ନୂଆଦିଲ୍ଲୀ:ଆପ୍ ସାଂସଦ ସ୍ବାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ଘଟଣାରେ ଟ୍ବିଷ୍ଟ । ନିଜ ଦଳୀୟ ସାଂସଦଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲା ଆପ୍ । ସ୍ବାତୀ ମାଲିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ଦ୍ବାରା ଦୁର୍ବ୍ୟବହାର ଅଭିଯୋଗକୁ ଆପ୍ ଖଣ୍ଡନ କରିଛନ୍ତି । ଏହା ବିଜେପିର ଷଡ଼ଯନ୍ତ୍ର ଓ ସ୍ବାତୀ ବିଜେପିର ଇସାରାରେ କାମ କରୁଛନ୍ତି ବୋଲି ଆପ୍ ମନ୍ତ୍ରୀ ଆତିଶୀ ଆଜି (ଶୁକ୍ରବାର) ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି । ସେ ସ୍ବାତୀ ମାଲିୱାଲ ଘଟଣାର ପ୍ରକୃତ ସତ ବାହାର କରିବେ ବୋଲି ପ୍ରେସ କନଫରେନ୍ସ ପୂର୍ବରୁ କହିଥିଲେ ।
ଆପ୍ ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ବିଭବ ତାଙ୍କୁ ଏକାଧିକ ଥର ଚାପୁଡ଼ା ମାରିବା ସହ ଛାତି ଓ ପେଟକୁ ଗୋଇଠା ମାରିଥିବା ସେ ଅଭିଯୋଗ କରିଥିଲେ । ଏହାପରେ ଦିଲ୍ଲୀ ପୋଲିସ ନିକଟରେ ସେ ଏକ ଏଫଆଇଆର ଦାଏର କରିଛନ୍ତି । ଏନେଇ ପୂର୍ବରୁ ଆପ୍ ସୁପ୍ରିମୋ କେଜ୍ରିୱାଲ ଚୁପ୍ ରହି ଆସୁଥିବା ବେଳେ ଆଜି ଆପ୍ ଏନେଇ ପ୍ରତିକ୍ରିୟା ରଖିଛି । ଆତିଶୀ ଅଭିଯୋଗ କରିଛନ୍ତି ଯେ ସ୍ବାତି ସୂଚନା ନ ଦେଇ ସିଏମଙ୍କ ବାସଭବନରେ ପହଞ୍ଚିଥିଲେ । ସେ କେଜ୍ରିୱାଲଙ୍କ ବିରୋଧରେ ଅଭିୟୋଗ ଆଣିବାକୁ ଚାହୁଁଥିଲେ ।
ଏହା ବି ପଢନ୍ତୁ- କେଜ୍ରିୱାଲଙ୍କ ବାସଭବନରେ ଦୁର୍ବ୍ୟବହାର ଘଟଣା, କାହାକୁ 'ପଲଟିକାଲ ହିଟମ୍ୟାନ' କହିଲେ ସ୍ବାତୀ