ଓଡିଶା

odisha

ETV Bharat / bharat

ମାଟ୍ରିକରେ 90%, ହିନ୍ଦୀରେ 95: ଲେଖି ପାରୁନାହାନ୍ତି ଦରଖାସ୍ତ - PAURI GARHWAL POST OFFICE

ଦଶମ ମାଟ୍ରିକ ପରୀକ୍ଷାରେ ଫାଷ୍ଟ କ୍ଲାସ । ହିନ୍ଦୀରେ ଚମତ୍କାର ମାର୍କ । ହେଲେ ଅସଲ ପରୀକ୍ଷାରେ ପୋଷ୍ଟ ମାଷ୍ଟର ଫେଲ । କେଉଁଠି ଜାଣନ୍ତୁ

Pauri Garhwal Post Office
Pauri Garhwal Post Office (ETV Bharat)

By ETV Bharat Odisha Team

Published : Nov 6, 2024, 8:00 PM IST

ଡେରାଡୁନ: ଚର୍ଚ୍ଚାରେ ପୋଷ୍ଟାଲ ନିଯୁକ୍ତି ପ୍ରକ୍ରିୟା । ଦଶମ ପରିକ୍ଷୀରେ ୯୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ହେଲେ ହିନ୍ଦୀ ଓ ଗଣିତ ବିଷୟରେ ଜ୍ଞାନ ଶୂନ । ଯାଞ୍ଚ ବେଳେ ଏଭଳି ଅନେକ ମନୋନୀତ ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟ ନକଲି ବୋଲି ଜଣାପଡିଛି । ଏପଟେ ମନୋନୀତ ହେବା ପରେ ବି କିଛି ପ୍ରାର୍ଥୀ ଚାକିରିରେ ଯୋଗ ଦେଉନାହାନ୍ତି । ତେବେ ଏଭଳି ଏକ ମାମଲା ଆସିଛି, ଯେଉଁଠି ପୋଷ୍ଟମାଷ୍ଟର ପଦ ପାଇଁ ମନୋନୀତ ପ୍ରାର୍ଥୀ ହିନ୍ଦୀରେ ୯୫ ପ୍ରତିଶତ ମାର୍କ ରଖିଛନ୍ତି ହେଲେ ଠିକରେ ହିନ୍ଦୀ ଲେଖିପାରୁ ନାହାନ୍ତି ।

ହିନ୍ଦୀରେ ୯୫ ମାର୍କ, ହେଲେ ଲେଖି ପାରୁନାହାନ୍ତି:

Pauri Garhwal Post Office (ETV Bharat)

ଉତ୍ତରାଖଣ୍ଡ ଡାକ ବିଭାଗ ନିଯୁକ୍ତିରେ ଦେଖିବାକୁ ମିଳିଛି ବଡ଼ ଅନିୟମିତତା । ଡାକ ବିଭାଗରେ ମନୋନୀତ ହୋଇଥିବା ଡାକ ସେବକମାନଙ୍କର ଲେଖାପଢ଼ା ଯୋଗ୍ୟତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ଏମିତି ଥିଲା ଯେ, ପୋଷ୍ଟମାଷ୍ଟର ପଦରେ ନିଯୁକ୍ତି ପାଇଁ ଆସିଥିବା ହରିୟାଣାର ଜଣେ ଯୁବକଙ୍କୁ ଆବେଦନ ଫର୍ମ ହିନ୍ଦୀରେ ଲେଖିବାକୁ କୁହାଯାଇଥିଲା । ହେଲେ ଯୁବକଙ୍କ ହିନ୍ଦୀ ଲେଖା ଦେଖି ଡାକ ବିଭାଗ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବ୍ରାଞ୍ଚ ପୋଷ୍ଟମାଷ୍ଟର ପାଇଁ ଆସିଥିବା ଯୁବକ ୨୦୨୧ରେ ହରିୟାଣା ବୋର୍ଡରୁ ହାଇସ୍କୁଲ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବର୍ଡ ପରୀକ୍ଷାରେ ହିନ୍ଦୀ ବିଷୟରେ ୯୫ ମାର୍କ ରଖିଛନ୍ତି । ହେଲେ ତାଙ୍କୁ ଠିକରେ ହିନ୍ଦୀ ଲେଖି ଆସୁନାହିଁ । ହିନ୍ଦୀ ଲେଖିବା ବେଳେ ଯୁବକଙ୍କ ହାତ ଥରୁଛି । ଏଭଳି ପରିସ୍ଥିତିରେ ସମଗ୍ର ଚୟନ ପ୍ରକ୍ରିୟାରେ ପ୍ରଶ୍ନ ଉଠିଛି ଯେ, ହିନ୍ଦୀରେ ୯୫ ମାର୍କ ରଖିଥିବା ଯୁବକ ହିନ୍ଦୀ ଲେଖିପାରୁନାହାନ୍ତି । ଏବେ ବଡ ପ୍ରଶ୍ନ ଉଠିଛି ଯେ, ଏପରି ଲୋକ ନିଯୁକ୍ତି ପରେ କିପରି କାର୍ଯ୍ୟ କରିବେ ।

ଠିକ୍‌ରେ ଲେଖି ପାରିଲେନି ହିନ୍ଦୀ:

Pauri Garhwal Post Office (ETV Bharat)

ତେବେ ଡାକ ଅଧୀକ୍ଷକଙ୍କ ଦ୍ୱାରା ମନୋନୀତ ବ୍ରାଞ୍ଚ ପୋଷ୍ଟମାଷ୍ଟରଙ୍କୁ ହିନ୍ଦୀରେ ଏକ ଆବେଦନ ଫର୍ମ ଲେଖିବାକୁ କୁହାଯାଇଥିଲା । ଦୀର୍ଘ ୩୦ ମିନିଟ ପରେ ହିନ୍ଦୀରେ ଆବେଦନ ଫର୍ମ ଲେଖିବାରେ ସକ୍ଷମ ହୋଇଥିଲେ ବ୍ରାଞ୍ଚ ପୋଷ୍ଟମାଷ୍ଟର । ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ଏହି ଆବେଦନ ଫର୍ମ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହିନ୍ଦୀରେ ଲେଖା ହୋଇଥିବା ଆବେଦନ ଫର୍ମରେ ମନୋନୀତ ବ୍ରାଞ୍ଚ ପୋଷ୍ଟମାଷ୍ଟରଅଧୀକ୍ଷକଙ୍କୁ ଅଦିଶୟ, ମହୋଦୟକୁ ମେବ୍ୟ, ଡାକଘରକୁ ଢାକଘର ଓ ପୋଡି଼କୁ ପେଟି ଲେଖିଥିଲେ । ଏସବୁ ଦେଖିବା ପରେ ବିଭାଗୀୟ ଅଧିକାରୀ କିଛି ସଂଖ୍ୟାକୁ ହିନ୍ଦୀରେ ଲେଖିବା ପାଇଁ କହିଥିଲେ । ଯୁବକ ଜଣଙ୍କ ୧୫୦୦କୁ ହିନ୍ଦୀରେ ପନ୍ଦ୍ରାସୌ, ୨୭୫୦କୁ ସତାଇସେ, ୩୫୩୧କୁ ତିନି ହଜାର ପାନସେ କେତିସ ଓ ୨୫୦କୁ ଢାଇରୋ ଲେଖିଥିଲେ ।

ଉଚ୍ଚ ପଦାଧିକାରୀଙ୍କ ନିର୍ଦ୍ଦେଶାବଳୀ ପରେ କାର୍ଯ୍ୟାନୁଷ୍ଠାନ:

ଏନେଇ ପୋଡି ଡାକ ଅଧିକ୍ଷକ ଦୀପକ ଶର୍ମା କହିଛନ୍ତି, "ହରିୟାଣାର ଜଣେ ଯୁବକଙ୍କ ଜନପଦ ପୋଡି଼ର ସିଲୋଗି ଉପ ଡାକଘରର ଗଢ଼କୋଟ ଡାକଘରର ବ୍ରାଞ୍ଚ ପୋଷ୍ଟମାଷ୍ଟର ପାଇଁ ମନୋନୀତ ହୋଇଥିଲେ । ଯୁବକ ଜଣଙ୍କୁ ହିନ୍ଦୀରେ ଆବେଦନ ଫର୍ମ ପୂରଣ କରିବାକୁ କୁହାଯାଇଥିଲା । କିନ୍ତୁ ସେ ହିନ୍ଦୀରେ ଲେଖି ପାରିନଥିଲେ । ସେହିପରି ସଂଖ୍ୟାକୁ ମଧ୍ୟ ହିନ୍ଦୀରେ ଲେଖି ପାରିନଥିଲେ । ଡାକ ବିଭାଗର କାର୍ଯ୍ୟ ହିନ୍ଦୀ ଭାଷାରେ ହୁଏ । ଏ ସମ୍ବନ୍ଧୀୟ ରିପୋର୍ଟ ଡେରାଡୁନ ସର୍କଲକୁ ପଠାଯାଇଛି । ମନୋନୀତ ବ୍ରାଞ୍ଚ ପୋଷ୍ଟମାଷ୍ଟରଙ୍କ ପଦବୀ ସମ୍ପର୍କରେ ଉଚ୍ଚ ପଦାଧିକାରୀଙ୍କ ନିର୍ଦ୍ଦେଶାବଳୀ ପରେ ଏନେଇ କାର୍ଯ୍ୟାନୁଷ୍ଠାନ ହେବ।"

ଏହା ମଧ୍ୟ ପଢ଼ନ୍ତୁ...ଦିଲ୍‌ ଚାଲିଗଲା ଦରିଆ ପାରି: ଗୁଗୁଲ ଟ୍ରାନ୍ସଲେଟରୁ ସମ୍ପର୍କର ସେତୁ

ଏହା ମଧ୍ୟ ପଢ଼ନ୍ତୁ...୧୯ ଯୁବକଙ୍କୁ ଏଡ୍‌ସ ସଂକ୍ରମଣ କରାଇଦେଲେ ନାବାଳିକା, ଜଣଙ୍କ ସହ ସମସ୍ତେ ରଖିଥିଲେ ଶାରୀରିକ ସମ୍ପର୍କ!

କେଉଁ ବିଷୟରେ କେତେ ମାର୍କ:

ତେବେ ଯୁବକ ଜଣଙ୍କ ହରିୟାଣା ବୋର୍ଡରୁ ହାଇସ୍କୁଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ହିନ୍ଦୀ ଓ ଇଂରାଜୀ, ଉଭୟ ବିଷୟରେ ୯୫ ମାର୍କ ରଖିଛନ୍ତି । ଗଣିତ ଏବଂ ସାମାଜିକ ବିଜ୍ଞାନରେ ୯୦-୯୦ ମାର୍କ, ବିଜ୍ଞାନ ଓ ଶାରୀରିକ ଏବଂ ସ୍ୱାସ୍ଥ୍ୟଶିକ୍ଷାରେ ୧୦୦-୧୦୦ ମାର୍କ ରଖିଛନ୍ତି । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଯୁବକଙ୍କ ଶିକ୍ଷାଗତ ଯୋଗ୍ୟତା ସଠିକ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details