କୋଲକାତା:ନେତାଙ୍କ ଅମାନବିକତା ! ସ୍ପଷ୍ଟ ଦିବାଲୋକରେ ରାସ୍ତା ମଝିରେ ମହିଳାଙ୍କ ଉପରେ ଅତ୍ୟାଚାର । ଶତାଧିକ ଲୋକଙ୍କ ଉପସ୍ଥିତିରେ ରାସ୍ତା ମଝିରେ ଜଣେ ମହିଳା ଓ ବ୍ୟକ୍ତିଙ୍କୁ ବାଉଁଶରେ ନିର୍ଦ୍ଧୁମ ପିଟିଲେ ଟିଏମସି ନେତା । ଏଭଳି ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକଲୋଚନକୁ ଆସିଛି । ଭିଡିଓଟି ପଶ୍ଚିମବଙ୍ଗର ଚୋପ୍ରା ଅଞ୍ଚଳର ହୋଇଥିବା ଜଣାପଡିଛି । ଅନ୍ୟପଟେ ପୋଲିସ ମାମଲାର ତଦନ୍ତ କରି ଅଭିଯୁକ୍ତ ନେତାକୁ ଗିରଫ କରିଥିବା ବେଳେ ଏହାକୁ ନେଇ ରାଜନୀତି ଜୋର ଧରିଛି । ମମତା ସରକାରଙ୍କ କୁଶାସନ କହି ଟାର୍ଗେଟ କରିଛି ବିଜେପି ।
West Bengal beating incident (ETV Bharat) ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାର ଚୋପ୍ରା ଅଞ୍ଚଳରେ ଜଣେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ଅଭିଯୋଗରେ କଙ୍ଗାରୁ କୋର୍ଟ ବସାଇଥିଲେ ଥିଲେ ସ୍ଥାନୀୟ ଅଞ୍ଚଳର ଜଣେ ଟିଏମସି ନେତା । ଏହି ଅଭିଯୋଗରେ ସ୍ପଷ୍ଟ ଦିବାଲୋକରେ ଶତାଧିକ ଲୋକଙ୍କ ଉପସ୍ଥିତିରେ ମହିଳା ଓ ପୁରୁଷଙ୍କୁ ଅତି ଅମାନୁଷିକ ଭାବେ ବାଉଁଶରେ ପିଟିଥିଲେ ତୃଣମୂଳ କଂଗ୍ରେସ ନେତା । ଏଭଳି ଘଟଣା ସବୁଠି ଆଲୋଡନ ସୃଷ୍ଟି କରିଛି ।
West Bengal beating incident (ETV Bharat) ଏହାମଧ୍ୟ ପଢନ୍ତୁ.. ପରକୀୟା ପ୍ରୀତି ଆଗରେ ଫିକା ପଡିଲା ମମତା, 3 ଛୁଆଙ୍କୁ ମୃତ୍ୟୁର ଶେଯରେ ଶୁଆଇ ଦେଲା ମା’ - Mother Killed 3 Children
ମାଡ ମାରିବାର ଭିଡିଓ ଭାଇରାଲ:ଭାଇରାଲଭିଡିଓରେ ଦେଖାଯାଉଛି ଯେ ଜଣେ ମହିଳା ଓ ପୁରୁଷଙ୍କୁ ଜଣେ ବ୍ୟକ୍ତି ବାଉଁଶରେ ନିର୍ଦ୍ଧୁମ ମାଡ ମାରୁଛନ୍ତି । ଶତାଧିକ ଲୋକେ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ସମସ୍ତେ କେବଳ ଏହି ଦୃଶ୍ୟକୁ ଦେଖିଚାଲିଛନ୍ତି ।
ତୃଣମୂଳ କଂଗ୍ରେସର ଜିଲ୍ଲା ଅଧ୍ୟକ୍ଷ କହ୍ନେୟାଲାଲ ଅଗ୍ରଓ୍ବାଲ ଏହି ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି । ଅନ୍ୟପଟେ ବିଜେପି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ମମତା ବାନାର୍ଜୀଙ୍କ କୁଶାସନର ଚିତ୍ର ବୋଲି କହିଛି । ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଭାଇରାଲ ଭିଡିଓକୁ ଏକ୍ସରେ ରିଟ୍ୱିଟ କରିବା ସହ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ, ଏହା ମମତା ସରକାରର ନଗ୍ନ ଚିତ୍ର । ସିପିଆଇ(ଏମ) ମଧ୍ୟ ଏହି ଘଟଣାକୁ ନେଇ ମମତା ସରକାରଙ୍କୁ ଟାର୍ଗେଟ କରିଛି ।
ଅନ୍ୟପଟେ ଭିଡିଓ ଭାଇରାଲ ହେବା ପରେ ପୋଲିସ ଘଟଣାର ତଦନ୍ତ କରି ମାଡ ମାରିଥିବା ବ୍ୟକ୍ତିଙ୍କୁ ରବିବାର ସନ୍ଧ୍ୟାରେ ଗିରଫ କରିଛି । ବ୍ୟକ୍ତି ଜଣକ ଟିଏମସି ନେତା ତେଜମୂଳ ଓରଫ ଜେସିବି ହୋଇଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ