ଓଡିଶା

odisha

ETV Bharat / bharat

ପାର୍ ହେଉଥିଲେ ରେଳ ଧାରଣା, ହଠାତ୍ ଆସିଲା ଟ୍ରେନ... - ମାଲବାହୀ ଟ୍ରେନ ତଳେ ମହିଳା

Train Passed Over Woman: ଟ୍ରେନ ଲାଇନ ପାର କରୁଥିଲେ ବୃଦ୍ଧା । ସେପଟୁ ମାଲବାହୀ ଟ୍ରେନ ଆସିବା ପରେ କଣ ହେଲା ଦେଖନ୍ତୁ,

Train Passed Over Woman
Train Passed Over Woman

By ETV Bharat Odisha Team

Published : Feb 29, 2024, 4:41 PM IST

ଟ୍ରେନ ଲାଇନ ପାର କରୁଥିଲେ ବୃଦ୍ଧା, ସେପଟୁ ଆସିଲା ମାଲବାହୀ ଟ୍ରେନ..

ପାଟନା:ବିହାର କଟିହାର ଜୋଗବନି ରେଳ ଡିଭିଜନର ବଥନାହା ରେଲୱେ ଷ୍ଟେସନରୁ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ବୃଦ୍ଧା ଟ୍ରେନ ଲାଇନ ପାର କରୁଥିବା ସମୟରେ ହଠାତ ସେପଟୁ ଆସିଥିଲା ମାଲବାହୀ ଟ୍ରେନ । ହେଲେ ବୃଦ୍ଧା ଜଣକ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଛନ୍ତି । ବୃଦ୍ଧା ତରବରିଆ ଭାବେ ଟ୍ରେନ ଲାଇନ ପାର ନ କରି ଟ୍ରାକ ଉପରେ ଲମ୍ବ ହୋଇ ଶୋଇ ପଡ଼ିଥିଲେ । ଏହାପରେ ଟ୍ରେନଟି ତାଙ୍କ ଉପରେ ଅତିକ୍ରମ କରିଥିବା ବେଳେ ତାଙ୍କୁ କୌଣସି ଆଘାତ ଲାଗିନାହିଁ ।

ଏହା ବି ପଢନ୍ତୁ- ରେଳ ଷ୍ଟେସନରେ ଅଚଳ ଫୁଟ ଓଭରବ୍ରିଜ, ଟ୍ରେନ ମଝିରେ ପାର ହେଉଛନ୍ତି ଯାତ୍ରୀ

ମିଳିଥିବା ସୂଚନା ଅନୁସାରେ ବୃଦ୍ଧା ଜଣକ ରେଳ ଲାଇନ ପାର କରିବା ଲାଗି ଫୁଟ୍ ଓଭରବ୍ରିଜର ସହାୟତା ନ ନେଇ ଟ୍ରାକ ପାର କରୁଥିଲେ । ଆଉ ଯେତେବେଳେ ମହିଳା ଜଣକ ରେଳ ଟ୍ରାକ ପାର କରୁଥିଲେ, ଠିକ ସେହି ସମୟରେ ମାଲବାହୀ ଟ୍ରେନଟି ଆସିଥିଲା । ଆଉ ମହିଳା ଜଣକ ଟ୍ରାକ ଉପରେ ଶୋଇପଡ଼ିଥିଲେ । ସେହି ସମୟରେ ଉପସ୍ଥିତ କେହି ଜଣେ ଭିଡ଼ିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପରେ ଏହା ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ମଙ୍ଗଳବାର ଘଟିଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- ବୃଦ୍ଧଙ୍କ ଉପରେ ମାଡିଗଲା ଟ୍ରେନ, ଟ୍ରାକରେ ଶୋଇ ଜୀବନ ବଞ୍ଚାଇଲେ

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ନିକଟରେ ଉକ୍ତ ବୃଦ୍ଧାଙ୍କ ନିକଟରେ ପୁଅ ଓ ଦିଅରଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ହେଲେ ଭଗବାନଙ୍କ କୃପାରୁ ଏହି ଅଘଟଣରୁ ବୃଦ୍ଧା ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବଥନାହା ରେଲୱେ ଷ୍ଟେସନର ଅଧିକ୍ଷକ ରାହୁଲ କୁମାର କହିଛନ୍ତି, " ଷ୍ଟେସନରେ ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ଯିବା ଲାଗି ଫୁଟ ଓଭରବ୍ରିଜର ସୁବିଧା ଥିବା ସତ୍ତ୍ବେ ଲୋକେ ନିଜ ଜୀବନକୁ ବାଜିରେ ଲଗାଉଛନ୍ତି । ରେଳ କର୍ମଚାରୀ ମଧ୍ୟ ଏପରି ନ କରିବାକୁ ଲୋକଙ୍କୁ ବାରଣ କରିଥାନ୍ତି । ହେଲେ କୌଣସି ସୁଫଳ ମିଳୁନାହିଁ । ଏଭଳି ଘଟଣାରେ ଲୋକଙ୍କ ଜୀବନ ଯାଉଥିବା ବେଳେ ସତର୍କତା ଅବଲମ୍ବନ କରାନଯିବା ନିହାତି ଦୁର୍ଭାଗ୍ୟଜନକ ବିଷୟ ।" ଏହାପରେ ଫୁଟ ଓଭରବ୍ରିଜର ବ୍ୟବହାର କରିବା ଲାଗି ରେଳ କର୍ତ୍ତୃପକ୍ଷ ଯାତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details