ଓଡିଶା

odisha

ETV Bharat / bharat

ବାହାରି ପାରିଲାନି ନିଷ୍କର୍ସ, ପୁଣି 18ରେ କେନ୍ଦ୍ର ସହ ଆଲୋଚନା

Farmers Protest Update: ଚଣ୍ଡିଗଡ଼ରେ କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ତୃତୀୟ ପର୍ଯ୍ୟାୟ ବୈଠକ ବସିଥିଲା । ରବିବାର ସନ୍ଧ୍ୟାରେ ଆଉ ଏକ ବୈଠକ ବସିବା ନେଇ ସ୍ଥିର ହୋଇଛି । ଅଧିକ ପଢନ୍ତୁ

Farmers Protest
Farmers Protest

By ETV Bharat Odisha Team

Published : Feb 16, 2024, 10:58 AM IST

ଚଣ୍ଡିଗଡ଼: ଚାଷୀଙ୍କ ଦିଲ୍ଲୀ ଚଲ୍ଲୋ ଆନ୍ଦୋଳନ ଜାରି ରହିଛି । ସମସ୍ୟାର ସମାଧାନ ପାଇଁ ଚଣ୍ଡିଗଡ଼ରେ କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ତୃତୀୟ ପର୍ଯ୍ୟାୟ ବୈଠକ ବସିଥିଲା । ବୈଠକରେ ଚାଷୀମାନେ ନିଜ ଦାବି ଶୁଣାଇଥିଲେ । ପ୍ରାୟ 5 ଘଣ୍ଟା ଧରି ଆଲୋଚନା ହୋଇଥିବାବେଳେ ବିଳମ୍ବିତ ରାତିରେ ସରିଥିଲା ବୈଠକ । କୌଣସି ନିଷ୍କର୍ସ ବାହାରି ପାରିନଥିବାରୁ ପୁଣିଥରେ ରବିବାର ସନ୍ଧ୍ୟାରେ ଆଉ ଏକ ବୈଠକ ବସିବା ନେଇ ସ୍ଥିର ହୋଇଛି ।

ଚଣ୍ଡିଗଡ଼ ସେକ୍ଟର 26 ସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ ଆଡମିନିଷ୍ଟ୍ରେସନ ହଲରେ ଆୟୋଜିତ ହୋଇଥିଲା ଏହି ବୈଠକ । ଆଲୋଚନା ବେଳେ ଉପସ୍ଥିତ ଥିଲେ କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋୟଲ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ସମେତ ଏକାଧିକ କୃଷକ ସଂଗଠନର କାର୍ଯ୍ୟକର୍ତ୍ତା । ଏହାସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ ଓ କ୍ୟାବିନେଟ୍ ମନ୍ତ୍ରୀ ହରପାଲ ଚିମା ମଧ୍ୟ ବୈଠକରେ ସାମିଲ ଉପସ୍ଥିତ ଥିଲେ ।

କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ସକରାତ୍ମକ ଆଲୋଚନା ହୋଇଥିବା ନେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ଓ କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା । ଚଳିତ ସପ୍ତାହରେ ସରକାର ଓ ଚାଷୀଙ୍କ ମଧ୍ୟରେ ଏହା ତୃତୀୟ ବୈଠକ ହୋଇଥିବାବେଳେ ରବିବାର ବସିବ ଆଉ ଏକ ବୈଠକ । ମୁଖ୍ୟମନ୍ତ୍ରୀ ଭଗବତ ମାନ କହିଛନ୍ତି, "ପଞ୍ଜାବର ଚାଷୀମାନେ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି । ସେହିପରି ପଞ୍ଜାବର ବିଭିନ୍ନ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇଣ୍ଟରନେଟ୍ ସେବା ସାମୟିକ ଭାବେ ବନ୍ଦ ରହିଛି । ଯେଉଁଥିପାଇଁ ଅନଲାଇନ ମାଧ୍ୟମରେ କ୍ଲାସ କରୁଥିବା ପିଲାଙ୍କୁ ସମସ୍ୟା ଭୋଗିବାକୁ ପଡୁଛି । ଆଇନ କାନୁନ ବ୍ୟବସ୍ଥା ଓ ଅନେକ ସମସ୍ୟା ବିଷୟରେ ଉପସ୍ଥାପନା ହୋଇଥିବା ଦାବି ଉପରେ କେନ୍ଦ୍ର ସହମତି ପ୍ରକାଶ କରିଛି ।"

ଏହା ମଧ୍ୟ ପଢନ୍ତୁ...ଆଜି ଭାରତ ବନ୍ଦ, କୃଷକଙ୍କୁ ଦିଆଯାଇଥିବା ପ୍ରତିଶୃତି ପୂରଣ ଦାବି

କୃଷକ ସଂଗଠନର ନେତା ଜଗଜିତ ସିଂହ ଇଲ୍ଲେୱାଲ କହିଛନ୍ତି, "ବିରୋଧ ଶାନ୍ତିପୂର୍ଣ୍ଣ ରହିବ । ସରକାର ପୁଣି ଥରେ ରବିବାର ବୈଠକ ଡାକିଛନ୍ତି । ଆମେ ସେପର୍ଯ୍ୟନ୍ତ ଅପେକ୍ଷା କରିବୁ । ଯଦି ରବିବାର ସକରାତ୍ମକ ଫଳାଫଳ ନମିଳିଲା ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ । ଆମର ଫେସବୁକ୍ ପେଜ୍ ବନ୍ଦ କରାଯାଇଛି । ସେହିପରି ଚାଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତିଙ୍କୁ କାବୁ କରାଯାଇଥିଲା । ଏଭଳି ତମାମ କଥା ଆମେ ବୈଠକରେ ଆଲୋଚନା କରିଥିଲୁ । ପୁନର୍ବାର ଚାଷୀଙ୍କ ଆଲୋଚନା କରିବାକୁ କେନ୍ଦ୍ର ସରକାର ଦିନ ଧାର୍ଯ୍ୟ କରିଛନ୍ତି ।"

ABOUT THE AUTHOR

...view details