ପ୍ରୟାଗରାଜ: କୁମ୍ଭମେଳା ଅଘଟଣରୁ ବଞ୍ଚାଇ ଦେଲା AI ଜେନେରେଟେଡ ଥର୍ମାଲ ଇମେଜିଂ ସିଷ୍ଟମ । ମହାକୁମ୍ଭ 2025 ମେଳାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । କିଛି ମୂହୁର୍ତ୍ତରେ ନିଆଁ ଚାରିଆଡକୁ ବ୍ୟାପୀ ସବୁକିଛି ପାଉଁଶ କରି ଦେଇଥାନ୍ତା । କିନ୍ତୁ ଏତେ ବଡ ଅଘଟଣକୁ କେବଳ ଏଡାଇ ପାରିଛି ହାଇଟେକ ସିଷ୍ଟମ । ମାତ୍ର 20 ମିନିଟ୍ରେ ଭୟାବହ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରାଯାଇ ପାରିଛି। ମହାକୁମ୍ଭରେ ଥିବା ୱାଚ ଟାୱାରରୁ ଥର୍ମାଲ ଇମେଜିଂ ମାଧ୍ୟମରେ ନିଆଁ ଲାଗିଥିବା ଜଣାପଡିଯାଇଥିଲା । ଆଉ ଏହାର ଏକ ମିନିଟ ପରେ ନିଆଁଲିଭା ଗାଡି ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବା କାମରେ ଲାଗିପଡିଥିଲା ।
ଏହାର 5 ମିନିଟ୍ ପରେ 10ଟି ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍ପେଶିଆଲି ଟ୍ରେଣ୍ଡ ରେସକ୍ୟୁ ଗ୍ରୁପ୍ (STRG)ର 100 ଯବାନ ଓ ଫାୟାର ବ୍ରିଗେଡର 45 ଗାଡିର ଉଦ୍ୟମରେ ମାତ୍ର 20 ମିନିଟରେ ନିଆଁକୁ କାବୁ କରିଥିଲା । ମହାକୁମ୍ଭରେ ବଡ ଧରଣର ଅଗ୍ନିକାଣ୍ଡକୁ ଅଟକାଇବା ପାଇଁ କଣ ସବୁ ବ୍ୟବସ୍ଥା କରାଯାଇଛି
- ମହାକୁମ୍ଭରେ 50ଟି ଫାୟାର ଷ୍ଟେସନ ଓ 20 ଫାୟାର ପୋଷ୍ଟ
25ଟି ସେକ୍ଟର ଆଉ 25 କିଲୋମିଟର ବ୍ୟାପ୍ତ ଏହି କୁମ୍ଭମେଳାରେ ଯଦି ଅଗ୍ନିକାଣ୍ଡ ଘଟେ ତାକୁ ଅଟକାଇବା ବି ବଡ କଷ୍ଟକର କାମ। କାରଣ ମହାକୁମ୍ଭରେ ନିର୍ମିତ ସବୁ ଅସ୍ଥାୟୀ ଟେଣ୍ଟ ବାଉଁଶ, କପଡା, ଶୁଖିଲା ନଡା କୁଟାରେ ପ୍ରସ୍ତୁତ ହୋଇଥାଏ । ଏଣୁ ନିଆଁ ଲାଗିଲେ ଏହା ଖୁବଶୀଘ୍ର ବ୍ୟାପିବାର ଆଶଙ୍କା ରହିଥାଏ । ଏଥିଯୋଗୁଁ ଅଗ୍ନିଶମ ବିଭାଗ ମହାକୁମ୍ଭ ମେଳାରେ 50 ଟି ଅଗ୍ନିଶମ କେନ୍ଦ୍ର ଓ 20ଟି ପୋଷ୍ଟ ନିର୍ମାଣ କରିଛି । ଏହା ସହ ଅଗ୍ନିଶମ ବିଭାଗ 80ଟି ଫାୟାର ବାଇକର୍ସଙ୍କୁ ମେଳାରେ ନିୟୋଜିତ କରିଛି ଯେଉଁମାନେ ଏତେ ବଡ ଅଞ୍ଚଳରେ ପାଟ୍ରୋଲିଂ କରୁଛନ୍ତି ।
- ମହାକୁମ୍ଭରେ 52 ୱାଚ ଟାୱାର
ମହାକୁମ୍ଭରେ ଯେଭଳି କୌଣସି ଅଘଟଣ ଘଟିବନି ସେଥିପାଇଁ 52ଟି ୱାଚ ଟାୱାର ଲାଗିଛି । ଏହି ୱାଚ ଟାୱାରରେ ସବୁବେଳେ ଅଗ୍ନିଶମ କର୍ମୀ ନିୟୋଜିତ ରୁହନ୍ତି । ହାଇଟେକୟ ଏଆଇ ବେସଡ୍ ସିସିଟିଭି କ୍ୟାମେରା ଲେନ୍ସ ସର୍ବପ୍ରଥମେ ଏହି ୱାଚ ଟାୱାରରୁ ମହାକୁମ୍ଭ ନିଆଁକୁ ପ୍ରଥମେ ଦେଖିଥିଲା । ଖୋଦ୍ ଅଗ୍ନିଶମ ବିଭାଗ କର୍ମୀ ଅଧିକାରୀଙ୍କୁ ଏନେଇ ସୂଚନା ଦେବା ପରେ ଏକ ମିନିଟ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: ମହାକୁମ୍ଭ ମେଳାରେ ଭୟାବହ ଅଗ୍ନିକାଣ୍ଡ: ବହୁ ଟେଣ୍ଟ ପୋଡି ଛାରଖାର
ଏହା ମଧ୍ୟ ପଢନ୍ତୁ: IIT ବାବାଙ୍କ ବିରୋଧରେ ଆକ୍ସନ, ବହିଷ୍କୃତ କଲା ଜୁନା ଆଖଡା
ଏହାର ଠିକ୍ 10 ମିନିଟ ପରେ ଅଗ୍ନିଶମର 45ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ଥିଲା । ଅଗ୍ନିଶମ ବିଭାଗ ସହ ପୋଲିସ, ଟ୍ରାଫିକ ପୋଲିସ, ଅଗ୍ନିଶମ ବିଭାଗ, ଏନଡିଆରଏଫ ଓ ଏସଡିଆରଏଫ ଟିମ ଏକଜୁଟ ହୋଇ ନିଆଁକୁ ଆୟତ୍ତ କରିଥିଲେ । ସମସ୍ତଙ୍କ ଉଦ୍ୟମ ଯୋଗୁଁ ଏତେ ବଡ ଅଘଟଣକୁ ଏଡାଇ ଦିଆଯାଇପାରିଲା ।
- ମହାକୁମ୍ଭରେ 351 ପ୍ରକାର ଅଗ୍ନିଶମ ଗାଡି
ମହାକୁମ୍ଭ ମେଳାରେ 351 ପ୍ରକାର ଫାୟାର ଗାଡିକୁ ନିୟୋଜିତ କରାଯାଇଛି । ଅତ୍ୟାଧୁନିକ ଟେକ୍ନୋଲୋଜି ସହ ଏହି ଗାଡି ଗୁଡିକ ମହଜୁଦ ରହିଛି । 4ଟି ଆର୍ଟିକୁଲେଟିଙ୍ଗ ୱାଟର ଟାୱାର (AWT)ବି ମୁତୟନ ରହିଛି । ଏହି ଏଡବ୍ଲ୍ୟୁଟିରେ ଭିଡିଓ ଥର୍ମାଲ ଇମେଜିଂ ଭଳି ଆଡଭାନ୍ସ ସିଷ୍ଟମ ଲାଗିଛି । ସେହିପରି ଭିଡିଓ ଥର୍ମାଲ ଇମେଜିଂ କ୍ୟାମେରାର ବ୍ୟବହାର କରାଯାଇଛି । ବହୁତଳ କୋଠାରେ ନିଆଁ ଲାଗିଲେ ଏହାର ବ୍ୟବହାର କରାଯାଇଥାଏ । ବିପଦପୂର୍ଣ୍ଣ ଫାୟାର ଅପରେସନରେ ଅଗ୍ନିଶମ ବିଭାଗକୁ ସାହାଯ୍ୟ କରିବା ସହ ସେମାନଙ୍କୁ ସୁରକ୍ଷା ଦେଇଥାଏ । ପ୍ରଥମ ଥର ମହାକୁମ୍ଭରେ ଏହାର ବ୍ୟବହାର କରାଯାଉଛି । ଶନିବାର ଅଗ୍ନିକାଣ୍ଡରେ ବି ଏହି ଫାୟାର ଗାଡିର ବ୍ୟବହାର କରାଯାଇଥିଲା ।
ସିଏଫଓ ପ୍ରମୋଦ ଶର୍ମା କହିଛନ୍ତି ‘‘ମହାକୁମ୍ଭରେ ନିଆଁକୁ ଆୟତ୍ତ କରିବା ପାଇଁ ସ୍ପେଶାଲ ଟ୍ରେଣ୍ଡ ରେସକ୍ୟୁ ଗ୍ରୁପର 100 ଯବାନଙ୍କୁ ମୁତୟନ କରାଯାଇଥିଲା । ସେମାନେ କୌଣସି ପ୍ରକାର ଅଗ୍ନିକାଣ୍ଡ ଘଟଣାକୁ ମୁକାବିଲା କରିବା ପାଇଁ ଟ୍ରେଣ୍ଡ ଅଛନ୍ତି । ଏହା ଛଡା 2 ହଜାର ଅଗ୍ନିଶମ କର୍ମୀଙ୍କୁ ମହାକୁମ୍ଭରେ ସେକ୍ଟର ହିସାବରେ ଦାୟିତ୍ବ ହସ୍ତାନ୍ତର କରାଯାଇଛି’’ ।
- ମହାକୁମ୍ଭ ମେଳା ଅଗ୍ନିକାଣ୍ଡର ହେବ ମାଜିଷ୍ଟ୍ରଟ ତଦନ୍ତ
ମହାକୁମ୍ଭ ମେଳା ସେକ୍ଟର 19ରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡର ହେବ ମାଜିଷ୍ଟ୍ରେଟ ତଦନ୍ତ । ଏଥିପାଇଁ ଦୁଇଟି ଟିମ ଗଠନ କରାଯାଇଛି । ପ୍ରାରମ୍ଭିକ ତଦନ୍ତରୁ ଦୁଇଟି କାରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ପ୍ରଥମତଃ ରୋଷେଇ କରିବା ସମୟରେ ସିଲିଣ୍ଡର ଲିକ୍ ଯୋଗୁଁ ନଚେତ ବିଦ୍ୟୁତ ଓଭରଲୋଡ୍ ଯୋଗୁଁ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି । ନିଆଁ ଲାଗିବା ପରେ ଟେଣ୍ଟ୍ରେ ରଖାଯାଇଥିବା ୋଟିଏ ପରେ ଗୋଟିଏ ସିଲିଣ୍ଡର ଫାଟିଯାଇ ଚାରିଆଡେ ନିଆଁ ବ୍ୟାପୀ ଯାଇଥିଲା । ସେହିପରି ଗୀତା ପ୍ରେସ ଶିବିରରେ ବହୁମାତ୍ରାରେ ଶୁଖିଲା କୁଟା ରଖାଯାଇଥିଲା । ଏହା ନିଆଁ ବ୍ୟାପିବାର ବି ଅନ୍ୟତମ କାରଣ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
- ଜଳିଗଲା 20ରୁ ଊର୍ଦ୍ଧ୍ବ ଟେଣ୍ଟ
ପ୍ରୟାଗରାଜ ମହାକୁମ୍ଭ ମେଳାରେ ଗତ ରବିବାର ଅଗ୍ନିକାଣ୍ଡ ଘଟିଥିଲା । ସେକ୍ଟର-19 ଅଞ୍ଚଳରେ ନିଆଁ ଲାଗିଥିଲା । ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ମୁତାବକ, ପାଖାପାଖି 20-25 ଟି ଟେଣ୍ଟ ପୋଡି ଛାରଖାର ହୋଇଯାଇଛି । ଅଗ୍ନିକାଣ୍ଡ କାରଣରୁ ସେଠାରେ ଥିବା ସିଲିଣ୍ଡର ଗୋଟିଏ ପରେ ଗୋଟିଏ ଫାଟିବାରେ ଲାଗିଥିଲା । ରୋଷେଇ ପାଇଁ ଏହି ସିଲିଣ୍ଡର ସବୁ ରଖାଯାଇଥିଲା । ପ୍ରବଳ ବେଗରେ ପବନ ବହୁଥିବାରୁ ନିଆଁ କାବୁ କରିବାରେ ବାଧା ଉପୁଜିଥିଲା । ବହୁ ପ୍ରୟାସ ବଳରେ ବର୍ତ୍ତମାନ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି ଦମକଳବାହିନୀ । ସେପଟେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଖାଲି କରାଯାଇଛି । ସେକ୍ଟର-19 ଅଞ୍ଚଳକୁ ସିଲ୍ କରିଦିଆଯାଇଛି ।
- କୁମ୍ଭମେଳା ବିଷୟରେ...
ଉତ୍ତର ପ୍ରଦେଶରେ ଚାଲିଛି ଆସ୍ଥା ବିଶ୍ବାସର ମହାକୁମ୍ଭ ମେଳା । ଲକ୍ଷ ଲକ୍ଷ ସାଧୁ ସନ୍ଥଙ୍କ ଆଗମନରେ ସଙ୍ଗମନଗରୀ ପ୍ରୟାଗରାଜରେ ଅଦ୍ଭୁତପୂର୍ବ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । କେବଳ ସାଧୁସନ୍ଥ ନୁହନ୍ତି, ଶ୍ରଦ୍ଧାଳୁମାନଙ୍କର ମଧ୍ୟ ଭିଡ଼ ଜମିଛି । ଭାରତୀୟ ସଂସ୍କୃତି, ଚେତନା ଓ ବିଶ୍ବାସର ମହାପର୍ବ ତଥା ବିଶ୍ବର ସର୍ବବୃହତ୍ତ ଆଧ୍ୟାତ୍ମିକ ମେଳା ‘ମହାକୁମ୍ଭ-2025’ । ପବିତ୍ର ପୌଷ ପୂର୍ଣ୍ଣିମାଠୁ ଏହି ଭବ୍ୟ,ଦିବ୍ୟ ସଙ୍ଗମ ତୀର୍ଥନଗରୀ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି । ଏବେ ସୁଦ୍ଧା କୋଟି କୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ବୁଡ ପକାଇ ସାରିଲେଣି ।