍ୟାପୀ ଦେଇ ଯାଇଥାଏ) ରେ ଥିବା ବ୍ୟାରିକେଡ ହଟାଇ ଦିଆଯାଇଥିଲା । ଏହା ପରେ ବିଶ୍ୱନାଥ ମନ୍ଦିରରେ ସଫେଇ କର୍ମଚାରୀମାନେ ପ୍ରବେଶ କରିଥିଲେ। ସେଠାରେ ସଫେଇ କରିବା ପରେ ଭିତରେ ଥିବା ମୂର୍ତ୍ତି ଏବଂ ଅନ୍ୟାନ୍ୟ ଜିନିଷଗୁଡିକ ଏକାଠି କରି ଗଣେଶ-ଲକ୍ଷ୍ମୀଙ୍କ ମୂର୍ତ୍ତିକୁ ପୂଜା କରାଯାଇଥିଲା । ପୂଜା ସରିବା ପରେ ଜ୍ଞାନବ୍ୟାପୀ ମସଜିଦ ଭିତରେ ଆଳତୀ ମଧ୍ୟ କରାଯାଇଥିଲା। ଉକ୍ତ ସ୍ଥାନରେ ଦୀପ ଜାଳିବା ପରେ ତାହା ଆଲୋକିତ ହୋଇଥିଲା ।

16 ପୋଲିସ୍ ଷ୍ଟେସନର ଫୋର୍ସ ଉପସ୍ଥିତ ଥିଲେ:ବାରାଣସୀ ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି ଯେ, କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପୂଜା ଆରମ୍ଭ ହୋଇଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡା କଡ଼ି କରାଯାଇଛି। 16 ଟି ପୋଲିସ ଷ୍ଟେସନର କର୍ମଚାରୀ ସୁରକ୍ଷା ଦାୟିତ୍ବରେ ରହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 1, 2024, 10:12 AM IST

ABOUT THE AUTHOR

...view details