ETV Bharat / bharat

ବୟ ଫ୍ରେଣ୍ଡକୁ ବିଷ ଦେଇ ମାରିଥିଲେ, ଫାଶୀ ଦଣ୍ଡ ଦେଲେ କୋର୍ଟ - SHARON RAJ MURDER CASE

ଅନ୍ୟତ୍ର ବିବାହ କରିବା ପାଇଁ ପୁରୁଷ ବନ୍ଧୁଙ୍କୁ ରାସ୍ତାରୁ ହଟାଇଥିଲେ । ମାଆ ଓ ଅନ୍ୟ ଜଣେ ସମ୍ପର୍କୀୟଙ୍କ ସମେତ ଗିରଫ ହୋଇଥିଲେ ଯୁବତୀ । କୋର୍ଟ କହିଲେ ‘ଅତି ଜଘନ୍ୟକାଣ୍ଡ’ ।

ବୟଫ୍ରେଣ୍ଡକୁ ବିଷ ଦେଇ ମାରିଥିଲେ, ଫାଶୀ ଦଣ୍ଡାଦେଶ ଦେଲେ କୋର୍ଟ
ବୟଫ୍ରେଣ୍ଡକୁ ବିଷ ଦେଇ ମାରିଥିଲେ, ଫାଶୀ ଦଣ୍ଡାଦେଶ ଦେଲେ କୋର୍ଟ (ETV Bharat Odisha)
author img

By ETV Bharat Odisha Team

Published : Jan 20, 2025, 5:11 PM IST

Updated : Jan 20, 2025, 5:29 PM IST

ଥିରୁଅନନ୍ତପୁରମ: କେରଳର ବହୁଚର୍ଚ୍ଚିତ ଶରୁଣ ରାଜ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ 24 ବର୍ଷୀୟା ଯୁବତୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ଥାନୀୟ କୋର୍ଟ । ଦୋଷୀ ଯୁବତୀ ହେଉଛନ୍ତି, ହତ୍ୟାର ଶିକାର ହୋଇଥିବା ଶରୁଣଙ୍କ ବାନ୍ଧବୀ ଗ୍ରୀଷ୍ମା । ଗତ ସପ୍ତାହରେ ମୁଖ୍ୟ ଅଭିଯୁକ୍ତ ଗ୍ରୀଷ୍ମା ଓ ତାଙ୍କର ଜଣେ ସମ୍ପର୍କୀୟଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଆଜି ନେୟାତିନକାରା ସତ୍ର ନ୍ୟାୟାଳୟ ମାମଲାର ଦଣ୍ଡ ବିଧାନ କରିଛନ୍ତି । ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗ୍ରୀଷ୍ମାଙ୍କୁ ଫାଶୀ ଦଣ୍ଡ ସହ ଅପହରଣ ଓ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ତାଙ୍କୁ ଓ ତାଙ୍କର ସମ୍ପର୍କୀୟଙ୍କୁ ପୃଥକ 10 ବର୍ଷ ଓ 5 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

  • 2ବର୍ଷରେ ରାୟ

ହତ୍ୟାକାଣ୍ଡ ଭିଆଇଥିବା ବେଳେ ଦୋଷୀ ଗ୍ରୀଷ୍ମାଙ୍କ ବୟସ 22 ବର୍ଷ ଥିଲା । ଆଜି ଶୁଣାଣି ସମୟରେ ତାଙ୍କ ଓକିଲ କୋର୍ଟଙ୍କ ସମ୍ମୁଖରେ ଏହି ଯୁକ୍ତି ରଖିଥିଲେ । ଗ୍ରୀଷ୍ମାଙ୍କର ତରୁଣ ବୟସ ଓ ପୂର୍ବ ଅପରାଧିକ ରେକର୍ଡ ନଥିବା କାରଣରୁ ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାନଯାଉ ବୋଲି ଦାବି କରିଥିଲେ ତାଙ୍କ ଓକିଲ । ମାତ୍ର କୋର୍ଟ ଏହି ତର୍କକୁ ଅଗ୍ରାହ୍ୟ କରିଦେଇଥିଲେ । ମାମଲାକୁ ଅତିଜଘନ୍ୟ ବା ବିରଳରୁ ବିରଳତମ ବୋଲି ବର୍ଣ୍ଣନା କରିବା ସହ କୋର୍ଟ ଦୋଷୀର ବୟସ ବିଚାରଯୋଗ୍ୟ ନୁହେଁ ବୋଲି କହିଥିଲେ । ମୁଖ୍ୟ ଅଭିଯୁକ୍ତ ଗ୍ରୀଷ୍ମାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି । ସେହିପରି ସେ ଓ ତାଙ୍କର ଜଣେ ସମ୍ପର୍କୀୟ ନିର୍ମଳ କୁମାରନ ନାଏରଙ୍କୁ ଅପହରଣ ପାଇଁ 10 ବର୍ଷ ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ 5 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଦୁଇ ଲକ୍ଷ ଜୋରିମାନାରେ ମଧ୍ୟ ଦଣ୍ଡିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:-

କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ଦୋଷୀ ସଞ୍ଜୟ ରାୟକୁ ଆଜୀବନ ଜେଲ୍‌

ସୈଫ ଅଲି ଖାନଙ୍କୁ ଛୁରାମାଡ଼ ଘଟଣା; କ୍ରାଇମ ସିନ୍ ରିକ୍ରିଏଟ କରିବ ପୋଲିସ - SAIF ALI KHAN ATTACK CASE

  • ଦୁଇଥର ଉଦ୍ୟମ ପରେ ହତ୍ୟା:-

ସୂଚନା ଅନୁସାରେ, ଗ୍ରୀଷ୍ମା ଓ ଶରୁଣ ପରସ୍ପରକୁ ପ୍ରେମ କରୁଥିଲେ । ଗ୍ରୀଷ୍ମାଙ୍କ ବିବାହ ପାଇଁ ଅନ୍ୟ ସ୍ଥାନରୁ ପ୍ରସ୍ତାବ ଆସିଥିଲା । ଗ୍ରୀଷ୍ମା ଅନ୍ୟତ୍ର ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କରି ଶରୁଣଙ୍କୁ ରାସ୍ତାରୁ ହଟାଇଦେବାକୁ ଉଦ୍ୟମ କରିଥିଲେ । ପ୍ରଥମେ ପାନୀୟରେ କିଛି ବିଷାକ୍ତ ଦ୍ରବ୍ୟ ମିଶାଇ ହତ୍ୟା ଉଦ୍ୟମ କରିଥିଲେ ସୁଦ୍ଧା ସରୁଣ ଅସୁସ୍ଥ ହୋଇ ମଧ୍ୟ ବଞ୍ଚିଯାଇଥିଲେ । ପରେ ଗ୍ରୀଷ୍ମା ପୁଣିଥରେ ପାନୀୟରେ ବିଷ ମିଶାଇ ଶରୁଣଙ୍କୁ ପିଆଇଥିଲେ । ଏଥିରେ ଶରୁଣ ଗୁରୁତର ହୋଇ ହସ୍ପିଟାଲରେ 11 ଦିନ ମରଣ ସହ ସଂଘର୍ଷ କରିବା ପରେ ଆଖି ବୁଜିଥିଲେ ।

  • 2023 ରେ ହୋଇଥିଲା ଚାର୍ଜସିଟ୍‌

ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ଗ୍ରୀଷ୍ମାଙ୍କୁ ପୋଲିସ ଗିରଫ କରିଥିଲା । ପରେ ତଦନ୍ତର ଘଟଣାକ୍ରମରେ ଗ୍ରୀଷ୍ମା ଦୋଷ ସ୍ବୀକାର କରିଥିଲା । 2023 ଜାନୁଆରୀ 25 ତାରିଖରେ ସ୍ଥାନୀୟ କୋର୍ଟରେ ପୋଲିସ ମାମଲାର ଚାର୍ଜସିଟ୍‌ ଦାଖଲ କରିଥିଲେ । ତେବେ ଏହି ମାମଲାରେ ଗ୍ରୀଷ୍ମା ମୁଖ୍ୟ ଅଭିଯୁକ୍ତ ଭାବେ ଫାଶୀ ଦଣ୍ଡାଦେଶ ପାଇଥିବା ବେଳେ ଦ୍ବିତୀୟ ଅଭିଯୁକ୍ତ ତାଲିକାରେ ଥିବା ତାଙ୍କ ମା’ଙ୍କୁ ପ୍ରମାଣ ଅଭାବରୁ ପୂର୍ବରୁ ଖଲାସ କରାଯାଇଥିଲା । ତୃତୀୟ ଅଭିଯୁକ୍ତଙ୍କୁ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

ବ୍ୟୁରୋ ରିପୋର୍ଚ, ଇଟିଭି ଭାରତ

Last Updated : Jan 20, 2025, 5:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.