ଓଡିଶା

odisha

ETV Bharat / bharat

ଉତ୍ତରପ୍ରଦେଶରେ ବାପା-ମାଆ ଏବଂ ୩ ଝିଅଙ୍କୁ ହତ୍ୟା, ବେଡ୍ ବକ୍ସରୁ ମିଳିଲା ମୃତଦେହ - UP MASS MURDER

ଉତ୍ତରପ୍ରଦେଶ ମେରଠରେ ଗୋଚିଏ ପରିବାରର ୫ ଜଣଙ୍କୁ ହତ୍ୟା ଅଭିଯୋଗ । ପୋଲିସ ତଦନ୍ତ ଜାରି ।

meerut mass murder of five family members including three children
meerut mass murder of five family members including three children (ETV BHARAT ODISHA)

By ETV Bharat Odisha Team

Published : 9 hours ago

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଚାଞ୍ଚଲ୍ୟ । ଗୋଟିଏ ଘରୁ ମିଳିଲା ୫ ଜଣଙ୍କ ମୃତଦେହ । କେହି ଦୁର୍ବୃତ୍ତ ପୂରା ପରିବାରକୁ ହତ୍ୟା କରିଥିବା ସନ୍ଦେହ । ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଥିବା ବେଳେ ବେଡ ବକ୍ସରୁ ମୃତଦେହ ଉଦ୍ଧାର କରାଯାଇଛି । ଗୁରୁବାର ସଂଧ୍ୟାରେ ମେରଠ ଲିସାଡି ଗେଟର ସୁହେଲ ଗାର୍ଡେନ୍ କଲୋନୀରେ ଏହି ହତ୍ୟାକାଣ୍ଡ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୋଲିସ ତଦନ୍ତ:

ହତ୍ୟା କିଏ କରିଛି ଏବଂ ଏହା ପଛରେ କଣ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ଏସ୍ଏସପିଙ୍କ ସମେତ ସମସ୍ତ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ତଦନ୍ତ ପାଇଁ ଘଟଣାସ୍ଥଳକୁ କ୍ରାଇମବ୍ରାଞ୍ଚ ଏବଂ ଫୋରେନସିକ ଟିମ୍‌କୁ ଡକାଯାଇଛି । ଡଗ୍ ସ୍କ୍ବାଡ ସାହାଯ୍ୟରେ ପୋଲିସ ସୁରାକ ଖୋଜିବାକୁ ପ୍ରୟାସ କରୁଛି । ପରିବାରର ସମସ୍ତ ପାଞ୍ଚ ଜଣଙ୍କୁ ଗଳା କାଟି ହତ୍ୟା କରାଯାଇଛି ।

ସମସ୍ତ ମୃତକ ଗୋଟିଏ ପରିବାରର:

ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ବେଳେ ସେମାନେ ହେଉଛନ୍ତି ସ୍ୱାମୀ ମୋଇନ୍, ସ୍ତ୍ରୀ ଆସ୍ମା ଏବଂ ତିନି ସନ୍ତାନ ୮ ବର୍ଷର ଅଫସା , ୪ ବର୍ଷର ଅଜିଜା ଏବଂ ଏକ ବର୍ଷର ଆଦିବା । ତିନି ଝିଅଙ୍କୁ ହତ୍ୟା କରିବା ପରେ ମୃତଦେହ ଏକ ବସ୍ତାରେ ବାନ୍ଧି ଦିଆଯାଇ ବେଡ୍ ବକ୍ସରେ ଲୁଚାଇ ଦିଆଯାଇଥିଲା । ମୋଇନ ପୂର୍ବରୁ ଜଣେ ମେକାନିକ ଭାବରେ କାମ କରୁଥିଲେ । ଗୁରୁବାର ସନ୍ଧ୍ୟାରେ ମୋଇନର ଭାଇ ସଲିମ ଘରେ ପହଞ୍ଚିବା ପରେ ଏହି ହତ୍ୟା ଘଟଣା ସାମ୍ନାକୁ ଆସିଥିଲା ।

ଏହା ମଧ୍ୟ ପଢନ୍ତୁ-ପୋଲିସ ମିତ୍ର ହତ୍ୟାକାଣ୍ଡ: ମାଷ୍ଟରମାଇଣ୍ଡ ସହ ୫ ଗିରଫ, କାରଣ ପୂର୍ବ ଶତ୍ରୁତା - POLICE MIRTA MURDER CASE

ଏହା ମଧ୍ୟ ପଢନ୍ତୁ-ଆଶ୍ଚର୍ଯ୍ୟ ! ହତ୍ୟାର 17 ବର୍ଷ ପରେ ଜୀବିତ ଫେରିଲେ ମୃତ ବ୍ୟକ୍ତି - MAN FOUND ALIVE AFTER 17 YEARS

ମୃତକଙ୍କ ଭାଇ ସଲିମ ଘରେ ପହଞ୍ଚି ପରିବାର ଲୋକଙ୍କୁ ଖୋଜିଥିଲା । କିନ୍ତୁ ଘରର କବାଟ ବନ୍ଦ ଥିବାରୁ ପଡୋଶୀଙ୍କୁ ପଚାରିଥିଲେ । ବୁଧବାର ଦିନ ମୋଇନଙ୍କୁ କେହି ଦେଖିନଥିବା କହିଥିଲେ । ପରେ ଘରର କବାଟ ଭାଙ୍ଗି ପ୍ରବେଶ କରିବା ପରେ ଘରେ ଭାଇ ଭାଉଜଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ସଙ୍ଗେ ସଙ୍ଗେ ସେ ପୋଲିସକୁ ଅବଗତ କରାଇଥିଲେ ।

ଏସଏସପି ଡକ୍ଟର ବିପିନ ତାଡା କହିଛନ୍ତି,''ଏହି ମାମଲାର ତଦନ୍ତ କରାଯାଉଛି । ମୃତ ୫ ଜଣଙ୍କ ମୃତଦେହକୁ ପୋଷ୍ଟମୋର୍ଟମ ପାଇଁ ପଠାଯାଇଛି । ଘଟଣାର ସତ୍ୟାସତ୍ୟ ଖୁଶୀଘ୍ର ସାମ୍ନାକୁ ଆସିବ । ସ୍ଥାନୀୟ ଲୋକେ ଏହି ଘଟଣାରେ ସାମିଲ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ''

ଏସପି ସିଟି ଆୟୁଷ ବିକ୍ରମ ସିଂହ କହିଛନ୍ତି, ''ସୁହେଲ ଗାର୍ଡେନରେ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ସହିତ ଜଡ଼ିତ ସମସ୍ତ ଦିଗକୁ ନେଇ ତଦନ୍ତ କରାଯାଉଛି । ଫରେନସିକ୍ ଟିମ୍‌କୁ ମଧ୍ୟ ଡକାଯାଇଛି । ଘଟଣାସ୍ଥଳରେ ପୋଲିସ ଟିମ୍‌ ଉପସ୍ଥିତ ଅଛନ୍ତି। ''

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗତ ଦୁଇ ଦିନ ଧରି ମୃତକଙ୍କ ପରିବାରର କୌଣସି ସଦସ୍ୟ ବାହାରେ ଦେଖାଯାଉ ନଥିଲେ । ପୋଲିସର କହିବା ଅନୁସାରେ, ଏହି ହତ୍ୟାକାଣ୍ଡ ଯିଏବି ଘଟାଇଛନ୍ତି. ଏମାନଙ୍କ ପରିବାର ବିଷୟରେ ପୂରା ଅବଗତ ଥିବା ସନ୍ଦେହ କରାଯାଉଛି ।

ABOUT THE AUTHOR

...view details