ନୂଆଦିଲ୍ଲୀ:ଆପ୍ ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ ଦୁର୍ବ୍ୟବହାର ଘଟଣା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ବଢିଲା ଅଡୁଆ । ଜାମିନ ଆବେଦନ ଖାରଜ କଲେ କୋର୍ଟ । ଆଜି କୋର୍ଟରେ ଶୁଣାଣି ହୋଇଥିବା ବେଳେ ମାଜିଷ୍ଟ୍ରେଟ ଗୌରବ ଗୋୟଲ ଅଭିଯୁକ୍ତ ବିଭବଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ସାଂସଦ ସ୍ବାତୀଙ୍କୁ ବିଭବ ଏକାଧିକ ଥର ଚାପୁଡା ଓ ଗୋଇଠା ମାରିଥିବା ଅଭିଯୋଗ ରହିଛି ।
କୋର୍ଟରେ ଶୁଣାଣି ସମୟରେ, ରାଜ୍ୟସଭା ସାଂସଦ ସ୍ବାତୀ କହିଥିଲେ ଯେ ବିଭବ କୁମାରଙ୍କୁ ଜାମିନ ମିଳିଲେ ତାଙ୍କ ଓ ପରିବାର ସଦସ୍ୟଙ୍କ ଜୀବନ ପ୍ରତି ବିପଦ ରହିଛି । ଏହାସହିତ ସେ ଧ୍ରୁବ ରାଠିଙ୍କ ବିରୋଧରେ ମଧ୍ୟ କହିଛନ୍ତି । ୟୁଟ୍ୟୁବର ଧ୍ରୁବ ରାଠିଙ୍କୁ ତାଙ୍କ ସମ୍ବନ୍ଧୀୟ ଘଟଣାକୁ ନେଇ ଏକପାଖିଆ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ପରେ ତାଙ୍କୁ ପୂର୍ବାପେକ୍ଷା ଅଧିକରୁ ଅଧିକ ହତ୍ୟା ଓ ଦୁଷ୍କର୍ମ ଧମକ ମିଳୁଛି । ମେ 13 ତାରିଖରେ ସ୍ବାତୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ । ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହା ବି ପଢନ୍ତୁ- 'ମୋତେ ଦୁଷ୍କର୍ମ ହତ୍ୟା ଧମକ ମିଳୁଛି', ଧ୍ରୁବ ରାଠିଙ୍କୁ ଟାର୍ଗେଟ କଲେ ସ୍ବାତୀ