ଓଡିଶା

odisha

ETV Bharat / bharat

ହୋଲିରେ ଅଘଟଣ: ନଦୀରେ ଗାଧୋଇବା ବେଳେ ପାହାଡ଼ରୁ ଧସିଲା ପଥର, 2 ମୃତ୍ୟୁ - Himachal Landslide - HIMACHAL LANDSLIDE

Himachal Landslide: ହୋଲି ମାହୋଲ ଚାଲିଥିବା ବେଳେ ହିମାଚଳ ପ୍ରଦେଶରେ ଅଘଟଣ । ଭୁସ୍ଖଳନ ହେବାରୁ 2 ଜଣ ମୃତ । ଅଧିକ ପଢନ୍ତୁ,

Himachal Landslide
Himachal Landslide

By ETV Bharat Odisha Team

Published : Mar 25, 2024, 3:05 PM IST

ଶିମଲା: ହିମାଚଳ ପ୍ରଦେଶରେ ହୋଲି ପର୍ବ ଚାଲିଥିବା ବେଳେ ଅଘଟଣ । ଭୂସ୍ଖଳ ହେବାରୁ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳ 7 ଜଣ ଆହତ ହୋଇଛନ୍ତି । ଉନା ଜିଲ୍ଲା ଅଧିନରେ ଥିବା ଆମ୍ ସବ-ଡିଭିଜନର ମାଡିର ଏହି ଭୂସ୍ଖଳନ ଘଟିଛି । ଆହତଙ୍କୁ ଚିକିତ୍ସା ନିମନ୍ତେ ଉନା ହସ୍ପିଟାଲକୁ ପଠାଇ ଦିଆଯାଇଛି । ଦୁଇ ମୃତକ ହେଉଛନ୍ତି ପଞ୍ଜାବ ଫରିଦକୋଟ ବାସିନ୍ଦା ବିଲା ଏବଂ ବଲଭୀର ଚାନ୍ଦ ବୋଲି ଜଣାପଡିଛି । ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ମୃତକଙ୍କ ପରିବାରକୁ ଏନେଇ ସୂଚନା ଦିଆଯାଇଛି ନା ନାହିଁ ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି ।

ଏହା ମଧ୍ୟ ପଢନ୍ତୁ-ଜମ୍ମୁ କାଶ୍ମୀରରେ ଭୂସ୍ଖଳନ, ପାହାଡ଼ ଧସିବାରୁ 4 ମୃତ

ହୋଲି ଉତ୍ସବ ଅବସରରେ ଆଜି ସକାଳ 5ଟା ସମୟରେ ଆଇଡି ମେଳା ଅବସରରେ ଚରଣ ଗଙ୍ଗାରେ ଗାଧୋଉଥିବା ବେଳେ ହଠାତ୍ ପାହାଡରୁ ଚାରିରୁ ପାଞ୍ଚଟି ବଡ ପଥର ଖସି ପଡିଥିଲା। ଏହା ଦେଖି ନଦୀରେ ଗାଧୋଇଥିବା ଲୋକେ ଦୌଡିବାକୁ ଉଦ୍ୟମ କରୁଥିବା ବେଳେ ଦଳଟକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । 9 ଜଣ ନଦୀରେ ଗାଧୋଉଥିବା ବେଳେ ସମସ୍ତେ ଆହତ ହୋଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଭୂସ୍ଖଳନରେ ଭୁଶୁଡିଲା ଘର, ଚାଲିଗଲା ମାଆ ସହ ୩ ଛୁଆଙ୍କ ଜୀବନ

ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ହୋଲି ଅବସରରେ ହୋଲା ମୋହଲା ମେଳା ମାଡିରେ ଆୟୋଜିତ ହୋଇଥାଏ । ଯେଉଁଥିରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ଅଞ୍ଚଳର ପବିତ୍ର ଗୁରୁଦ୍ୱାର ସାହେବରେ ପହଞ୍ଚିଥାନ୍ତି । ଏହା ସହିତ, ଏଠାରେ ଥିବା ପ୍ରାଚୀନ ଚରଣ ଗଙ୍ଗାରେ ସ୍ନାନ କରିବା ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । ତେଣୁ ମେଳାରେ ସାମିଲ ହେବାକୁ ଆସିଥିବା ଲୋକେ ନଦୀର ସ୍ନାନ କରିଥାନ୍ତି । ଆଜି ପୂର୍ଣ୍ଣିମା ହେତୁ ଚରଣ ଗଙ୍ଗାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଆଜି ସକାଳ ସମୟରେ ଶ୍ରଦ୍ଧାଳୁ ମାନେ ଗାଧୋଉ ଥିବା ବେଳେ ଭୁସ୍ଖଳନ ହେବାରୁ 2 ଜଣଙ୍କର ମୃତ୍ୟୁ ହୋଇଥିଲା । ପ୍ରତିବର୍ଷ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ଧାର୍ମିକ ସ୍ଥାନକୁ ଆସିଥାନ୍ତି। ହୋଲି ଅବସରରେ ଆଜି ଚାରି ଆଡେ ଖୁସିର ମାହୋଲ ଚାଲିଥିବା ବେଳେ ହିମାଚଳ ପ୍ରଦେଶରୁ ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details