ଚେନ୍ନାଇ: ତେଲେଙ୍ଗାନା ରାଜ୍ୟପାଳ ପଦରୁଇସ୍ତଫା ଦେବାର ଦୁଇଦିନ ପରେ ପୁଣି ଥରେ ବିଜେପିକୁ ବାହୁଡ଼ିଲେ ତାମିଲସାଇ ସୁନ୍ଦରାଜନ । ଆଜି(ବୁଧବାର) ପୁଣି ଥରେ ସେ ବିଜେପିରେ ଯୋଗ ଦେଇଛନ୍ତି । ଗତ 18 ତାରିଖରେ ରାଷ୍ଟ୍ରପତିଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇଥିଲେ । ତାମିଲନାଡୁ ବିଜେପି ମୁଖ୍ୟ ଆନ୍ନାମଲାଇଙ୍କ ଉପସ୍ଥିତିରେ ସେ ପୁଣି ଥରେ ଦଳରେ ସାମିଲ ହୋଇଛନ୍ତି । ତେବେ ଲୋକଙ୍କ ସେବା କରିବା ପାଇଁ ଦଳରେ ସାମିଲ ହୋଇଛି ବୋଲି ସେ ଟ୍ବିଟ କରି କହିଛନ୍ତି ।
ଏହା ଏକ କଠିନ ନିଷ୍ପତ୍ତି:ଇସ୍ତଫା ଦେବାର ଦୁଇଦିନ ପରେ ପୁଣି ଘର ବାହୁଡିଲେ ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲସାଇ ସୁନ୍ଦରାଜନ । ଆଜି(ବୁଧବାର) ପୁଣି ଥରେ ସେ ବିଜେପିରେ ଯୋଗ ଦେଇଛନ୍ତି । ଗତ 18 ତାରିଖରେ ରାଷ୍ଟ୍ରପତିଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇଥିଲେ । ତାମିଲନାଡୁ ବିଜେପି ମୁଖ୍ୟ ଆନ୍ନାମଲାଇଙ୍କ ଉପସ୍ଥିତିରେ ସେ ପୁଣି ଥରେ ଦଳରେ ସାମିଲ ହୋଇଛନ୍ତି ।
ବିଜେପିରେ ଯୋଗଦେବା ପରେ ସୁନ୍ଦରରାଜନ୍ କହିଛନ୍ତି, "ମୁଁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଚାହୁଁଛି । ମୁଁ ମୋର ଏହି ଇଚ୍ଛାକୁ ମୋ ପାର୍ଟିକୁ ମଧ୍ୟ କହିଛି । ମୋତେ ପୁଣିଥରେ ସଦସ୍ୟତା କାର୍ଡ ମିଳିଥିବାରୁ ମୁଁ ବହୁତ ଖୁସି । ଆଜି ହେଉଛି ମୋ ପାଇଁ ସବୁଠାରୁ ଖୁସିର ଦିନ । ଏହା ମୋ ପାଇଁ କଠିନ ନିଷ୍ପତ୍ତି ହେଲେ ମଧ୍ୟ ଉତ୍ତମ କାର୍ଯ୍ୟ । ରାଜ୍ୟପାଳ ଭାବେ ମୋ ପାଖରେ ଅନେକ ସୁବିଧା ରହିଥିଲା । କିନ୍ତୁ ମୁଁ ଏହାକୁ ଛାଡି ଦେଇଛି । ମୁଁ ଏକ ପ୍ରତିଶତ ମଧ୍ୟ ଦୁଃଖିତ ନୁହେଁ । ତାମିଲନାଡୁରେ ନିଶ୍ଚିତ ପଦ୍ମ ଫୁଟିବ ।"