ହାଇଦ୍ରାବାଦ: କୋରିୟର ସର୍ଭିସରେ ଗଞ୍ଜେଇ ଚକୋଲେଟ ବିକ୍ରି । ଏକ୍ସପ୍ରେସ ବି କୋରିୟର ସର୍ଭିସରେ ଅନ୍ୟ ରାଜ୍ୟକୁ ବିକ୍ରି କରୁଥିଲେ ଗଞ୍ଜେଇ ଚକୋଲେଟ। ଦୁଇଜଣଙ୍କୁ ବାନ୍ଧିଲା ତେଲେଙ୍ଗାନା ଆଣ୍ଟି ନାର୍କୋଟିକ ବ୍ୟୁରୋ ଏବଂ ଅବକାରୀ ବିଭାଗ । ଏହାସହ ତାଙ୍କ ନିକଟରୁ 2କିଲୋ 800 ଗ୍ରାମର ଚକୋଲେଟ ମଧ୍ୟ ଜବତ କରିଛି । ଦୁଇଜଣଙ୍କୁ ଗିରଫ କରିବା ପରେ ଗାଚିବୁଲି ପୋଲିସକୁ ହସ୍ତାନ୍ତର କରାଯାଇଛି।
ତେଲେଙ୍ଗାନା ଆଣ୍ଟି ନାର୍କୋଟିକ ବ୍ୟୁରୋର କମିଶନର ସନ୍ଦୀପ ସାନ୍ଦିଲ୍ୟଙ୍କ କହିବା ଅନୁସାରେ, ଆସାମର ହିଲାଲୁଦିନ ମଜୁମଦାର(29) କାମ ଅନ୍ବେଷଣରେ 2021 ମସିହାରେ ହାଇଦ୍ରାବାଦ ଆସିଥିଲା । ଏହାପରେ ସେ ନାନକରନଗୁଡ଼ାର ଏକ ପାନ ଦୋକାନରେ କାମ କରିଥିଲା । ଏହାପରେ 2022 ମସିହାରେ କାବୁରି କପିଲ ହବ୍ ନିକଟରେ ନିଜର ଏକ ପାନ ଦୋକାନ କରି କରିଥିଲା । ତେବେ ନିଜ ଅଞ୍ଚଳରେ ଗଞ୍ଜେଇ ଚକୋଲେଟର ଭଲ ଚାହିଦା ରହିଥିବା ଜାଣି ଉତ୍ତରପ୍ରଦେଶ ଲକ୍ଷ୍ନୌ ବିପିନଙ୍କ ଠାରୁ ଗଞ୍ଜେଇ ଚକୋଲେଟ କ୍ରୟ କରିଥିଲେ । ଏକ୍ସପ୍ରେସ ବି କୋରିୟର ସର୍ଭିସରେ ଗଞ୍ଜେଇ କିଣି ବିକ୍ରି କରୁଥିଲା ହିଲାଲୁଦିନ ମଜୁମଦାର । ସେ ନାନକରନଗୁଡାରେ ଗୋଟିଏ ଗଞ୍ଜେଇ ଚକୋଲେଟକୁ 5 ଟଙ୍କା ହିସାବରେ ବିକ୍ରି କରୁଥିଲେ । " ଗତ ସୋମବାର ଦିନ ଚଢ଼ାଉ କରାଯାଇ ଗିରଫ କରାଯିବା ପରେ ଗାଚିବୁଲି ପୋଲିସକୁ ହସ୍ତାନ୍ତର କରାଯାଇଛି। ଏହାସହ ତାଙ୍କ ନିକଟରୁ 560ଟି ଗଞ୍ଜେଇ ଚକୋଲେଟ ଅର୍ଥାତ 2.8 କେଜି ଜବତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: ସ୍କୁଲ ଛାତ୍ରଙ୍କୁ ଚକୋଲେଟରେ ଗଞ୍ଜେଇ ବିକ୍ରି, ଚେନ୍ନାଇରେ ଅଭିଯୁକ୍ତ ଗିରଫ