ହାଇଦ୍ରାବାଦ:ଦେଶବ୍ୟାପୀ ଶିକ୍ଷାକୁ ଗୁରୁତ୍ବ ଦେବା ସକାଶେ ସର୍ବଶିକ୍ଷା ଅଭିଯାନ ଚାଲିଛି । ସ୍କୁଲଗୁଡିକର ଭିତ୍ତିଭୂମି ବିକାଶ ଭଳି ପ୍ରମୁଖ ମୁଦ୍ଦା ଉପରେ ସରକାର ଯୋଜନା ଉପରେ ଯୋଜନା କରିଚାଲିଛନ୍ତି । ଏହା ସତ୍ତ୍ବେ ଏମିତି ଅନେକ ସ୍କୁଲ ଅଛି ଯେଉଁଠି କେବଳ ଗୋଟିଏ ଶ୍ରେଣୀ ଗୃହରେ ପାଠପଢା ଚାଲିଛି । କିନ୍ତୁ ଗୋଟିଏ ଶ୍ରେଣୀ ଗୃହରେ ଗୋଟିଏ ନୁହଁ ବରଂ ୨ଟି ସ୍କୁଲର ପାଠପଢା ଚାଲିବା ଭଳି ଘଟଣା ସାମନାକୁ ଆସିଛି । ତେଲେଙ୍ଗାନାରେ ମଞ୍ଚିରୟାଲା ଜିଲ୍ଲାର ଭିମିନୀ ମଣ୍ଡଳର କେସଲାପୁରର ଉପ ଗାଁ ଗଟ୍ଟୁପଲ୍ଲୀରେ ଏଭଳି ଘଟଣା ସାମନାକୁ ଆସିଛି ।
ସୂଚନା ଅନୁଯାୟୀ କେସଲାପୁର ପ୍ରାଥମିକ ବିଦ୍ୟାଳୟର ଗୃହ ଜର୍ଜରିତ ଅବସ୍ଥାରେ ଥିବାରୁ ତାହାକୁ ଧ୍ବସ୍ତ କରାଯାଇଥିଲା । ଫଳତଃ ଛାତ୍ରମାନଙ୍କୁ ସେହି ପଞ୍ଚାୟତର ଗଟ୍ଟୁପଲ୍ଲୀ ସ୍କୁଲକୁ ସ୍ଥାନାନ୍ତରିତ କରାଯାଇତିଲା । ଏହି ବିଦ୍ୟାଳୟରେ କେବଳ ଗୋଟିଏ ଶ୍ରେଣୀ ଗୃହ ଓ ବାରଣ୍ଡା ରହିଛି । ବର୍ତ୍ତମାନ ଦୁଇଟି ସ୍କୁଲର ୭୦ ଜଣ ଛାତ୍ରଛାତ୍ରୀଙ୍କୁ ଏକ ସଂକୀର୍ଣ୍ଣ କୋଠରୀ ପାଠପଢା ଯାଉଛି ଯାହା ଫଳରେ ସେମାନଙ୍କୁ କଠିନ ସମସ୍ୟାର ସାମ୍ନା କରିବାକୁ ପଡୁଛି ।
ଏହା ମଧ୍ୟ ପଢନ୍ତୁ...ଗରମରୁ ରକ୍ଷା ପାଇଁ ନିଆରା ତରିକା, କ୍ଲାସରୁମକୁ କରିଦେଲେ ସୁଇମିଂ ପୁଲ - Classroom Turns Swimming Pool