ବିଶାଖାପାଟଣା: ବେଳେବେଳେ ଅପମାନ ବି ଆଗକୁ ବଢିବାର ବାଟ ଦେଖାଇଥାଏ । ଅନେକ ଅପମାନକୁ ସହି ନପାରି ଭୁଲ ରାସ୍ତା ଆପଣାଉଥିବା ବେଳେ ଏଭଳି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହାକୁ ଗ୍ରହଣ କରି ନିଜ ମନରେ ଏକ ଦୃଢ ଇଚ୍ଛାଶକ୍ତି ସୃଷ୍ଟି କରନ୍ତି ଓ ତାହାହିଁ ତାଙ୍କୁ ସଫଳତାର ବାଟ ଦେଖାଇଥାଏ । ଏଭଳି ଏକ ପ୍ରେରଣାଦାୟକ ସତ୍ୟ କାହାଣୀ ହେଉଛି ଆନ୍ଧ୍ରପ୍ରଦେଶର ପ୍ରକାଶନ ଜିଲ୍ଲା ପୂର୍ବତନ ପୋଲିସ କନେଷ୍ଟବଳ ଉଦୟକ୍ରିଷ୍ଣା ରେଡ୍ଡୀଙ୍କର । ଚାକିରି ବେଳେ ଉପରସ୍ଥ ଅଧିକାରୀଙ୍କଠାରୁ ଅପମାନିତ ହୋଇ ମନେ ମନେ ସ୍ଥିର କରିଥିଲେ ଆଉ କନେଷ୍ଟବଳ ନୁହେଁ ଏଥର ଅଫିସର ହେବି । ସେହି ଦୃଢ ମନୋବଳ ହିଁ ତାଙ୍କୁ ସଂଘ ଲୋକସେବା ଆୟୋଗ ଅର୍ଥାତ UPSC ପରୀକ୍ଷାରେ ସଫଳତା ଆଣି ଦେଇଛି । ଗତକାଲି (ମଙ୍ଗଳବାର) UPSC 2023 ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଉଦୟ କ୍ରିଷ୍ଣାରେଡ୍ଡୀ 780 ତମ ରାଙ୍କ ହାସଲ କରିଛନ୍ତି ।
ଉଦୟକ୍ରିଷ୍ଣା ରେଡ୍ଡୀ 2013ରୁ 2018 ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶ ପୋଲିସ ବିଭାଗରେ ପୋଲିସ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ । ତେବେ କୁହାଯାଉଛି ଯେ, 2018ରେ ତାଙ୍କ ସର୍କଲ ଇନ୍ସପେକ୍ଟର 60 ଜଣ ପୋଲିସ ସହକର୍ମଚାରୀଙ୍କ ସାମ୍ନାରେ ତାଙ୍କୁ ଅପମାନିତ କରିଥିଲେ । ସିନିୟର ଅଫିସର ଦ୍ୱାରା କରାଯାଇଥିବା ଅପମାନକୁ ଭୁଲି ନପାରି ରେଡ୍ଡୀ ଶେଷରେ ଚାକିରି ଛାଡି ଦେଇଥିଲେ ଓ ଦିନେ ବଡ ଅଫିସର ହେବେ ବୋଲି ଦୃଢ ପ୍ରତିଜ୍ଞା କରିଥିଲେ । ଏହି ଘଟଣା ପରେ ଉଦୟ ହାର ନ ମାନି ନିଜ ଲକ୍ଷ୍ୟ ହାସଲ ପାଇଁ କଡା ପରିଶ୍ରମ କରିବା ଆରମ୍ଭ କରିଦେଇଥିଲେ ।
ଏହାମଧ୍ୟ ପଢନ୍ତୁ..UPSC ରେଜଲ୍ଟରେ ଚମକିଲେ ଓଡ଼ିଆ ପୁଅ: ଅନିମେଶ ପ୍ରଧାନ ସେକେଣ୍ଡ ଟପ୍ପର - UPSC RESULT